ଜାଣନ୍ତି ଭାରତର କେଉଁ ସହରରେ ଲାଗିଥିଲା ପ୍ରଥମ ଷ୍ଟ୍ରିଟ୍‌ ଲାଇଟ୍‌

ବେଙ୍ଗାଲୁରୁ,୨୧ା୧୨: ସମୟ ଥିଲା ଲୋକେ ବିଜୁଳି ଆଲୁଅ କ’ଣ ଜାଣି ନ ଥିଲେ କି ଦେଖି ନ ଥିଲେ। ବର୍ତ୍ତମାନ ସମୟରେ କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସବୁସ୍ଥାନରେ ଲୋକେ ବିଜୁଳି ଦେଖିସାରିଲାଣି। ମାତ୍ର ଜାଣନ୍ତି କି ଭାରତର ପ୍ରଥମେ କେଉଁ ସହରରେ ବିଜୁଳି ଆଲୁଅ ଦେଖିବାକୁ ମିଳିଥିଲା। ଏସିଆର ପ୍ରଥମ ଷ୍ଟ୍ରିଟ୍‌ ଲାଇଟ୍‌ ୧୯୦୫ ଅଗଷ୍ଟରେ ବେଙ୍ଗାଲୁରୁକୁ ଆସିଥିଲା। ସହରର ୧୦୦ଟି ସ୍ଥାନରେ ଏହି ଲାଇଟ୍‌ ସ୍ଥାପନ କରାଯାଇଥିଲା। ଫଳରେ ସାରା ସହର ଆଲୋକମୟ ହୋଇଉଠିଥିଲା। ଗୋଟିଏ ବର୍ଷ ମଧ୍ୟରେ ୮୬୧ ଷ୍ଟ୍ରିଟ ଲାଇଟ୍‌ ଏବଂ ୧୬୩୯ ଘରୋଇ ସଂଯୋଗ ଥିଲା


ପୁରାତନ ବେଙ୍ଗାଲୁରୁବାସୀ ହୁଏତ କିରୋସିନ ଲ୍ୟାମ୍ପ୍‌କୁ ମନେ ରଖି ନ ପାରନ୍ତି। ମାତ୍ର ସେହିଦିନ ଷ୍ଟାଣ୍ଡବାଇ ଭାବରେ ଏହା ବ୍ୟବହୃତ ହୋଇଥିଲା। ଆଜିକାଲି ଆମେ ଜେନେରେଟର, ଇନଭର୍ଟରରୁ ଆଲୋକ ପାରିପାରୁଛେ। ଏହି କିରୋସିନ ଲ୍ୟାମ୍ପ କିମ୍ବା ଏହି ଦୀପଗୁଡ଼ିକର ପରିବର୍ତ୍ତନ ଏକ ଶତାବ୍ଦୀରୁ ଅଧିକ ସମୟ ପୂର୍ବରୁ ବେଙ୍ଗାଲୁରୁର ମୁଖ୍ୟ ରାସ୍ତାକୁ ଆଲୋକିତ କରିଥିଲା।

ଷ୍ଟ୍ରିଟ୍‌ ଲ୍ୟାମ୍ପ ପାଇଁ ସ୍ଥାନୀୟ ପ୍ରଶାସନ ସେତେବେଳେ ୩ ଜଣଙ୍କୁ ନିଯୁକ୍ତ କରିଥିଲା। ଜଣେ ଜଳୁଥିବା ଇନ୍ଧନ ଦ୍ୱାରା ଛାଡ଼ିଥିବା କଳା ଧୂଆଁକୁ ସଫା କରିବାକୁ ନିଯୁକ୍ତି ପାଇଥିବା ବେଳେ ଅନ୍ୟ ଜଣେ ଗ୍ୟାସ୍‌ ପମ୍ପ କରିବା ପାଇଁ ଏବଂ ଅନ୍ୟ ଜଣେ ନିଆଁକୁ ଆୟତ୍ତ କରିବା ପାଇଁ ନିଯୁକ୍ତି ପାଇଥିଲେ। ଏହି କାମ କେବଳ ସନ୍ଧ୍ୟାରେ କରାଯାଉଥିଲା।

Share