ରୁଷିଆ ଭ୍ୟାକ୍ସିନ ପାଇଁ ୧ ବିଲିୟନ ଡୋଜର ଅର୍ଡର ଦେଲେ ଏହି ଦେଶ

ମସ୍କୋ,୧୧।୮: ଗତ କିଛି ମାସରୁ ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। କରୋନା ଯୋଗୁଁ କୋଟି କୋଟି ଲୋକଙ୍କ ଜୀବନ ଯାଇଥିବା ବେଳେ ଏହା ସବୁ ଦେଶର ଅର୍ଥନୀତି ଅବସ୍ଥାକୁ ଦୋହଲାଇ ଦେଇଛି। ଏହାର ମୁକାବିଲା ପାଇଁ ସବୁ ଦେଶ ନିଜ ଆଡୁ ପ୍ରଚେଷ୍ଟା ଚଳାଇଛନ୍ତି। ହେଲେ ରୁଷ ପ୍ରଥମ ଦେଶ ଯିଏ କରୋନା ମୁକାବିଲା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଭ୍ୟାକ୍ସିନକୁ ମଞ୍ଜୁରୀ କରାଯାଇଥିବା ନେଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଘୋଷଣା କରିଛନ୍ତି। ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିବା ପରେ ପୁଟିନ ପ୍ରଥମେ ନିଜ ଝିଅକୁ ଏହି ଟିକା ଦେଇଛନ୍ତି। କିନ୍ତୁ ଏହି ଟିକା ସେ ନିଜେ ନେଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି। ରୁଷ ଯୋଜନା କରିଛି ଯେ, ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଏବଂ ପରେ ବୃଦ୍ଧଙ୍କୁ ଏହି ଭ୍ୟାକ୍ସିନ ପ୍ରଦାନ କରାଯିବ। ଏଥିସହ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଟିକା ଯୋଗାଇଦିଆଯିବ। ଇତିମଧ୍ୟରେ ରୁଷ ଦାବି କରିଛି ଯେ, ଏହି ଟିକା ପାଇଁ ଏବେଠାରୁ ବିଶ୍ୱର ୨୦ଟି ଦେଶ ୧ବିଲିୟନ ଡୋଜ ପ୍ରସ୍ତୁତ କରିବାକୁ ଅର୍ଡର ଦେଇଛି। ତେବେ ସେପ୍ଟେମ୍ବର ସୁଦ୍ଧା ଅଧିକ ସଂଖ୍ୟାରେ ଏହି କରୋନା ଟିକାର ଉତ୍ପାଦନ କରାଯିବ ବୋଲି ରୁଷ ସୂଚନା ଦେଇଛି।

Share