ବଲିଉଡ୍‌ର ଏହି ଅଭିନେତ୍ରୀଙ୍କର ରହିଛି ସ୍ବତନ୍ତ୍ର ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ରେ ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସମ୍ପର୍କରେ ଭଉଣୀ। ଫିଲ୍ମ ସହିତ ସେମାନଙ୍କ ବାସ୍ତବ ଜୀବନରେ ପରସ୍ପର ସହ ଜଡ଼ିତ। ଆଜି ସେମିତି କିଛି ସେଲିବ୍ରିଟିଙ୍କ ବିଷୟରେ ଜାଣନ୍ତୁ…

କରିସ୍ମା କପୁର-କରୀନା କପୁର। ଏମାନେ ଦୁଇ ଭଉଣୀ। ବଲିଉଡ୍‌ରେ ଦୁଇ ଭଉଣୀ ବେଶ୍‌ ନାଁ କମାଇଛନ୍ତି। ସେହିପରି ମଲାଇକା ଆରୋରା ଏବଂ ଅମୃତା ଆରୋରା। ବଲିଉଡ୍‌ର ଏହି ଭଉଣୀମାନେ ବି ଚର୍ଚ୍ଚାରେ ରହିଥାନ୍ତି।

ନିର୍ଦ୍ଦେଶକ ତଥା ନିର୍ମାତା କିରଣ ରାଓଙ୍କ ସହ ବଲିଉଡ୍‌ର ଅଭିନେତ୍ରୀ ଅଦିତି ରାଓଙ୍କର ଏକ ବିଶେଷ ସମ୍ପର୍କ ରହିଛି। ଉଭୟ ଅଦିତି ଏବଂ କିରଣ ରାଓ ରାଜ ପରିବାରର ଅଟନ୍ତି। ଏମାନେ ସମ୍ପର୍କୀୟ ଭଉଣୀ। ସେହିପରି ରାଣୀ ମୁଖାର୍ଜୀ ଏବଂ କାଜଲ ସମ୍ପର୍କୀୟ ଭଉଣୀ। ବଲିଉଡ୍‌ରେ ଏମାନଙ୍କ ସମ୍ପର୍କ ଏତେ ଭଲ ନ ଥିଲେ ବି ଏବେ ସମ୍ପର୍କରେ ମଧୁରତା ଆସିଥିବା ଦେଖିବାକୁ ମିଳିଛି।

Share