ବଲିଉଡ୍‌ର ଲଭର୍‌ବଏ ଥିଲେ ଏହି ଅଭିନେତା: ୩୦୮ଜଣଙ୍କୁ କରିଥିଲେ ଡେଟ୍‌

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି କଳାକାର। ସେମାନଙ୍କ ମଧ୍ୟରେ ଏପରି ଜଣେ ଅଭିନେତା ଅଛନ୍ତି ଯିଏ ଜଣଙ୍କୁ ନୁହେଁ ବରଂ ୩୦୮ଜଣଙ୍କୁ ଡେଟ୍‌ କରିଛନ୍ତି। ଚମକି ପଡ଼ିଲେ କି? ଅବିଶ୍ୱାସ ଲାଗୁଥିଲେ ହେଁ କଥାଟି ସତ।

ଅଭିନେତାଜଣଙ୍କ ହେଉଛନ୍ତି ସଞ୍ଜୟ ଦତ୍ତ। ବଲିଉଡ୍‌କୁ ଏଣ୍ଟ୍ରି କରିବାର ପ୍ରାଥମିକ ଦିନଗୁଡ଼ିକରେ ସେ ମାଧୁରୀ ଦୀକ୍ଷିତଙ୍କ ପ୍ରେମରେ ପଡ଼ିଥିଲେ। ସେ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁ ଥିଲେ। ହେଲେ ତାହା ହୋଇପାରି ନ ଥିଲା। ପରେ ସଞ୍ଜୁ ବାବା ପାଖାପାଖି ୩୦୮ଜଣଙ୍କୁ ଡେଟ୍‌ କରିଥିଲେ।

ଏବେ ସଞ୍ଜୟ ମାନ୍ୟତା ଦତ୍ତଙ୍କୁ ବିବାହ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ସୋସିଆଲ ମିଡିଆରେ ମାନ୍ୟତା ବେଶ ଆକ୍ଟିଭ୍‌ ଥିବା ବେଳେ ସ୍ବାମୀ ଏବଂ ପିଲାଙ୍କ ସହ ଅନେକ ଫଟୋ ଶେୟାର କରିଥାନ୍ତି।

 

Share