Categories: ଫୁରସତ

୩୦ ବର୍ଷ ପରେ ପୁଣି ଝରଣାରେ ଆସିଲା ପାଣି…

ଫରିଦାବାଦ,୧୨।୯: ଗତ ୩୦ ବର୍ଷ ଧରି ଝରଣାରେ ପାଣି ନ ଥିଲା। ମାତ୍ର ଏବେ ପୁଣି ଏହା ପ୍ରବାହିତ ହେବାରେ ଲାଗିଛି। ଏଭଳି ଘଟଣା ଫରିଦାବାଦର ମୋହବତାବାଦ ଅଞ୍ଚଳରେ ଘଟିଛି। ଏହି ଝରଣା ମହାଭାରତ ସମୟ ସହିତ ଜଡିତ ରହିଥିବା କୁହାଯାଉଛି। ଆରାବଳୀ ପାର୍ବତ୍ୟ ରେଞ୍ଜର ଏହି ଝରଣାଟି ଲଗାତାର ଖଣି ଖନନ ଏବଂ କମ ବର୍ଷା ଯୋଗୁ ଶୁଖି ଯାଇଥିଲା। ତେବେ ଚଳିତ ବର୍ଷ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଭଲ ବର୍ଷା ହେବାରୁୁ ପୁଣି ଝରଣାଟି ନିଜର ପୁରୁଣା ରୂପକୁ ଫେରି ଆସିଛି।

ଏହା ମହାଭାରତ ସମୟ ସହିତ ଜଡିତ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଗ୍ରାମବାସୀ ଜୟକିଶନ, ଲଲିତ ଭରଦ୍ୱାଜ ଏବଂ ରାଜପାଲ ସିଂ କହିଛନ୍ତି ଯେ ମହାଭାରତ ସମୟର ଏହି ଝରଣା ପାଣ୍ଡବମାନଙ୍କୁ ଇନ୍ଦ୍ରପ୍ରସ୍ଥ ରାଜଧାନୀ ପ୍ରତିଷ୍ଠା କରାଇବାରେ ସହାୟତା ପ୍ରଦାନ କରିଥିଲା। ପାଣ୍ଡବଙ୍କ ତପସ୍ୟା ବଳରେ ଏହି ଝରଣା ସୃଷ୍ଟି ହୋଇଥିଲା। ଏହି ସ୍ଥାନ ଉଦୟଲକ ମୁନିଙ୍କର ତପୋଭୂମି ଥିଲା। ଏଠାକାର ପାହାଡ଼ ଗୁମ୍ଫାରେ ମୁନି ତପସ୍ୟା କରୁଥିଲେ। ଗୁମ୍ଫାରେ ମୁନିଙ୍କ ପ୍ରତିମା ମଧ୍ୟ ସ୍ଥାପିତ ହୋଇଛି ଯାହାଙ୍କୁ ଲୋକେ ପୂଜା କରିଥାନ୍ତି। ଝରଣା ପ୍ରବାହିତ ହେଉଥିବା ଅଞ୍ଚଳରେ ଆରାବଳୀ ପର୍ବତ ଉପରେ ୭ ଟି କୁଣ୍ଡ ନିର୍ମାଣ କରାଯାଇଥିଲା। ତଳେ ଏକ ପୁଷ୍କରିଣୀ ମଧ୍ୟ ରହିଛି। ଏବେ ଏଠାକୁ ପର୍ଯ୍ୟଟକ ବୁଲିବାକୁ ବି ଆସୁଥିବା ଗ୍ରାମବାସୀମାନେ କହିଛନ୍ତ

Share