ସଲମାନଙ୍କ ହିରୋଇନ ହେବାକୁ ଫଟୋ ପଠାଇଥିଲେ ଏହି ଅଭିନେତ୍ରୀ, ରାତାରାତି ହୋଇଥିଲେ ପ୍ରସିଦ୍ଧ

ମୁମ୍ବାଇ: ୩୨ ବର୍ଷ ତଳେ ସଲମାନ ଖାନ୍‌ଙ୍କ ସହ ‘ସନମ ବେଓ୍ବଫା’ରେ ଡେବ୍ୟୁ କରି ଜଣେ ଅଭିନେତ୍ରୀ ଚର୍ଚ୍ଚାକୁ ଆସିଥିଲେ। ପ୍ରଥମ ଫିଲ୍ମରେ ସେ ସଫଳତା ହାସଲ କରିଥିଲେ। ମାତ୍ର ପରେ ବଲିଉଡ୍‌ ଛାଡ଼ି ଦେଇଥିଲେ। ଏହି ଅଭିନେତ୍ରୀଙ୍କ ନାମ ନବୋଦିତା ଶର୍ମା। ଯିଏକି ଚାନ୍ଦିନୀ ନାମରେ ବେଶ୍‌ ପ୍ରସିଦ୍ଧ। ଫିଲ୍ମ ‘ସନମ ବଓ୍ବେଫା’ର ୩୨ ବର୍ଷ ପୂରଣ ହେବା ପରେ ଚାନ୍ଦିନୀଙ୍କୁ ମନେ ପକାଯାଇଛି।

୩୨ ବର୍ଷ ପୂର୍ବେ ସଲମାନ ଏବଂ ଚାନ୍ଦିନୀଙ୍କ ରୋମାଣ୍ଟିକ ଯୋଡ଼ି ଦର୍ଶକଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଥିଲା। ଚାନ୍ଦିନୀଙ୍କ ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦର୍ଶକଙ୍କୁ ସେତେବେଳେ ପାଗଳ କରିଦେଇଥିଲା।

ସଲମାନଙ୍କ ହିରୋଇନ ପାଇଁ ସେତେବେଳେ ଏକ ବିଜ୍ଞାପନ ଛପା ଯାଇଥିଲା। ‘ସନମ ବେଓ୍ବଫା’ ୧୧ ଜାନୁୟାରୀ ୧୯୯୧ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ପାଇଁ ସାଓ୍ବନ କୁମାର ତାଙ୍କ ଫିଲ୍ମ ପାଇଁ ଏକ ନୂଆ ଚେହେରା ଖୋଜୁଥିଲେ। ଏନେଇ ସେ ଖବରକାଗଜରେ ଏକ ବିଜ୍ଞାପନ ପ୍ରକାଶ କରିଥିଲେ। ଯେଉଁଥିରେ ଲେଖାଥିଲା, ଯଦି ଆପଣ ସଲମାନ ଖାନ୍‌ଙ୍କ ହିରୋଇନ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ଫଟୋ ପଠାନ୍ତୁ ଏବଂ ସାଓ୍ବନ କୁମାର କାର୍ଯ୍ୟାଳୟକୁ ପଠାନ୍ତୁ। ନବୋଦିତା ଶର୍ମା ନାମକ ଜଣେ ଯୁବତୀ ଏହା ଦେଖିଥିଲେ। ପରେ ସେ ତାଙ୍କର ସୁନ୍ଦର ଫଟୋ ପଠାଇଥିଲେ। ଏହି ଫଟୋକୁ ନିର୍ଦ୍ଦେଶକ ସାଓ୍ବନ କୁମାର ପସନ୍ଦ କରିଥିଲେ। ତାଙ୍କୁ ଅଡିଶନକୁ ଡକାଇଥିଲେ। ଏହି ଫିଲ୍ମରେ ‘ଚାନ୍ଦିନୀ’ ଭୂମିକାରେ ଅଭିନୟ କରିବା ପରେ ହିଟ୍‌ ହୋଇଥିବା ନବୋଦିତା ତାଙ୍କର ପ୍ରକୃତ ନାମ ଛାଡ଼ି ଚାନ୍ଦିନୀ ନାଁରେ ପ୍ରସିଦ୍ଧି ଲାଭ କରିଥିଲେ।

ପରେ ଚାନ୍ଦିନୀ ବଲିଉଡ୍‌ ଇଣ୍ଡଷ୍ଟ୍ରି ଛାଡ଼ି ଆମେରିକାରେ ରହିଲେ। କୁହାଯାଏ, ଚାନ୍ଦିନୀ ଆମେରିକାରେ ଡ୍ୟାନ୍ସ କ୍ଲାସ ଚଳାଉଛନ୍ତି।
‘ସନମ ବେଓ୍ବଫା’ ରିଲିଜ ହେବା ପରେ ଏହାର ଗୀତ ପ୍ରତ୍ୟେକ ଗଳିକନ୍ଦିରେ ବାଜୁଥିଲା। ଯାହା ସାଓ୍ବନ କୁମାର ମଧ୍ୟ ଜାଣି ନ ଥିଲେ ଯେ ତାଙ୍କ ଫିଲ୍ମ ଏତେ ହିଟ୍‌ ହୋଇଛି। ସେତେବେଳେ ସେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଫିଲ୍ମ ନିର୍ମାଣ କରିଥିଲେ ଏବଂ ୧୨ କୋଟି ଟଙ୍କା ରୋଜଗାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri