ସ୍ବାଧୀନତାର ୧୦୨ ବର୍ଷ ମଧ୍ୟରେ ୧୮ଥର ଜାତୀୟ ପତାକା ବଦଳାଇଛି ଏହି ଦେଶ, କାରଣ ଜାଣିଲେ…

ଏମିତି ଏକ ଦେଶ ଅଛି, ଯିଏ କି ସ୍ବାଧୀନତା ପାଇବାର ୧୦୨ ବର୍ଷ ମଧ୍ୟରେ ବାରମ୍ବାର ଜାତୀୟ ପତାକା ବଦଳାଇଛି। ଏହା ପଛରେ କାରଣ ମଧ୍ୟ ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଆଫଗାନିସ୍ତାନର ଇତିହାସ ଉତ୍ଥାନ ପତ୍ତନରେ ପରିପୂର୍ଣ୍ଣ। ସ୍ବାଧୀନତାର ୧୦୨ବର୍ଷ ମଧ୍ୟରେ ଏହା ୧୮ ଥର ଜାତୀୟ ପତାକା ପରିବର୍ତ୍ତନ କରିଛି। ୧୮୩୯ରୁ ୧୮୪୨ ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟ ବାହିନୀ ଆଫଗାନିସ୍ତାନରେ ଏକ ଭୟଙ୍କର ଯୁଦ୍ଧ କରିଥିଲେ। ଏହା ପରେ ୧୯୧୯ରେ ଆଙ୍ଗ୍ଲୋ-ଆଫଗାନିସ୍ତାନ ଚୁକ୍ତି ସ୍ବାକ୍ଷର କରିବା ପରେ ଏହା ବ୍ରିଟେନରୁ ସ୍ବାଧୀନତା ଲାଭ କରିଥିଲା। ୧୯ ଅଗଷ୍ଟରେ ଆଫଗାନିସ୍ତାନ ଏହାର ସ୍ବାଧୀନତା ଦିବସ ପାଳନ କରେ।

ତାଲିବାନ ଦ୍ୱାରା ୨୫ ସେପ୍ଟେମ୍ବର ୧୯୬୬ରେ କାବୁଲକୁ କାବୁ କରିବା ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ତାଲିବାନ ରାଜଧାନୀ କାବୁଲକୁ କାବୁ କରିବା ପରେ ମୁଖ୍ୟ ପ୍ରତୀକାତ୍ମକ ପ୍ରଶ୍ନ ଥିଲା ଆଫଗାନିସ୍ତାନର ଜାତୀୟ ପତାକା କିମ୍ବା ତାଲିବାନ ପତାକା ଉଡ଼ିବ କି? ପତାକା ପାଇଁ ଯୁଦ୍ଧ ଜଲାଲାବାଦରେ ଆରମ୍ଭ ହୋଇଥିଲା। ଯେତେବେଳେ ବିରୋଧକାରୀମାନେ ତାଲିବାନର ଧଳା ପତାକାକୁ ଆଫଗାନିସ୍ତାନ ତ୍ରିରଙ୍ଗା ପତାକା ବଦଳାଇଥିଲେ। ଏହି ବିବାଦରେ ତାଲିବାନ ଦ୍ୱାରା ତିନି ଜଣଙ୍କର ମୃତ୍ୟୁ ଘଟିଥିଲା, ଦେଶର ସରକାରୀ ପତାକା ବର୍ତ୍ତମାନ ତାଲିବାନ ବିରୋଧରେ ବିରୋଧର ପ୍ରତୀକ ପାଲଟିଛି।

କେବେଳ କେବଳ ୧୯୧୯ରେ ଆଫଗାନିସ୍ତାନର ଏହାର ପତାକାକୁ ୬ଥର ବଦଳାଇଥିଲା। ନିଜକୁ ଚିହ୍ନିବା ପାଇଁ ଆଫଗାନିସ୍ତାନ ବିଭିନ୍ନ ପତାକା ଉତ୍ତୋଳନ କରିଛି। ଆଫଗାନିସ୍ତାନ ଇତିହାସରେ ପତାକା ବାରମ୍ବାର ପରିବର୍ତ୍ତନ ହେଉଛି ଏକ ପରିବର୍ତ୍ତିତ ସମାଜର ଉଦାହରଣ। ପତାକାର ଏହି ବିବିଧତା ଆଫଗାନିସ୍ତାନ ସମାଜର ବିବିଧତାକୁ ପ୍ରତିଫଳିତ କରେ।

ଅଧିକାଂଶ ଆଫଗାନିସ୍ତାନ ପତାକାରେ ତିନୋଟି ରଙ୍ଗ ଦେଖିବାକୁ ମିଳିଥିଲା। କଳା, ଧଳା ଏବଂ ସବୁଜ। ସ୍ବାଧୀନତା ପରେ ଆଫଗାନିସ୍ତାନ ମଧ୍ୟ ଦୁଇଥର କଳା ପତାକା ବ୍ୟବହାର କରିଥିଲା। ଆଫଗାନିସ୍ତାନ ପତାକାରେ ପ୍ରାୟତଃ ଲାଲ୍‌, ନୀଳ ଏବଂ ଧଳା ରଙ୍ଗ ଦେଖାଯାଉଥିଲା। ପ୍ରାୟ ସମସ୍ତ ଆଫଗାନିସ୍ତାନ ପତାକାର ମୁଖ୍ୟ ରଙ୍ଗ ହୋଇଛି ଧଳା ରଙ୍ଗ। ‘ତାଲିବାନର ବିଶ୍ୱାସ ଏବଂ ସରକାରଙ୍କ ଶୁଦ୍ଧତା’ର ପ୍ରତୀକ ଅଟେ।

୨୦୨୧ରେ ତାଲିବାନ ପୁଣି ଆଫଗାନିସ୍ତାନକୁ କାବୁ କରିଥିଲା। ଏହା ପରେ ସେ ନିଜ ପଦ୍ଧତିରେ ସେଠାରେ ନିୟମ ତିଆରି କଲା ଏବଂ ନିଜ ଇଚ୍ଛା ଅନୁଯାୟୀ ଆଇନ କାର୍ଯ୍ୟକାରୀ ଆରମ୍ଭ କଲା। ଆଫଗାନିସ୍ତାନରେ ତାଲିବାନ ଦୁଇ ବର୍ଷ ଶାସନ କରିବାକୁ ଯାଉଛି। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ସମଗ୍ର ଦେଶ ଦାରିଦ୍ର୍ୟରେ ପଡ଼ିଛି। ତାଲିବାନ ମହିଳାମାନଙ୍କୁ ନୂଆ ନିର୍ଦ୍ଦେଶ ଦେବା ଆରମ୍ଭ କରିଛି। ଏଠାରେ ମହିଳା ଏବଂ ଗଣମାଧ୍ୟମର ସ୍ବାଧୀନତା ସମ୍ପୂର୍ଣ୍ଣ ରୂପେ ରଦ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri