ତାଲିବାନର ଆତଙ୍କବାଦୀମାନଙ୍କୁ ରାଖୀ ବାନ୍ଧିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ; ଟୁଇଟ୍‌ କରି ମୋଦିଙ୍କୁ କହିଲେ…

ବମ୍ବେ: ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଛି ଭୟର ବାତାବରଣ। ଲୋକମାନେ ପ୍ରାଣ ବଞ୍ଚାଇବାକୁ ଦେଶ ଛାଡ଼ି ଚାଲିଯିବାକୁ ଚାହୁଁଥିବା ବେଳେ ସେଠାକାର ମହିଳାମାନେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। କାରଣ ତାଙ୍କ ଉପରେ ଅତ୍ୟାଚାର ହେଉଛି। ଏପରି ସ୍ଥିତିରେ ଅନେକ ଭାରତୀୟ କଳାକାର ଆଫଗାନ ନାଗରିକଙ୍କୁ ସମବେଦନା ଜଣାଉଛନ୍ତି। ଅଭିନେତ୍ରୀ ମାହିକା ଶର୍ମା ମଧ୍ୟ ଏହି କ୍ରମରେ ଯୋଡ଼ି ହୋଇଛନ୍ତି। ସେ ତାଲିବାନର ଆତଙ୍କବାଦୀମାନଙ୍କୁ ରାଖୀ ବାନ୍ଧିବାକୁ ଚାହୁଁଥିବା କହିଛନ୍ତି।

ଏକ ଟୁଇଟ୍‌ କରି ମାହିକା କହିଛନ୍ତି, ମୁଁ ଆଫଗାନିସ୍ତାନର ମହିଳାମାନଙ୍କୁ ବଞ୍ଚାଇବା ଲାଗି ଆଗକୁ ଆସିବାକୁ ଚାହୁଁଛି। ମୁଁ ସମସ୍ତ ତାଲିବାନର ଆତଙ୍କବାଦୀଙ୍କୁ ରାଖୀପୂର୍ଣ୍ଣିମାରେ ରାଖୀ ବାନ୍ଧିବାକୁ ଚାହୁଁଛି। ଏହାପରେ ସେମାନଙ୍କୁ ପିଟି ପିଟି ମହିଳାଙ୍କର ସମ୍ମାନ କିଭଳି କରାଯାଏ ତାହା ଶିଖାଇବି। ସେମାନଙ୍କ ଘରେ ମା’ ଭଉଣୀ ନାହାନ୍ତି। ଏଣୁ ଭଉଣୀ ହିସାବରେ ତାଙ୍କୁ ପିଟିପାରିବି ବୋଲି ସେ କହିଛନ୍ତି। ଏହାଛଡ଼ା ମାହିକା ନିଜର ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିନ୍ତାଧାରା କିଭଳି ଲାଗିଲା ବୋଲି ମଧ୍ୟ ସେ ପଚାରିଛନ୍ତି। ମାହିକାଙ୍କର ଏଭଳି ବୟାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ମାହିକା ଏଭଳି ବୟାନବାଜି କରିଛନ୍ତି। ଅଭିନୟକୁ ଆସିବା ଏବଂ ବୋଲ୍ଡ ବୟାନ ଦେବା କାରଣରୁ ମାହିକାଙ୍କ ପରିବାର ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିଲେ। ସେ ଏକଦା ପର୍ନ ଷ୍ଟାର ଡୈନୀ ଡି ଏବଂ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ସହ ସେକ୍ସ କରିବାକୁ ଚାହୁଁଥିବା କହିଥିଲେ। ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା।

Share