ଏକାଥରକେ ୬୪ ରୁଟି ଖାଇଦେଇଥିଲେ ଏହି ଅଭିନେତା

ଅଭିନେତା ଜନ ଅବ୍ରହାମ ନାମ ବଲିଉଡର ସବୁଠୁ ଫିଟ ଅଭିନେତା ଭାବେ ଜଣାଶୁଣା। ନିଜକୁ ଫିଟ ରଖିବା ପାଇଁ ସେ ଘଣ୍ଟା ଘଣ୍ଟା ପରିଶ୍ରମ କରନ୍ତି ନିଜୟ ଖାଦ୍ୟପେୟ ଉପରେ ମଧ୍ୟ ସେ ଖଉବ୍‌ ଯତ୍ନବାନ। ସର୍ବଦା ନିଜକୁ ଫିଟ୍‌ ରଖିବା ଜନ୍‌ ଯଦି ୬୪ଟି ରୁଟି ଏକାଥରକେ ଖାଇବେ ତାହାକୁ ସହଜେ ବିଶ୍ୱାସ କରିହେବ ନାହିଁ। କିନ୍ତୁ ଏହା ସହ। କପିଲ ଶର୍ମାଙ୍କ ଶୋ’ରେ ଜନ ନିଜେ ଏହା ପ୍ରକାଶ କରିଥିଲେ।
ଏହି ଶୋ’ରେ କପିଲ ତାଙ୍କୁ ପଚାରିଥିଲେ ଯେ ଜନ, ତୁମ ବିଷୟରେ ଏକ ଗୁଜବ ଅଛି ଯେ ତୁମେ ଥରକେ ୬୪ ରୁଟି ଖାଇଥିଲ। କପିଲଙ୍କଠାରୁ ଏହା ଶୁଣିବା ପରେ ଜନ ହସି ହସି ଏହା ଗୁଜବ ନୁହେଁ ବରଂ ଏକ ସତ୍ୟ। ସେ ସମୟରେ ନିଜ ଫିଟ୍‌ନେସ୍‌ ଉପରେ ଆଦୌ ଧ୍ୟାନ ଦେଉ ନ ଥିଲେ। ଏକ ରେଷ୍ଟୁରାଣ୍ଟରେ ୬୪ ରୁଟି ଖାଇସାରିବା ପରେ ଜଣେ ୱେଟର ତାଙ୍କ ପାଖକୁ ଆସି କହିଥିଲେ ସାର୍‌ ଭାତ ମଧ୍ୟ ଅଛି। ଖାଇବେ କି।
ଜନ୍‌ଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ପଠାନ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ସୁପରହିଟ୍‌ ହୋଇଥିଲା। ଖୁବ ଶୀଘ୍ର ତାଙ୍କୁ ଅନେକ ବଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ।

Share