ମହାକାଶକୁ ସେକ୍ସ ଟୟ ପଠାଇବ ଏହି ଦେଶ, ଦୁଇ କମ୍ପାନୀ ମଧ୍ୟରେ ହୋଇଛି ଚୁକ୍ତି

ଟୋକିଓ,୨୫ା୭: ମଣିଷ ମହାକାଶକୁ ଯାଉଥିବାର ଅନେକ ଖବର ଶୁଣିଥିବେ। ମାତ୍ର କେବେ ଶୁଣିଛନ୍ତି ମହାକାଶକୁ ସେକ୍ସ ଟୟ ଯିବାର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର ଏକ ସଂସ୍ଥା ଏପରି କରିବାକୁ ନିଷ୍ପତ୍ତି ନେଇଛି। ଜାପାନର ଏହି ସଂସ୍ଥା ସ୍ପେସ୍‌ ଫ୍ଲାଇଟ୍‌ ସମୟରେ ଏବଂ ଶୂନ୍ୟ ମାଧ୍ୟାକର୍ଷଣରେ କିପରି ସେକ୍ସ ଟୟ ବା ସେକ୍ସ ଖେଳନା କାର୍ଯ୍ୟ କରିବ ତାହା ଜାଣିବାକୁ ଚେଷ୍ଟା କରୁଛି।
ସେକ୍ସ ଟୟକୁ ମହାକାଶକୁ ପଠାଇବା ପାଇଁ ନିର୍ମାତା-ଡଜାଇନର TENGA ଏବଂ ବେସାମରିକ ମହାକାଶଯାନ କମ୍ପାନୀ ଇଣ୍ଟରଷ୍ଟେଲର ଟେକ୍ନୋଲୋଜି କମ୍ପାନୀ ମଧ୍ୟରେ ସେକ୍ସ ଟୟ ପଠାଇବା ପାଇଁ ଏକ ଚୁକ୍ତି ହୋଇଛି।

TENGA ରକେଟ୍‌ ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରି ଆସନ୍ତା ମାସରେ ଉତ୍ତର ଜାପାନର ହକ୍କାଇଡୋ ସ୍ପେସପୋର୍ଟରୁ ଉଡ଼ାଣ କରିବ ଏବଂ ଏହା ୬୨ ମାଇଲ ଉଚ୍ଚରେ ପହଞ୍ଚିବ।

କମ୍ପାନୀର ଟାକାଫୁମି ହୋରି କହିଛନ୍ତି, ବୋଧହୁଏ ଦିନେ ଆମେ ଏପରି କିଛି ତିଆରି କରିବାରେ ସକ୍ଷମ ହେବୁ। ଯାହା ନାସାର ଲୋକମାନେ ସେମାନଙ୍କ ସହ ମହାକାଶକୁ ନେବା ପାଇଁ ଚାହିଁଥାନ୍ତି। କମ୍ପାନୀର ତୁରନ୍ତ ଲକ୍ଷ୍ୟ ହେଉଛି ପ୍ରଥମ ସେକ୍ସ ଟୟ ବିକାଶକାରୀ ହେବ। ଯାହାକି ମହାକାଶରେ ବ୍ୟବହାର ପାଇଁ ସ୍ବତନ୍ତ୍ର ଭାବରେ ଡିଜାଇନ ହୋଇଥିବା ଏକ ହସ୍ତମୈଥୁନ ଉତ୍ପାଦ ବା ସାମଗ୍ରୀ।

Share