Categories: ଖେଳ

ଭାରତ ପରାଜୟର ଭିଲେନ୍‌ ସାଜିଛନ୍ତି ଏହି ବୋଲର

ମୋହାଲି,୨୧।୯: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୪ ଉଇକେଟ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପାଇଁ ବୋଲରଙ୍କ ଖରାପ ପ୍ରଦର୍ଶନକୁ ଅଧିନାୟକ ରୋହିତ ଶର୍ମା ଦାୟୀ କରିଛନ୍ତି। ବିଶେଷ କରି ଅନ୍ତିମ ଓଭରରେ ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ ଯେପରି ବୋଲିଂ କରିଥିଲେ, ସେଥିପାଇଁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଶେଷ ୩ଟି ମ୍ୟାଚରୁ ତୃତୀୟ ଥର ଭାରତର ପରାଜୟ ପାଇଁ ଭୁବନେଶ୍ୱରଙ୍କୁ ଦାୟୀ କରାଯାଇଛି। ଏସିଆ କପ ପରଠାରୁ ଡେଥ୍‌ ଓଭରରେ ଭୁବନେଶ୍ୱର ନିରାଶ କରିଛନ୍ତି। ଦଳର ସବୁଠାରୁ ଅଭିଜ୍ଞ ବୋଲରଙ୍କ ଏହି ପ୍ରଦର୍ଶନ ଭାରତର ପରାଜୟର କାରଣ ପାଲଟିଛି।
ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ଭୁବନେଶ୍ୱର ୧୯ ଓଭରରେ ୧୯ ରନ ଦେଇଥିଲେ। ଏହି କାରଣରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେହିପରି ଶ୍ରୀଲଙ୍କା ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ଭୁବନେଶ୍ୱର ୧୯ ଓଭରରେ ୧୪ ରନ ଦେଇଥିଲେ। ଏହି କାରଣରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭୁବନେଶ୍ୱର ଚମତ୍କାର ପ୍ରଦର୍ଶନ କରି ପାଞ୍ଚ ଉଇକେଟ ନେଇଥିଲେ, କିନ୍ତୁ ଏହି ମ୍ୟାଚ୍‌ ସେ ଆରମ୍ଭରୁ ସମସ୍ତ ଓଭର ଫିଙ୍ଗିଥିଲେ। ପୁରୁଣା ବଲ ସହ ସେ ଏହି ମ୍ୟାଚରେ ବୋଲିଂ କରି ନ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସେ ପୁରୁଣା ବଲ ସହିତ ଦୁଇଟି ଓଭର ବୋଲିଂ କରି ମୋଟ ୩୧ ରନ ଦେଇଥିଲେ। ସେ ୧୭ ଓଭରରେ ୧୫ ରନ ଏବଂ ୧୯ ଓଭରରେ ୧୬ ରନ ଦେଇଥିଲେ। ଏହି କାରଣରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Share