Categories: ଫୁରସତ

ଏହି ଦେଶରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସହ ସେଲ୍‌ଫି ନେବା ବେଆଇନ

ଦୁନିଆରେ ପ୍ରତ୍ୟେକ ଦେଶର ନିଜସ୍ବ ନୀତି, ନିୟମ ଏବଂ କାନୁନ ରହିଛି। ଅନେକ ଦେଶରେ କିଛି ଅଜବ ନିୟମ ଅଛି, ଯାହା ବିଷୟରେ ଜାଣିଲେ ବିଶ୍ୱାସ ହୁଏନି। ମାତ୍ର ଏହା ସତ। ଏଥି ସହିତ କେତେକ ଦେଶର ନିୟମ ଶୁଣିବା ମଧ୍ୟ ଅତ୍ୟନ୍ତ ମଜାଳିଆ ଏବଂ ବେଳେବେଳେ ଆଶ୍ଚର୍ଯ୍ୟଜନକ ମଧ୍ୟ ହୋଇଥାଏ। ଜାଣନ୍ତୁ ଏମିତି ଦେଶ ସମ୍ପର୍କରେ…

କେତେକ ଦେଶରେ କପୋତଙ୍କୁ ଖାଇବା ଦେବା ବେଆଇନ ଅଟେ। ସେହିପରି ଆଉ କେଉଁ ଦେଶରେ ଝିଅ ପିଲା ହାଇ ହିଲ୍‌ ପିନ୍ଧିବା ବି ମନା। ସେହିପରି ଶ୍ରୀଲଙ୍କାରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ସହ ସେଲଫି ନେବା ବେଆଇନ ଅଟେ। କାରଣ ଏପରି କରିବା ଦ୍ୱାରା ଏହା ଭଗବାନ ବୁଦ୍ଧଙ୍କୁ ଅସମ୍ମାନ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ବୁଦ୍ଧ ମୂର୍ତ୍ତି ଏବଂ କଳାକୃତିକୁ ଅସମ୍ମାନିତ କରିବା ଦଣ୍ଡନୀୟ ଅପରାଧ ବୋଲି ଏହି ଦେଶରେ କଡ଼ା ନିୟମ ରହିଛି।

Share