Posted inଜାତୀୟ

ମୋଦି ସରକାରରେ ମନ୍ତ୍ରୀ ହେବାକୁ ସଫାସଫା ମନା କରିଦେଇଥିଲେ ଏହି ଭାଜପା ଏମ୍‌ପି: ଏବେ ଖୋଲିଲେ ଗୁମର

ନୂଆଦିଲ୍ଲୀ,୧୭।୬: ସମ୍ପ୍ରତି ଲୋକ ସଭା ନିର୍ବାଚନର ଫଳାଫଳ ପରେ ଦେଶରେ ଏନଡିଏ ସରକାର ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୭୧ ଏମ୍‌ପି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀଙ୍କ ଶପଥ ଗ୍ରହଣର ଏକ ସପ୍ତାହ ପରେ ଲୋକ ସଭା ଏମ୍‌ପି ଫଗନ ସିଂ କୁଲାଷ୍ଟେଙ୍କ ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଭିଡିଓରେ କୁଲାଷ୍ଟେ କହିଛନ୍ତି,ସେ ରାଜ୍ୟ ମନ୍ତ୍ରୀ ପଦ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହା ପଛର କାରଣ ମଧ୍ୟ ସେ ଦେଇଛନ୍ତି।
କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦି ସରକାରଙ୍କ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ନ ଥିବା କୁଲାଷ୍ଟେ କହିଛନ୍ତି, ସେ ଚତୁର୍ଥ ଥର ପାଇଁ କନିଷ୍ଠ ମନ୍ତ୍ରୀ ହେବାକୁ ସମ୍ପୂର୍ଣ୍ଣ ମନା କରି ଦେଇଛନ୍ତି। ମଧ୍ୟପ୍ରଦେଶର ମଣ୍ଡଳା ଆସନରୁ ୭ଥର ଏମ୍‌ପି ତଥା ଭାଜପାର ଜଣେ ଆଦିବାସୀ ନେତା କହିଛନ୍ତି, ମୁଁ ତିନିଥର ରାଜ୍ୟ ମନ୍ତ୍ରୀ ଥିଲି। ଚତୁର୍ଥ ଥର ପାଇଁ ରାଜ୍ୟ ମନ୍ତ୍ରୀ ହେବା ଭଲ ନୁହେଁ, ତେଣୁ ମୁଁ ସ୍ପଷ୍ଟ ଭାବେ ମନା କରିଥିଲି। ମୁଁ କହିଲି ମୁଁ କ୍ୟାବିନେଟ ମନ୍ତ୍ରୀ ହେଲେ ଭଲ ହେବ।
ଲାଗୁଛି ଯେପରି କୁଲାଷ୍ଟେଙ୍କ ଏହି ବିବୃତ୍ତି ପରେ ରାଜନୀତି ଉଷ୍ମ ହୋଇଛି। କୁହାଯାଉଛି ଯେ କୁଲାଷ୍ଟେ କ୍ୟାବିନେଟରେ ଅନ୍ତର୍ଭୁକ୍ତ ନ ହେବା ନେଇ ଅସନ୍ତୁଷ୍ଟ ଅଛନ୍ତି, ଯାହା ସେ ଖୋଲାଖୋଲି ଭାବେ ପ୍ରକାଶ କରୁନାହାଁନ୍ତି।
କୁଲାଷ୍ଟେ ପୂର୍ବ ସରକାରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ସେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ। ୧୯୯୯ ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ସରକାରରେ କୁଲାଷ୍ଟେ ଆଦିବାସୀ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri