କ୍ୱାରାଣ୍ଟାଇନ୍‌ରେ ନ ରହି କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଦିଲ୍ଲୀ ଏବଂ ମୁମ୍ବାଇରେ ରହିବା ପରେ ଲଣ୍ଡନ ଫେରି ଯାଇଛନ୍ତି। ସୋନମ ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ଲକ୍‌ଡାଉନ୍‌ ପୂର୍ବରୁ ଭାରତ ଆସିଥିଲେ। ପରେ ଲକ୍‌ଡାଉନ୍‌ରେ ଫସିଯାଇଥିଲେ। ତେବେ ଲକ୍‌ଡାଉନ୍‌ ହଟିବା ପରେ ପୁଣି ଏହି ଯୋଡ଼ି ଲଣ୍ଡନ ଫେରି ଯାଇଛନ୍ତି। ସୋନମ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଏକ ପାର୍କରେ ବସିଥିବା ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଖୁସି ତ ହେଲେ ମାତ୍ର ବିଭିନ୍ନ ପ୍ରଶ୍ନ ପଚାରିବାରେ ଲାଗିଲେ ସୋନମଙ୍କୁ।
ଜଣେ ୟୁଜର ଲେଖିଛନ୍ତି, କେମିତି ଭାରତର ଅଭିନେତ୍ରୀ ଲଣ୍ଡନରେ କୋଭିଡ୍‌ ନିୟମ ଉଲ୍ଲଂଘନ କଲେ। ଏହା ଦ୍ୱାରା ଲୋକଙ୍କ ଜୀବନ ପ୍ରତି ଅଭିନେତ୍ରୀ ଜଣକ ବିପଦ ସୃଷ୍ଟି କରୁଛନ୍ତି। ୟୁଜରମାନେ କହିଛନ୍ତି, ସୋନମ କପୁର ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ନ ରହି କୋଭିଡ୍‌ ନିୟମ ଉଲ୍ଲଂଘନ କରିଛନ୍ତି। ଏହା ଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ବ୍ୟତୀତ ସୋନମ ଏହି ସମୟରେ ସୋସିଆଲ ମିଡିଆରେ ଫଟୋ ଶେୟାର କରିବା ନିଶ୍ଚିତ ଭାବରେ ଦୁଃଖଦାୟକ। କିଛି ଲୋକ ସୋନମଙ୍କ ଗିରଫ ଦାବି ମଧ୍ୟ କରିଛନ୍ତି।

Share