Posted inଖେଳ

ଟେଷ୍ଟ ପଦାର୍ପଣରେ ଦ୍ୱିଶତକ ହାସଲ କରିଥିଲେ ଏହି ୫ ବ୍ୟାଟ୍ସମ୍ୟାନ

ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କରିବା ସବୁ ଖେଳାଳିଙ୍କ ସ୍ବପ୍ନ ରହିଥାଏ। ଯଦି କୌଣସି କ୍ରିକେଟର୍‌ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରନ୍ତି ତେବେ ଏହା ତାଙ୍କ ଲାଗି ବେଶ୍‌ ସ୍ବତନ୍ତ୍ର ହୋଇଥାଏ। ସେହିଭଳି ଟେଷ୍ଟ କ୍ରିକେଟ୍‌ରେ ଏମିତି ୫ ଜଣ ବ୍ୟାଟ୍ସମ୍ୟାନ ରହିଛନ୍ତି ଯେଉଁମାନେ କି ପଦାର୍ପଣ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିବାର ବିରଳ ସୌଭାଗ୍ୟ ଲାଭ କରିଛନ୍ତି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଟିପ୍‌ ଫଷ୍ଟର ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି। ୧୯୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ଫଷ୍ଟର ୨୮୭ ରନର ମାରାଥନ ଇନିଂସ ଖେଳିଥିଲେ। ଯାହା ୧୧୭ ବର୍ଷ ଧରି ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇରହିଛି। ପଦାର୍ପଣ ଟେଷ୍ଟରେ ସର୍ବାଧିକ ସ୍କୋର କରିବାର ଅଧିକାରୀ ରହିଛନ୍ତି ଫଷ୍ଟର। ଫଷ୍ଟର ମାତ୍ର ୮ଟି ଟେଷ୍ଟ ଖେଳିବାର ସୁଯୋଗ ପାଇଥିଲେ। ଯେଉଁଥିରେ ସେ ୪୨ ଆଭରେଜରେ ୬୦୨ ରନ କରିଥିଲେ। ଫଷ୍ଟର ମଧ୍ୟ ଏକମାତ୍ର ଖେଳାଳିଭାବେ ଇଂଲଣ୍ଡ ଫୁଟ୍‌ବଲ ଓ କ୍ରିକେଟ୍‌ ଦଳର ନେତୃତ୍ୱ ନେଇବାର ସୌଭାଗ୍ୟ ଲାଭ କରିଥିଲେ। ମାତ୍ର ୩୬ ବର୍ଷ ବୟସରେ ଫଷ୍ଟର ପ୍ରାଣ ହରାଇଥିଲେ।


ଲରେନ୍ସ ରୋଏ ମଧ୍ୟ ପଦାର୍ପଣ ଟେଷ୍ଟରେ ଦ୍ୱିଶତକ ଅର୍ଜନ କରିଥିଲେ। କ୍ରିକେଟ୍‌ ଇତିହାସରେ ୨ୟ ବ୍ୟାଟ୍ସମ୍ୟାନ ଭାବେ ସେ ଏହି ସଫଳତା ପାଇଥିଲେ। ୧୯୭୨ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୨୧୪ ରନ କରିଥିଲେ। ସେହିଭଳି ଶ୍ରୀଲଙ୍କାର ବ୍ରେଣ୍ଡନ କୁରୁପ୍ପୁ ମାତ୍ର ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ପଦାର୍ପଣ ମ୍ୟାଚ୍‌ରେ ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ୧୯୮୭ରେ କଲମ୍ବୋରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍‌ରେ କୁରୁପ୍ପୁ ୨୦୧ ରନ କରିଥିଲେ। ସେ ଶ୍ରୀଲଙ୍କା ପକ୍ଷରୁ ମଧ୍ୟ ମାତ୍ର ୫୪ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ।
ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ମାଥ୍ୟୁ ସିନକ୍ଲେୟାର। ସିନ୍‌କ୍ଲେୟାର ନ୍ୟୁଜିଲାଣ୍ଡ ପକ୍ଷରୁ ୩୩ ଟେଷ୍ଟ ଓ ୪୪ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୧୯୯୯ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ସେ ୨୧୪ ରନ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ ରୁଡଲଫ୍‌ ୨୦୦୩ରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ୨୨୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ବିଶ୍ୱର ୫ମ ବ୍ୟାଟ୍ସମ୍ୟାନ ଭାବେ ସେ ଏହି ସଫଳତା ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri