ଅଜବ ଏହି ଚେୟାର୍‌

ଆରାମ ଦେବା ସହ ଘରର ଲୁକ୍‌ ବି ବଦଳାଇପାରେ ଚେୟାର୍‌ । ତେବେ ଆମେ ଏଠାରେ ଯେଉଁ ଚେୟାର୍‌ କଥା କହୁଛୁ ସେଗୁଡ଼ିକର ଡିଜାଇନ୍‌ ବହୁତ ଭିନ୍ନ ଓ ଅଜବ । ଯଦି ସେଥିରୁ କିଛିକୁ ଆପଣ ଘରେ ରଖିବେ ଘର ଲାଗିବ ବେଶ୍‌ ଟ୍ରେଣ୍ଡି । ତା’ସହ ଆପଣ ପାଲଟିଯିବେ ଚର୍ଚ୍ଚାର ବିଷୟ…

ଅକ୍ଟୋପସ୍‌ ଚେୟାର୍‌: ଏହି ଚେୟାର ଦେଖିବାକୁ ସତସତିକା ଅକ୍ଟୋପସ୍‌ ପରି। ତେଣୁ ଏହା ଉପରେ ବସିବାକୁ ଇଚ୍ଛା ନ ହୋଇପାରେ। ହେଲେ ଏହା ବହୁତ ଆରାମଦାୟକ। ଏହାକୁ ଡିଜାଇନ୍‌ କରିଛନ୍ତି ମାକ୍ସିମୋ ରିଏରା।

ସ୍ପ୍ଲାଶ୍‌ ଚେୟାର୍‌: ପଥରଟିଏ ପାଣିରେ ପକେଇଲେ ପାଣି ଚାରିଆଡକୁ ଗୋଲାକାର ଭାବେ ତରଙ୍ଗାୟିତ ହୋଇ ଛିଟ୍‌କିଥାଏ। ଏହି ଦୃଶ୍ୟର ସ୍ଲୋ ମୋଶନ୍‌ ଭିଡିଓ ଯଦି ଦେଖିଥିବେ ଜାଣିପାରିବେ ପଥର ପଡିଥିବା ଜଳର ସେହି ଅଂଶ କିଭଳି ଦେଖାଯାଏ। ଠିକ୍‌ ସେହିଭଳି ଆକାରର ହେଉଛି ଏହି ଚେୟାର। ମାଇକେଲ୍‌ ଓ୍ବେଣ୍ଡେଲ ହେଉଛନ୍ତି ଏହି ଚେୟାରର ଡିଜାଇନର୍‌।

ଦି କଟ୍‌ ଚେୟାର୍‌: ଏହି ଚେୟାରର ଥାଏ ମାତ୍ର ଗୋଟିଏ ଭଲ ଗୋଡ଼। ଅନ୍ୟ ତିନି ଗୋଡ଼ ଅଧାରୁ ଭଙ୍ଗା। ଅପ୍ଟିକାଲ ଇଲ୍ୟୁଜନ୍‌ ପରି ଏହି ଚେୟାର। ଲାଗେ ସତେ ଯେମିତି ଚେୟାରଟି ସାଙ୍ଗେ ସାଙ୍ଗେ ଭାଙ୍ଗି ପଡ଼ିଯିବ। ତେବେ ପ୍ରକୃତରେ ଚେୟାର ଯେଉଁ କାର୍ପେଟ୍‌ ଉପରେ ଅଛି, ତା’ତଳେ ଏକ ଶକ୍ତ ପ୍ଲେଟ୍‌ ଅଛି। ତାସହ ଏକ ରଡ୍‌ ଚେୟାର ସହ ସଂଯୁକ୍ତ ହୋଇ ଚେୟାରକୁ ସନ୍ତୁଳନ ରଖିବାରେ ସାହାଯ୍ୟ କରେ। ଏହାକୁ ଡିଜାଇନ୍‌ କରିଛନ୍ତି ପିଟର୍‌ ବ୍ରିଷ୍ଟଲ।

ଫିଶ୍‌ ରକିଂ ଚେୟାର: ଛୋଟ ଛୋଟ ମାଛରେ ତିଆରି ଏହି ଚେୟାର। ଭାବୁଥିବେ ଏହା ବହୁତ ଗନ୍ଧ ହେବା ସହ ବସିବା ଯୋଗ୍ୟ ହୋଇ ନ ଥିବ। କିନ୍ତୁ ପ୍ରକୃତରେ ସେଇୟା ନୁହେଁ। ଚେୟାର ତିଆରି ହୋଇଛି ଆଲୁମିନିୟମର ସାରଡାଇନ୍‌ ମାଛରେ। ଏହି ମାଛକୁ ଓ୍ବେଲି୍ଡଂ କରି ରକିଂ ଚେୟାର୍‌ ରୂପ ଦିଆଯାଇଛି। ଏହାର ଡିଜାଇନର୍‌ ହେଉଛନ୍ତି ତ୍ରିସ୍ତାନ କୋଚରେନ୍‌।

ଚେୟାର୍‌ ଫର୍‌ କାଫେ: ଏହି ଚେୟାର୍‌ କାଫେ ପାଇଁ ଉଦ୍ଦିଷ୍ଟ। କାରଣ ଉକ୍ତ ଚେୟାର୍‌ ଦେଖିବାକୁ ସମ୍ପୂର୍ଣ୍ଣ କଫି ମଗ୍‌ ପରି। ଏହାର ହ୍ୟାଣ୍ଡେଲକୁ ବ୍ୟାଗ୍‌ କିମ୍ବା ଜ୍ୟାକେଟ୍‌ ଝୁଲାଇ ରଖିବାକୁ ବ୍ୟବହାର କରିହେବ। ଏହାକୁ ଡିଜାଇନ୍‌ କରିଛନ୍ତି ସନହାନ୍‌ ଓନ୍‌।

ବ୍ଲୁମ୍‌ ଚେୟାର୍‌: ଏକ ଷ୍ଟିଲ୍‌ର ବେସ୍‌ ଉପରେ ହାତ ତିଆରି ମାଇକ୍ରୋ ଫାଇବର୍‌ ଫ୍ୟାବ୍ରିକ୍‌କୁ ଫୋଲ୍ଡ କରି କରି ସିଲାଇ କରାଯାଇ ଏହି ଚେୟାରକୁ ଦିଆଯାଇଛି ଫୁଲ ପରି ଆକୃତି। ଦେଖିଲେ ଲାଗେ ଏହା ସମ୍ପୂର୍ଣ୍ଣଭାବେ ଫୁଟି ଯାଇଥିବା ଏକ ଫୁଲ। ଲାଲ, ସବୁଜ ଓ ହଳଦିଆ ରଙ୍ଗରେ ଆସୁଥିବା ଏହି ଚେୟାରକୁ ଯେ କେହି ଘରେ ରଖିବାକୁ ଚାହିଁବେ। ଏହାକୁ ଡିଜାଇନ୍‌ କରିଛନ୍ତି କେନେଥ୍‌ କୋବୋନପୁଇ।

ହିମ୍‌ ଓ ହର୍‌ ଚେୟାର: ଫାବିଓ ନଭେମ୍ବ୍ରେ ଡିଜାଇନ୍‌ କରିଛନ୍ତି ଏହି ଚେୟାର୍‌। ପୁରୁଷ ଓ ନାରୀଙ୍କ ପାଇଁ ସ୍ବତନ୍ତ୍ରଭାବେ ତିଆରି ଉକ୍ତ ଚେୟାର୍‌ ପଲିଇଥାଇଲିନ୍‌ରେ ତିଆରି। ଏହାର ଡିଜାଇନ୍‌ ନଗ୍ନ ପୁରୁଷ ଓ ମହିଳାଙ୍କ ବସିବା ଭଳି ଅଟେ। ଆଉ ଏହାର ଶେପ୍‌କୁ ଦୁଇଟି ପ୍ଲାଷ୍ଟର୍‌ ସ୍କଲ୍‌ପଚର୍‌ର ଥ୍ରୀ ଡାଇମେନ୍ସନାଲ ସ୍କାନିଂ ଦ୍ୱାରା କରାଯାଇଛି।

ଟନେଲ୍‌ ଚେୟାର୍‌: ମେଟାଲ୍‌ ଟ୍ୟୁବ୍‌କୁ ମୋଡି ତା’ ଚାରିପଟେ କଳା ରଙ୍ଗର ଇଲାଷ୍ଟିକ୍‌ ବ୍ୟାଣ୍ଡ ଗୁଡାଯାଇ ତିଆରି କରାଯାଇଛି ଏହି ଚେୟାର। ଏହି ଚେୟାର୍‌ ଏକ ଟନେଲ ପରି ଦେଖାଯାଏ। ଏହାର ଡିଜାଇନର୍‌ ନୋଗା ବର୍ମନ ଅଟନ୍ତି।

ସ୍କଲ୍‌ ଚେୟାର୍‌: ସ୍କଲ ବା ଖପୁରି ଭଳି ଦେଖାଯାଉଥିବା ଏହି ଚେୟାର୍‌ ଭୟଙ୍କର ଲାଗିପାରେ। ହେଲେ ବସିବାକୁ ବେଶ୍‌ ଆରାମଦାୟକ।

ପଜ୍ଜଲ୍‌ ଚେୟାର୍‌: ଏଥିରେ ୧୦ଟି ଚେୟାର ଫ୍ରେମ୍‌ ଥାଏ। ଆଉ ପ୍ରତି ଫ୍ରେମ୍‌ କ୍ରମାନ୍ବୟଭାବେ ଛୋଟ ହୋଇଥାଏ। ସେଗୁଡ଼ିକୁ ଗୋଟିଏ ଉପରେ ଗୋଟିଏକୁ ବଡ଼ରୁ ସାନଭାବେ ଫିଟ୍‌ କରିହୁଏ। ଫିଟ୍‌ ହେଲା ପରେ ତାହା ଏକ ପଜ୍ଜଲ୍‌ ଭଳି ଦେଖାଯାଏ। ଉକ୍ତ ଚେୟାର୍‌କୁ ଡିଜାଇନ୍‌ କରିଛନ୍ତି ଭିଭିଆନ୍‌ ଚିଉ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri