ଆମାବାସ୍ୟାରେ ସ୍ବାମୀଙ୍କ ପାଦ ଛୁଇଁ ପୂଜା କଲେ ଏହି ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ପ୍ରଣିତା ସୁଭାଷ ଭୀମନା ଅମାବାସ୍ୟାରେ ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ସେ ହଳଦିଆ ରଙ୍ଗର ସୁଟ ପିନ୍ଧି ତାଙ୍କ ସ୍ବାମୀଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି।
ସ୍‌ସେ କ୍ୟାପସନରେ ଲେଖିଛନ୍ତି- ମୁଁ ଭୀମନା ଅମାବାସ୍ୟାରେ ପୂଜା କରିଥିଲି। ଆପଣମାନଙ୍କ ପାଇଁ ଏହା ପିତୃସତ୍ତାର ଏକ ଶୋ ’ହୋଇପାରେ (ଗତ ବର୍ଷ ମୁଁ ଟ୍ରୋଲ ହୋଇଥିଲି) କିନ୍ତୁ ମୋ ପାଇଁ ଏହାର ଅର୍ଥ ବହୁତ। ସନାତନ ଧର୍ମରେ ଅଧିକାଂଶ ରୀତିନୀତିରେ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ପଛରେ ଏକ କାହାଣୀ ରହିଛି। ହିନ୍ଦୁ ରୀତିନୀତି ପିତୃସତ୍ତାତ୍ମକ ବୋଲି ଯୁକ୍ତି କରିବା ନିରର୍ଥକ। କାରଣ ଏହା ଅଳ୍ପ କେତେକ ବିଶ୍ୱାସ ମଧ୍ୟରୁ ଗୋଟିଏ, ଯେଉଁଠାରେ ଦେବତା ଏବଂ ଦେବୀଙ୍କୁ ସମାନ ଭାବରେ ପୂଜା କରାଯାଏ।
ଗତ ବର୍ଷ ପ୍ରଣିତା ଏହି ପୂଜାର ଫଟୋ ଶେୟାର କରିଥିଲେ। ତାଙ୍କୁ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲ। ପ୍ରଣିତା ୨୦୨୧ରେ ବ୍ୟବସାୟୀ ନିତିନ ରାଜୁଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଝିଅ ଅଛି। ପ୍ରଣିତା ସାଉଥ୍‌ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ସେ ବଲିଉଡରେ ମଧ୍ୟ ପାଦ ଦେଇଛନ୍ତି। ସେ ପ୍ରଥମେ ୨୦୨୧ରେ ହଙ୍ଗାମା ୨ରେ ନଜର ଆସିଥିଲେ। ଏହା ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର। ଏହା ପରେ ସେ ଅଜୟ ଦେବଗାନଙ୍କ ଫିଲ୍ମ ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆରେ ଅଭିନୟ କରିଥିଲେ।

Share