ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ବିବାହର ୧୦ ବର୍ଷ ପରେ ସେ ଗର୍ଭବତୀ ଅଛନ୍ତି। ୪୫ ବର୍ଷ ବୟସରେ ସେ ସରୋଗେସି ମାଧ୍ୟମରେ ମା’ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସମ୍ଭାବନା ମା’ ହେବା ପାଇଁ ଏକ ଲମ୍ବା ଯୁଦ୍ଧ ଲଢ଼ିଥିଲେ। ତାଙ୍କୁ ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡିଥିଲା। ସେ IVF ମଧ୍ୟ କରିଥିଲେ। ଗର୍ଭପାତ ଏବଂ ଅନେକ ଇଞ୍ଜେକ୍ସନର ଯନ୍ତ୍ରଣା ସହ୍ୟ କରିଥିଲେ।
ପୂର୍ବରୁ ସେ ତିନି ମାସର ଗର୍ଭବତୀ ଥିଲେ। ୧୮ ଡିସେମ୍ବର ୨୦୨୪ରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଥାନ୍ତେ। କିନ୍ତୁ ଏହି ଦିନଟି ତାଙ୍କ ଜୀବନର ସବୁଠାରୁ ଖରାପ ଦିନ ହୋଇଯାଇଥିଲା। ତାଙ୍କୁ ଗର୍ଭପାତ କରିବାକୁ ପଡିଥିଲା। କାରଣ ଏହା ତାଙ୍କ ଶରୀର ପାଇଁ ନିରାପଦ ନ ଥିଲା। ତାଙ୍କୁ ସମ୍ପୂର୍ଣ୍ଣ କୋର୍ସ ସମୟରେ ୬୫ଟି ଇଞ୍ଜେକ୍ସନ ଦିଆଯାଇଥିଲା, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା।
ସେ ଥରେ କିମ୍ବା ଦୁଇଥର ନୁହେଁ, ବରଂ ଚାରିଥର ଗର୍ଭପାତର ଶିକାର ହୋଇଥିଲେ। ଏବେ ସମ୍ଭାବନାଙ୍କ ଜୀବନରେ ଖୁସି ଫେରି ଆସିଛି। ସେ ଗର୍ଭବତୀ। ତାଙ୍କ ଗର୍ଭଧାରଣର ଖବର ସେୟାର କରି, ଅଭିନେତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ଗର୍ଭବତୀ। ଆମର ସବୁଠାରୁ ସୁନ୍ଦର କାହାଣୀ ଏବେ ସୃଷ୍ଟି ହେଉଛି। ପ୍ରେମ, ଆଶା ଏବଂ ସରୋଗେସି ମାଧ୍ୟମରେ କାଉଣ୍ଟଡାଉନ ଆରମ୍ଭ ହୋଇଛି।
ସମ୍ଭାବନା ସେଠ ତାଙ୍କ ଦୀର୍ଘକାଳୀନ ପ୍ରେମିକ ଅଭିନାଶ ମିଶ୍ରଙ୍କୁ ଜୁଲାଇ ୧୪, ୨୦୧୬ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ୫ ବର୍ଷ ପାଇଁ ଡେଟ କରିଥିଲେ। ସମ୍ଭାବନା ତାଙ୍କ ସ୍ବାମୀ ଅଭିନାଶଙ୍କଠାରୁ ୭ ବର୍ଷ ବଡ଼।