୩୨ ବର୍ଷ ବିତିଲା, ମିଳୁନି ଜମିପଟ୍ଟା

ବାରିପଦା ଅଫିସ,୨୨।୧୨ ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ତଟବର୍ତ୍ତୀ ମଧୁବନ ଅଞ୍ଚଳରେ ଗୃହ ଓ ସହରୀ ବିକାଶ ନିଗମ(ହୁଡକୋ) ପକ୍ଷରୁ ଗୃହ ଯୋଗାଇ ଦିଆଯାଇଥିବା ହିତାଧିକାରୀଙ୍କୁ ଜମିପଟ୍ଟା ଦେବାକୁ ବାରିପଦା ଟାଉନ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୭ନଂ ୱାର୍ଡରେ ବସବାସ କରୁଥିବା ହିତାଧିକାରୀଙ୍କୁ ବାରିପଦା ହୁଡକୋ ପକ୍ଷରୁ କଲୋନୀ ନିର୍ମାଣ କରି ଆବଶ୍ୟକ ଅର୍ଥ ନେଇ ଗୃହ ଯୋଗାଇ ଦିଆଯାଇଥିଲା। ତେବେ ଦୀର୍ଘ ୩୨ବର୍ଷ ଧରି ଉକ୍ତ ହିତାଧିକାରୀଙ୍କୁ ଉକ୍ତ ସ୍ଥାନର ଜମିପଟ୍ଟା ପ୍ରଦାନ କରାଯାଇ ନ ଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ରହୁଛନ୍ତି। ତହସିଲରୁ ଆବଶ୍ୟକ ସାର୍ଟିଫିକେଟ ମଧ୍ୟ ପାଇପାରୁ ନାହାନ୍ତି। ଏ ସଂକ୍ରାନ୍ତରେ ହିତାଧିକାରୀମାନେ ଟାଉନ ପ୍ଲାନିଙ୍ଗ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିବା ପରେ ୨୦୧୨ରେ ଦେବୋତ୍ତର ବିଭାଗ ସମ୍ମତି ପ୍ରକାଶ କରି ଲିଜଧାରୀଙ୍କୁ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ଆଦେଶ ଦେଇଥିଲେ ା ଏ ନେଇ ଟାଉନ ପ୍ଳାନିଙ୍ଗ ପକ୍ଷରୁ ବାରିପଦା ଉପଜିଲାପାଳଙ୍କୁ ଚିଠିନଂ.୧୮୫୪/୨୪ସେପ୍ଟେମ୍ବର ୨୦୧୨ରେ ଅବଗତ କରାଯାଇଥିଲା। ମାତ୍ର ଅଦ୍ୟାବଧି ହିତାଧିକାରୀମାନେ ଜମିପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି। ଖୁବଶୀଘ୍ର ଲିଜଧାରୀଙ୍କୁ ପଟ୍ଟା ପ୍ରଦାନ କରା ନ ଗଲେ ଆନ୍ଦୋଳନ କରାଯିବା ବୋଲି ସେମାନେ କଡ଼ା ଚେତାବନୀ ଦେଇଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଜନ ଦାସ, ରତନଲାଲ ଶର୍ମା, ଜିଲା ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ସ୍ବାଗନ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri