ସ୍ବାଧୀନତାର ୧୦୨ ବର୍ଷ ମଧ୍ୟରେ ୧୮ଥର ଜାତୀୟ ପତାକା ବଦଳାଇଛି ଏହି ଦେଶ, କାରଣ ଜାଣିଲେ…

ଏମିତି ଏକ ଦେଶ ଅଛି, ଯିଏ କି ସ୍ବାଧୀନତା ପାଇବାର ୧୦୨ ବର୍ଷ ମଧ୍ୟରେ ବାରମ୍ବାର ଜାତୀୟ ପତାକା ବଦଳାଇଛି। ଏହା ପଛରେ କାରଣ ମଧ୍ୟ ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଆଫଗାନିସ୍ତାନର ଇତିହାସ ଉତ୍ଥାନ ପତ୍ତନରେ ପରିପୂର୍ଣ୍ଣ। ସ୍ବାଧୀନତାର ୧୦୨ବର୍ଷ ମଧ୍ୟରେ ଏହା ୧୮ ଥର ଜାତୀୟ ପତାକା ପରିବର୍ତ୍ତନ କରିଛି। ୧୮୩୯ରୁ ୧୮୪୨ ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟ ବାହିନୀ ଆଫଗାନିସ୍ତାନରେ ଏକ ଭୟଙ୍କର ଯୁଦ୍ଧ କରିଥିଲେ। ଏହା ପରେ ୧୯୧୯ରେ ଆଙ୍ଗ୍ଲୋ-ଆଫଗାନିସ୍ତାନ ଚୁକ୍ତି ସ୍ବାକ୍ଷର କରିବା ପରେ ଏହା ବ୍ରିଟେନରୁ ସ୍ବାଧୀନତା ଲାଭ କରିଥିଲା। ୧୯ ଅଗଷ୍ଟରେ ଆଫଗାନିସ୍ତାନ ଏହାର ସ୍ବାଧୀନତା ଦିବସ ପାଳନ କରେ।

ତାଲିବାନ ଦ୍ୱାରା ୨୫ ସେପ୍ଟେମ୍ବର ୧୯୬୬ରେ କାବୁଲକୁ କାବୁ କରିବା ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ତାଲିବାନ ରାଜଧାନୀ କାବୁଲକୁ କାବୁ କରିବା ପରେ ମୁଖ୍ୟ ପ୍ରତୀକାତ୍ମକ ପ୍ରଶ୍ନ ଥିଲା ଆଫଗାନିସ୍ତାନର ଜାତୀୟ ପତାକା କିମ୍ବା ତାଲିବାନ ପତାକା ଉଡ଼ିବ କି? ପତାକା ପାଇଁ ଯୁଦ୍ଧ ଜଲାଲାବାଦରେ ଆରମ୍ଭ ହୋଇଥିଲା। ଯେତେବେଳେ ବିରୋଧକାରୀମାନେ ତାଲିବାନର ଧଳା ପତାକାକୁ ଆଫଗାନିସ୍ତାନ ତ୍ରିରଙ୍ଗା ପତାକା ବଦଳାଇଥିଲେ। ଏହି ବିବାଦରେ ତାଲିବାନ ଦ୍ୱାରା ତିନି ଜଣଙ୍କର ମୃତ୍ୟୁ ଘଟିଥିଲା, ଦେଶର ସରକାରୀ ପତାକା ବର୍ତ୍ତମାନ ତାଲିବାନ ବିରୋଧରେ ବିରୋଧର ପ୍ରତୀକ ପାଲଟିଛି।

କେବେଳ କେବଳ ୧୯୧୯ରେ ଆଫଗାନିସ୍ତାନର ଏହାର ପତାକାକୁ ୬ଥର ବଦଳାଇଥିଲା। ନିଜକୁ ଚିହ୍ନିବା ପାଇଁ ଆଫଗାନିସ୍ତାନ ବିଭିନ୍ନ ପତାକା ଉତ୍ତୋଳନ କରିଛି। ଆଫଗାନିସ୍ତାନ ଇତିହାସରେ ପତାକା ବାରମ୍ବାର ପରିବର୍ତ୍ତନ ହେଉଛି ଏକ ପରିବର୍ତ୍ତିତ ସମାଜର ଉଦାହରଣ। ପତାକାର ଏହି ବିବିଧତା ଆଫଗାନିସ୍ତାନ ସମାଜର ବିବିଧତାକୁ ପ୍ରତିଫଳିତ କରେ।

ଅଧିକାଂଶ ଆଫଗାନିସ୍ତାନ ପତାକାରେ ତିନୋଟି ରଙ୍ଗ ଦେଖିବାକୁ ମିଳିଥିଲା। କଳା, ଧଳା ଏବଂ ସବୁଜ। ସ୍ବାଧୀନତା ପରେ ଆଫଗାନିସ୍ତାନ ମଧ୍ୟ ଦୁଇଥର କଳା ପତାକା ବ୍ୟବହାର କରିଥିଲା। ଆଫଗାନିସ୍ତାନ ପତାକାରେ ପ୍ରାୟତଃ ଲାଲ୍‌, ନୀଳ ଏବଂ ଧଳା ରଙ୍ଗ ଦେଖାଯାଉଥିଲା। ପ୍ରାୟ ସମସ୍ତ ଆଫଗାନିସ୍ତାନ ପତାକାର ମୁଖ୍ୟ ରଙ୍ଗ ହୋଇଛି ଧଳା ରଙ୍ଗ। ‘ତାଲିବାନର ବିଶ୍ୱାସ ଏବଂ ସରକାରଙ୍କ ଶୁଦ୍ଧତା’ର ପ୍ରତୀକ ଅଟେ।

୨୦୨୧ରେ ତାଲିବାନ ପୁଣି ଆଫଗାନିସ୍ତାନକୁ କାବୁ କରିଥିଲା। ଏହା ପରେ ସେ ନିଜ ପଦ୍ଧତିରେ ସେଠାରେ ନିୟମ ତିଆରି କଲା ଏବଂ ନିଜ ଇଚ୍ଛା ଅନୁଯାୟୀ ଆଇନ କାର୍ଯ୍ୟକାରୀ ଆରମ୍ଭ କଲା। ଆଫଗାନିସ୍ତାନରେ ତାଲିବାନ ଦୁଇ ବର୍ଷ ଶାସନ କରିବାକୁ ଯାଉଛି। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ସମଗ୍ର ଦେଶ ଦାରିଦ୍ର୍ୟରେ ପଡ଼ିଛି। ତାଲିବାନ ମହିଳାମାନଙ୍କୁ ନୂଆ ନିର୍ଦ୍ଦେଶ ଦେବା ଆରମ୍ଭ କରିଛି। ଏଠାରେ ମହିଳା ଏବଂ ଗଣମାଧ୍ୟମର ସ୍ବାଧୀନତା ସମ୍ପୂର୍ଣ୍ଣ ରୂପେ ରଦ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri