Categories: ଫୁରସତ

୬୧୦ରୁ ସିଧା ୬୩ କିଲୋ

୬୧୦ କିଗ୍ରା ଓଜନରୁ ସିଧା ୬୩ କିଗ୍ରା। ଆମେ କଥା ହେଉଛୁ ସାଉଦି ଆରବର ଖାଲିଦ ମୋହସିନ ଅଲ ଶାୟରୀଙ୍କ ବିଷୟରେ। ମୋଟାପଣକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ଥିବା ବେଳେ ସେ ଏବେ ଅନେକଙ୍କ ଲାଗି ଉଦାହରଣ ସାଜିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ।

ମୂଳତଃ ଜରଜାନ୍‌ରେ ରୁହନ୍ତି ଖାଲିଦ। ୧୭ ବର୍ଷ ବୟସରେ ତାଙ୍କ ଓଜନ ୬୧୦ କିଲୋ ହୋଇଯାଇଥିଲା। ସେତେବେଳେ ଲୋକମାନେ ତାଙ୍କୁ ଦୁନିଆର ସବୁଠାରୁ ମୋଟା କିଶୋର ବୋଲି ଅବିହିତ କରିଥିଲେ। ଏହାକୁ ନେଇ ତାଙ୍କର ଚର୍ଚ୍ଚା ହୋଇଆସୁଥିଲା। ୨୦୧୩ରେ ଅସୁସ୍ଥତା କାରଣରୁ ତାଙ୍କୁ ଡାକ୍ତରଖାନା ନେବାକୁ ପଡ଼ିଥିଲା। ହେଲେ ସେ ଏତେ ମୋଟା ଥିଲେ ଯେ ଘରକୁ ଭାଙ୍ଗି ତାଙ୍କୁ ଅଣାଯାଇଥିଲା ବାହାରକୁ । କ୍ରେନ୍‌ ସାହାର୍ଯ୍ୟରେ ତାଙ୍କୁ ଆମ୍ବୁଲାନ୍ସକୁ ଅଣାଯାଇଥିଲା। ସେଠାରୁ ବିମାନଯୋଗେ ଡାକ୍ତରଖାନା ନିଆଯାଇଥିଲା।

୩୦ଜଣ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କୁ ରଖାଯାଇଥିଲା। ଧିରେ ଧିରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ସର୍ଜରୀ ହେବା ପରେ ଥେରାପି ଜରିଆରେ ଖାଲିଦଙ୍କ ଚିକିତ୍ସା କରାଯାଇଥିଲା। ଏହାପରେ ଖାଲିଦ ଧିରେ ଧିରେ ଚାଲିବା ଆରମ୍ଭ କରିଥିଲେ। କିଛି ବର୍ଷରେ ତାଙ୍କର ନବକଳେବର ହୋଇ ମୋଟାପଣରୁ ମୁକ୍ତି ମିଳିଛି। ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ବିଶ୍ୱାସ କରିପାରୁନାହାନ୍ତି। ଅପରପକ୍ଷେ ସେ ଏବେ ଏକ ସୁସ୍ଥ ଜୀବନ ବିତାଉଛନ୍ତି।

Share