ଗୋଟିଏ ଓଭରରେ ବୁମରାଙ୍କଠାରୁ ପର୍ପଲ କ୍ୟାପ୍‌ ଛଡାଇ ନେଲେ ଏହି ବୋଲର୍‌

ଆଇପିଏଲର ଟାଇଟଲ ଯୁଦ୍ଧ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ନାମେଣ୍ଟର ଆଉ ଗୋଟିଏ ମ୍ୟାଚ୍‌ ବାକି ଅଛି। ନଭେମ୍ବର ୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ରବିବାର ଦିଲ୍ଲୀ କ୍ୱାଲିଫାୟର ୨ରେ ସନରାଇଜର୍ସକୁ ପରାସ୍ତ କରିଛି । ଅନ୍ୟପକ୍ଷରେ, ପର୍ପଲ କ୍ୟାପ ପାଇଁ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରାବାଡା ମୁମ୍ବାଇ ଇଣ୍ଡିଆନ୍ସର ଜସପ୍ରୀତ ବୁମରାଙ୍କଠାରୁ ପର୍ପଲ କ୍ୟାପ ଛଡ଼ାଇ ନେଇଛନ୍ତି। ବିଶେଷ କଥା ହେଉଛି ଆଇପିଏଲରେ ସର୍ବାଧିକ ଉଇକେଟ ନେଇଥିବା ଶ୍ରେଷ୍ଠ ତିନି ବୋଲର ଫାଇନାଲ ଖେଳିବେ। ସନରାଇଜର୍ସ ବିପକ୍ଷ କ୍ୱାଲିଫାୟର୍‌-୨ ମ୍ୟାଚ ଆରମ୍ଭ ହେବା ପୂର୍ବରୁ କାଗିସୋ ରାବାଡା ପର୍ପଲ କ୍ୟାପ ଦୌଡ଼ରେ ୨୫ ଉଇକେଟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେ ଏହି ମ୍ୟାଚରେ ୪ଟି ଉଇକେଟ ନେଇ ବୁମରାଙ୍କୁ ପଛରେ ପକାଇଥିଲେ। ଏବେ ରାବାଡାଙ୍କ ଖାତାରେରେ ୨୯ ଉଇକେଟ ଅଛି। ସେ ଗୋଟିଏ ଓଭରରେ ୩ଟି ଉଇକେଟ ନେଇ ବୁମରାଠାରୁ ପର୍ପଲ କ୍ୟାପ ଛଡ଼ାଇ ନେଇଥିଲେ। ରାବଡା ମଧ୍ୟ ଏହି ଓଭରରେ ହ୍ୟାଟ୍ରିକ ନେବାର ସୁଯୋଗ ଥିଲା। କିନ୍ତୁ ସେ ଲଗାତର ୨ଟି ଉଇକେଟ ନେବା ପରେ ଏକ ଓ୍ବାଇଡ୍‌ ବଲ ପକାଇଥିଲେ। ଏହାର ପର ବଲରେ ସେ ଆଉ ଏକ ଉଇକେଟ୍‌ ନେଇଥିଲେ। ରାବାଡା ଏବଂ ବୁମରା ଉଭୟ ଫାଇନାଲରେ ଖେଳିବେ। ଏଭଳି ପରିସ୍ଥିତିରେ ପର୍ପଲ କ୍ୟାପ ପାଇଁ ଉଭୟଙ୍କ ମଧ୍ୟରେ ଏକ ଜବରଦସ୍ତ ପ୍ରତିଯୋଗିତା ହେବ। ରାବାଡା ଏବଂ ବୁମରାଙ୍କ ପରେ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ତୃତୀୟ ସ୍ଥାନରେ ରହିଛି। ସେ ଏପର୍ଯ୍ୟନ୍ତ ୨୨ଟି ଉଇକେଟ ନେଇଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍‌ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲରଙ୍କୁ ପର୍ପଲ କ୍ୟାପ୍‌ ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?