Posted inଜାତୀୟ

୪୦ ବର୍ଷ ବୟସରେ ଯମଜ ସନ୍ତାନର ମାଆ ହେଲେ ଅଭିନେତ୍ରୀ,କହିଲେ ବିବାହ ନ କରି…

ବେଙ୍ଗାଲୁରୁ,୬।୭: କନ୍ନଡ ଅଭିନେତ୍ରୀ ତଥା ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଭାବନା ରମନ୍ନା ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଅମିତାଭ ବଚ୍ଚନଙ୍କ ବଲିଉଡ ଫିଲ୍ମ ‘ଫ୍ୟାମିଲି’ରେ ଅଭିନୟ କରିଥିବା ୪୦ ବର୍ଷୀୟା ଭାବନା ରମନ୍ନା ବିବାହ ନକରି ଆଇଭିଏଫ (ଇନ ଭିଟ୍ରୋ ଫର୍ଟିଲାଇଜେସନ) ମାଧ୍ୟମରେ ଗର୍ଭବତୀ ହୋଇଛନ୍ତି ଏବଂ ସେ ଯମଜ ସନ୍ତାନର ମାତା ହେବେ ବୋଲି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି।

ଭାବନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବେବି ବମ୍ପ ସହିତ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ କେବେ ଭାବି ନଥିଲି ଯେ ମୁଁ ଏହା କହିବି, କିନ୍ତୁ ଦେଖନ୍ତୁ, ମୁଁ ୬ ମାସର ଗର୍ଭବତୀ, ଯମଜ ସନ୍ତାନ ସହିତ। ଯେତେବେଳେ ମୁଁ ୨୦ କିମ୍ବା ୩୦ ବର୍ଷର ଥିଲି, ମାତୃତ୍ୱ ବିଷୟରେ ଭାବି ନଥିଲି। କିନ୍ତୁ ୪୦ ବର୍ଷ ବୟସରେ ଏହି ଇଚ୍ଛା ମନରେ ଜାଗିଲା। ଜଣେ ଅବିବାହିତା ମହିଳା ଭାବେ ଏହି ରାସ୍ତା ସହଜ ନଥିଲା। ଅନେକ ଆଇଭିଏଫ କ୍ଲିନିକ ମୋତେ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ବେଙ୍ଗାଲୁରୁର ଜଣେ ଡାକ୍ତର ମୋତେ ସମର୍ଥନ ଦେଇଥିଲେ ଏବଂ ପ୍ରଥମ ଚେଷ୍ଟାରେ ମୁଁ ଗର୍ଭବତୀ ହୋଇଥିଲି।

ଭାବନା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବାପା, ଭାଇ, ଭଉଣୀ ଏବଂ ନିକଟତମ ବନ୍ଧୁମାନେ ତାଙ୍କ ଏହି ନିଷ୍ପତ୍ତିରେ ଗର୍ବ ଓ ପ୍ରେମର ସହିତ ତାଙ୍କ ସହ ରହିଛନ୍ତି। ସେ କହିଛନ୍ତି, ମୋର ସନ୍ତାନମାନଙ୍କର ପିତା ନାହାଁନ୍ତି, କିନ୍ତୁ ମୁଁ ଏହି ଯାତ୍ରାରେ ଏକା ନୁହେଁ। ମୋ ପରିବାର ମୋ ସହ ଅଛି।

ଭାବନାଙ୍କ ଏହି ଧାର୍ଯ୍ୟ ନିଷ୍ପତ୍ତି ସମାଜରେ ଏକ ନୂଆ ଆଲୋଚନା ସୃଷ୍ଟି କରିଛି। ଅବିବାହିତା ମହିଳାଙ୍କୁ ଆଇଭିଏଫ ମାଧ୍ୟମରେ ମାତୃତ୍ୱ ଗ୍ରହଣ କରିବାର ଅଧିକାର ଉପରେ ଦୀର୍ଘ ସମୟ ଧରି ଆଇନଗତ ପ୍ରତିବନ୍ଧକ ରହିଥିଲା। କିନ୍ତୁ ଆଇନରେ ପରିବର୍ତ୍ତନ ଆସିବା ପରେ ଭାବନା ଏହି ସୁଯୋଗର ଲାଭ ଉଠାଇଛନ୍ତି। ତାଙ୍କ ଏହି ପଦକ୍ଷେପକୁ ଅନେକେ ସାହସୀ ଏବଂ ପ୍ରେରଣାଦାୟୀ ବୋଲି କହୁଛନ୍ତି।

ଭାବନା ରମନ୍ନା କନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଓ ଭରତନାଟ୍ୟମ ନୃତ୍ୟାଙ୍ଗନା ଭାବେ ପରିଚିତ। ସେ ମୁମ୍ବାଇରେ କିଛି ବର୍ଷ ରହି ଅମିତାଭ ବଚ୍ଚନଙ୍କ ସହ ‘ଫ୍ୟାମିଲି’ ଫିଲ୍ମରେ କାମ କରିଥିଲେ। ତାଙ୍କର ଏହି ନିଷ୍ପତ୍ତି ଏବଂ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ବେବି ବମ୍ପ ଫଟୋ ଏବେ ଭାଇରାଲ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri