Odisha Elections 2024

ନିଜଠୁ ୧୬ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କୁ ଲୁଚିଛପି ବିବାହ କଲେ ଏହି ଅଭିନେତା

‘କ୍ୟାପଟେନ ଆମେରିକା’ ଅର୍ଥାତ୍‌ ଅଭିନେତା କ୍ରିସ ଇଭାନ୍ସ ଲୁଚିଛପି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହଠାତ୍‌ ବିବାହ କରି ସେ ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। କ୍ରିସ ତାଙ୍କଠାରୁ ୧୬ ବର୍ଷ ସାନ ତାଙ୍କ ଗର୍ଲଫ୍ରେଣ୍ଡ ଅଲବା ବାପ୍ଟିଷ୍ଟାଙ୍କୁ ବିବାହ କରିଛନ୍ତି। କ୍ରିସ ଇଭାନ୍ସଙ୍କୁ ୪୨ ବର୍ଷ ହୋଇଥିବାବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଅଲବା ୨୬ ବର୍ଷ ବୟସ।
ଏହି ଦମ୍ପତି ସେପ୍ଟେମ୍ବର ୯ରେ ମାସାଚୁସେଟ୍ସର ବୋଷ୍ଟନ ସ୍ଥିତ ଏକ ଘରୋଇ ବାସଭବନରେ ବିବାହ କରିଥିଲେ। ସେମାନଙ୍କର ବିବାହ ସମାରୋହ ଅତ୍ୟନ୍ତ ବ୍ୟକ୍ତିଗତ ଥିଲା। କ୍ରିସ ଏବଂ ଅଲବାଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ତେବେ ଏପର୍ଯ୍ୟନ୍ତ କ୍ରିସ ଏବଂ ଅଲବାଙ୍କ ବିବାହ ସମ୍ପର୍କରେ କୌଣସି ନିଶ୍ଚିତତା ହୋଇନାହିଁ।
୨୦୨୨ରେ ପ୍ରଥମ ଥର ପାଇଁ ସେମାନଙ୍କର ଡେଟିଂ ଖବର ସାମ୍ନାକୁ ଆସିଥିଲା। ଏହି ଦମ୍ପତି ନ୍ୟୁୟର୍କରେ ଏକାଠି ବୁଲୁଥିବାର ନଜର ଆସିଥିଲେ। ଚଳିତ ବର୍ଷ ଆରମ୍ଭରେ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।
୨୬ ବର୍ଷୀୟା ଅଲବା ଜଣେ ପର୍ତ୍ତୁଗୀଜ ଅଭିନେତ୍ରୀ। ସେ ୨୦୧୪ରେ ଧାରାବାହିକ ‘ଜାର୍ଡିନ୍ସ ପ୍ରୋବିଡୋସ’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ‘ଏ ଇମ୍ପୋଷ୍ଟୋରା’, ‘ଫିଲ୍ହା ଡା ଲେଇ’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିଲେ। କ୍ରିସ ଏବଂ ଅଲବା ପ୍ରଥମ ଥର ପାଇଁ ‘ୱାରିଅର୍‌ ନନ’ରେ ଏକାଠି କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆଏ ହାଏ, ଓଏ ହୋଏ..ବଦୋ ବଦି’ ଗାଇଥିବା ଗାୟକଜଣଙ୍କ କିଏ? ଯାହାଙ୍କୁ ମିଳିଥିଲା ୨୮ ବିବାହ ପ୍ରସ୍ତାବ, ସେଲିବ୍ରିଟିଙ୍କ ଭଳି ଯିଏ ବଦଳାଇଛନ୍ତି ନାମ…

ବମ୍ବେ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି ଏକ ଗୀତ ‘ଆଏ ହାଏ, ଓଏ ହୋଏ, ବଦୋ ବଦି…’। ପ୍ରାୟ ସମସ୍ତଙ୍କ ମୁହଁରେ ଏହି...

ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା...

ଭୋଟ ଦେଉ ନ ଥିବା ଲୋକଙ୍କ ଟିକସ ବଢ଼ାଯାଉ: ପରେଶ ରାଓ୍ବଲ

ମୁମ୍ବାଇ: ମହାରାଷ୍ଟ୍ରର ୧୩ ଲୋକ ସଭା ଆସନରେ ସୋମବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ମୁମ୍ବାଇରେ ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri