Categories: ଖେଳ

କ୍ରିକେଟ୍‌ରେ ପୁଣି ଜଲଓ୍ବା ଦେଖାଇଲେ ଏହି ୪୭ ବର୍ଷିୟ ମହାନ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୦।୮: ୟୁଏସ ମାଷ୍ଟର୍ସ ଟି-୧୦ ଲିଗ ୨୦୨୩ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଭେଟେରାନ ଅଲରାଉଣ୍ଡର ଜ୍ୟାକ କାଲିସ କାଲିଫର୍ନିଆ ନାଇଟ୍ସ ତରଫରୁ ବିସ୍ଫୋରକ ଇନିଂସ କରିଛନ୍ତି। ସମାନ ପୁରୁଣା ଶୈଳୀ ୪୭ ବର୍ଷିୟ ଜ୍ୟାକ କଲିସରେ ମଧ୍ୟ ଦେଖାଯାଇଥିଲା, ଯିଏ ଲିଗରେ ପ୍ରଥମ ମ୍ୟାଚ ଖେଳିଥିଲେ। ଦ୍ରୁତ ବ୍ୟାଟିଂ କରୁଥିବା କଲିସ ୮ଟି ଚୌକା ଓ ୩ ଛକା ସହାୟତାରେ ୩୧ ବଲରେ ୬୪ ରନର ଇନିଂସ ଖେଳିଥିଲେ।
ଏହି ଇନିଂସରେ କାଲିସ ଚମତ୍କାର ସଟ ଖେଳିଥିଲେ। ଇନିଂସରେ କଲିସଙ୍କ ଶଟ ଦେଖି ତାଙ୍କ ବୟସ ୪୭ ବର୍ଷ ବୋଲି ଆଦୌ ଅନୁମାନ କରାଯାଇପାରିବ ନାହିଁ। କାଲିସ ତାଙ୍କ ଯୁଗର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଥିଲେ। ୨୦୬.୪୫ ଷ୍ଟ୍ରାଇକ ହାର ସହିତ ଟି-୧୦ ଲିଗର ପ୍ରଥମ ମ୍ୟାଚରେ କାଲିସ ୬୪ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। କାଲିସଙ୍କ ଇନିଂସ ଆଧାରରେ କାଲିଫର୍ନିଆ ନାଇଟ୍ସ ୧୦ ଓଭରରେ ବୋର୍ଡରେ ୧ ଉଇକେଟ୍‌ ହରାଇ ୧୫୮ ସ୍କୋର କରିଥିଲା। କାଲିସ ଦଳ ପାଇଁ ଓପନିଂରେ ଆସି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

Share