Posted inଫୁରସତ

ରୋଗୀଙ୍କ ପାଇଁ ଗାଉନ ତିଆରି କରେ ଏହି କମ୍ପାନୀ, ରଖେ ଚିନ୍ତାମୁକ୍ତ

ଯେତେବେଳେ ଲୋକମାନେ ବୁଲିବାକୁ ଯାଆନ୍ତି, ସେମାନେ ସେମାନଙ୍କର ପୋଷାକର ଯତ୍ନ ନିଅନ୍ତି। ତାଙ୍କର ଏକମାତ୍ର ଚିନ୍ତାଧାରା ରହିଥାଏ ଯେମିତି ତାଙ୍କ ପୋଷାକ ଅନ୍ୟମାନଙ୍କଠାରୁ ଭିନ୍ନ ଏବଂ ଫ୍ୟାଶନେବଲ ଦେଖାଯିବା ଉଚିତ। ଏଥିପାଇଁ ସେମାନେ ମହଙ୍ଗା ପୋଷାକ ବି କିଣିଥାନ୍ତି। ପାର୍ଟି, ଶପିଂ, ଅଫିସ, ବାହାରକୁ ଯିବା ପାଇଁ ବିଭିନ୍ନ ଡିଜାଇନ ପୋଷାକ ଅଛି କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଲୋକମାନେ ଡାକ୍ତରଖାନାରେ ମଧ୍ୟ ଡିଜାଇନର୍‌ ପୋଷାକ ପିନ୍ଧୁଛନ୍ତି? ଜାପାନରେ ଏଭଳି ଦେଖାଯାଉଛି। ଏଠାରେ ଏକ ଫ୍ୟାଶନ ବ୍ରାଣ୍ଡ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ପାଇଁ ପୋଷାକ ଡିଜାଇନ କରୁଛି। ଲୋକମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଜାପାନର ପୋଷାକ ବ୍ରାଣ୍ଡ ‘ଲିଫ୍ଟ’ ଏହି ଅନନ୍ୟ ବ୍ୟବସାୟ ଆରମ୍ଭ କରିଛି। ଯେତେବେଳେ ରୋଗୀମାନେ ଦୀର୍ଘ ସମୟ ଧରି ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି, ସେତେବେଳେ ସେମାନେ ଗାଉନ କିମ୍ବା ଖାଲି ପୋଷାକ ପିନ୍ଧନ୍ତି। ଏହି ପୋଷାକ ଡିଜାଇନ କରିବା ପାଇଁ ‘ଲିଫ୍ଟ ’କାମ କରିଥାଏ।

ଲିଫ୍ଟ ହେଉଛି ଏକ ବ୍ରାଣ୍ଡ ନାମ। ମେଡିକାଲ ଯୋଗାଣ କମ୍ପାନୀ କ୍ଲାସିକୋ ଏବଂ ଡାକ୍ତରଖାନା ପାଇଁ ଏକ ପୋଷାକ କମ୍ପାନୀ ଆଲେନ। ବର୍ତ୍ତମାନ ପ୍ରଶ୍ନ ଉଠିଛି, କମ୍ପାନୀ କାହିଁକି କାଜୁଆଲ କିମ୍ବା ଅଫିସିଆଲ ପୋଷାକ ବ୍ୟତୀତ ଏପରି ପୋଷାକର ଡିଜାଇନ କରୁଛି , ଯାହା କେବଳ ଡାକ୍ତରଖାନାରେ ପିନ୍ଧାଯାଇପାରିବ। ସେ କହିଛନ୍ତି, କେହି ଅସୁସ୍ଥ ହେବାକୁ ପସନ୍ଦ କରନ୍ତି ନାହିଁ ଏବଂ ଅସୁସ୍ଥତା ସମୟରେ ଲୋକମାନେ ଅତ୍ୟଧିକ ଉଦାସ ହୋଇଯାଆନ୍ତି, ଏପରି ପରିସ୍ଥିତିରେ ଡିଜାଇନର୍‌ ଗାଉନ ସେମାନଙ୍କ ମନୋବଳ ଏବଂ ପ୍ରେରଣା ବୃଦ୍ଧିରେ ସାହାଯ୍ୟ କରିଥାଏ।

ଏହି ଗାଉନଗୁଡିକ କ୍ଲାସିକ ଏବଂ ବାଥ୍‌ରୋବ ଦୁଇ ପ୍ରକାରର ହୋଇଥାଏ। ଏହା ୪ଟି ରଙ୍ଗ ଯଥା ଗୋଲାପୀ,ବ୍ଲୁ, ଗ୍ରେ ଏବଂ ଓ୍ବାଇନ ରେଡ୍‌ରେ ତିଆରି ହୋଇଥାଏ। ଶକ୍ତିଶାଳୀ ଡିଟରଜେଣ୍ଟ ସହିତ ୮୦ ଥର ଧୋଇବା ପରେ ମଧ୍ୟ ଏହାର କପଡ଼ା ଉପରେ କୌଣସି ବିଶେଷ ପ୍ରଭାବ ପଡ଼େ ନାହିଁ। ଏହାର କୋମଳତା ଅକ୍ଷୁଣ୍ଣ ରହିଥାଏ। ଏହି ଗାଉନର ମୂଲ୍ୟ ସମ୍ପର୍କରେ ରିପୋର୍ଟରେ କୌଣସି ସୂଚନା ଦିଆଯାଇନାହିଁ, କିନ୍ତୁ ଏହା ଅନୁମାନ କରାଯାଇପାରେ ଯେ, ଯଦି ଗାଉନ ଡିଜାଇନର୍‌ ତେବେ ଏହାର ମୂଲ୍ୟ ମଧ୍ୟ ଅଧିକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri