Categories: ଫୁରସତ

ଅନ୍ଧାରରେ ଚମକେ ଏହି ବଡିପେଣ୍ଟିଂ

ଜନ ପପଲ୍‌ଟନ୍‌ ଜଣେ ଚିତ୍ରକର ସହ ଫଟୋଗ୍ରାଫର୍‌ ମଧ୍ୟ। ଦୀର୍ଘ ୨୦ ବର୍ଷ ହେବ ସେ ୱେଡିଂ ଓ ପୋର୍ଟ୍ରେଟ୍‌ ଫଟୋଗ୍ରାଫୀ କରିଛନ୍ତି। ସେ ସବୁବେଳେ ଚାହୁଁଥିଲେ ତାଙ୍କ ପେଣ୍ଟିଂ ଜୀବନ୍ତ ଲାଗୁ। ତେବେ ଦିନେ ଏହାକୁ ବାସ୍ତବ କରିବାର ଏକ ଉପାୟ ତାଙ୍କୁ ଜୁଟିଥିଲା। ସେ ଅନ୍ଧକାର ଷ୍ଟୁଡିଓରେ ଜଣେ ମହିଳାଙ୍କ ଶରୀରରେ ୟୁଭି ପେଣ୍ଟ୍‌ରେ ପେଣ୍ଟ କରି ଫଟୋ ଉଠାଇଥିଲେ। ଆଉ ବ୍ଲାକ୍‌ ଲାଇଟ୍‌ରେ ସେହି ପେଣ୍ଟିଂରୁ ଚମକ୍‌ ବାହାରିଥିଲା। ଫଟୋଗୁଡିକ ଅତ୍ୟନ୍ତ ଆକର୍ଷକ ଓ ଜୀବନ୍ତ ଲାଗିବାକୁ ଲାଗିଲା। ଶରୀରରେ ପେଣ୍ଟିଂ କରିବାକୁ ତାଙ୍କୁ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଲାଗିଥାଏ। ଆଫ୍ରିକାର ସାଭାନ୍ନାରୁ ଆରମ୍ଭ କରି ଭୟଙ୍କର ବିଜୁଳିର ପେଣ୍ଟିଂ ସେ ଶରୀରରେ କରିଛନ୍ତି। ତେବେ ତାଙ୍କୁ ଲାଗେ ନାରୀର ଶରୀରରେ ଏହି ପେଣ୍ଟିଂ କଲେ ତାହା ବେଶ୍‌ ବାସ୍ତବ ଲାଗିଥାଏ। ତେଣୁ ତାଙ୍କର ଅଧିକାଂଶ ପେଣ୍ଟିଂ ସେ ମହିଳାଙ୍କ ଶରୀରରେ କରିଥାଆନ୍ତି। ଆଉ ସବୁ ପେଣ୍ଟିଂ ସେ ୟୁଭି ପେଣ୍ଟ୍‌ରେ କରନ୍ତି, ଯେମିତିକି ସେଗୁଡିକ ଉପରେ ବ୍ଲାକ୍‌ ଲାଇଟ୍‌ ପଡିଲେ ସେଥିରୁ ଚମକ୍‌ ବାହାରିବ।

Share