ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରୀଛାତ୍ର

ସମ୍ବଲପୁର(ବ୍ୟୁରୋ)/ରାଉରକେଲା ଅଫିସ/ ଝାରସୁଗୁଡ଼ା ଅଫିସ/ଟିଟିଲାଗଡ଼, ୨୪ା୨(ଡି.ଏନ.ଏ.): ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା। ଏହିକ୍ରମରେ ପଶ୍ଚିମ ଓଡିଶାର ସମ୍ବଲପୁର, ରାଉରକେଲା, ଝାରସୁଗୁଡା ଓ ବଲାଙ୍ଗୀର ଜିଲାର ୩୦ରୁ ଊର୍ଦ୍ଧ୍ୱ ଡାକ୍ତରୀ ଛାତ୍ରୀଛାତ୍ର ସେଠାରେ ଫସି ରହିଛନ୍ତି। ଏନେଇ ପରିବାର ଲୋକେ ଚିନ୍ତିତ ହୋଇପଡିଛନ୍ତି।

ସମ୍ବଲପୁର ସେନ୍‌ପାର୍କର ମେଡିକାଲ ଛାତ୍ର ମହମ୍ମଦ ଜାକିଙ୍କୁ ଫେରାଇଆଣିବା ଲାଗି ତାଙ୍କ ବାପା ମହମ୍ମଦ ଅଜିମ ଅଜୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ପୁଅ ସହ ବାରମ୍ବାର କଥା ହେଉଛୁ। ସବୁଆଡେ ଭୟର ବାତାବରଣ ରହିଥିବା ପୁଅ ସୂଚନା ଦେଉଛି। ଗୁରୁବାର ସକାଳେ ସେ ୟୁକ୍ରେନରୁ ଦୁବାଇ ଦେଇ ଭୁବନେଶ୍ୱର ଆସିବାର ଥିଲା। ତେଣୁ ସେ ୟୁକ୍ରେନସ୍ଥିତ କ୍ୱିଭ୍‌ ଏୟାରପୋର୍ଟକୁ ଆସିଥିଲା। ହେଲେ ସକାଳେ ରୁଷିଆ ଯୁଦ୍ଧ ଘୋଷଣା କରି ଏୟାରପୋର୍ଟକୁ ନିଜ ଦଖଲକୁ ନେଇଯାଇଥିଲା। ତେଣୁ ପୁଅ ଫେରିପାରି ନ ଥିଲା। ଏବେ ସେମାନେ ଏୟାରପୋର୍ଟରୁ ଫେରିଯାଇ ବାହାରେ ଏକ ହଷ୍ଟେଲରେ ରହୁଛନ୍ତି।
ୟୁକ୍ରେନ୍‌ ସ୍ଥିତ ଭିଏନ୍‌ ଖାର୍କିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପଢୁଥିବା ଶେଷବର୍ଷ ଛାତ୍ରୀ ରାଉରକେଲା ଜଗଦା ଅଞ୍ଚଳର ସୁଶ୍ରୀ ଶ୍ରୀପତି ଜଣାଇଛନ୍ତି, ବର୍ତ୍ତମାନ ସୁଦ୍ଧା ଆମେ ୩ଥର ବୋମାମାଡ ଶବ୍ଦ ଶୁଣିସାରିଲୁଣି। ୟୁକ୍ରେନ୍‌ ସରକାର ମେଡିକାଲ କଲେଜ କ୍ୟାମ୍ପସ ଭିତରୁ ନ ବାହାରିବା ପାଇଁ ଆମ୍ଭମାନଙ୍କୁ ଅପିଲ କରିଛନ୍ତି। ସୁଶ୍ରୀ ୨୦୧୬ରେ ଡାକ୍ତରୀ ପାଠ ପଢ଼ିବା ପାଇଁ ୟୁକ୍ରେନ୍‌ ଯାଇଥିବା ତାଙ୍କ ବାପା ଚନ୍ଦ୍ରଶେଖର ପତି କହିଛନ୍ତି। ସେହିପରି ସେକ୍ଟର-୪ ଅଞ୍ଚଳର ପ୍ରତିଭା ଜେନାଙ୍କ ଝିଅ ସାଲେନି ଜେନା ୟୁକ୍ରେନ କାରିଭ ମେଡିକାଲ କଲେଜର ପଞ୍ଚମ ବର୍ଷ ଛାତ୍ରୀ । ସେ ମଧ୍ୟ ୨୦୧୮ରେ ଡାକ୍ତରୀ ପଢ଼ିବା ପାଇଁ ସେଠାରେ ନାମ ଲେଖାଇଥିଲେ।
ସେହିପରି ଟେନସା ଅଞ୍ଚଳର କୈଳାସ ଚନ୍ଦ୍ର ପଣ୍ଡାଙ୍କ ଝିଅ ପ୍ରିୟଙ୍କା ପଣ୍ଡା ୨୦୨୧ ଡିସେମ୍ବର ୪ରେ ଡାକ୍ତରୀପାଠ ପଢ଼ିବା ପାଇଁ ୟୁକ୍ରେନ୍‌ ଯାଇଥିଲେ। ପ୍ରିୟଙ୍କା ପ୍ରଥମ ବର୍ଷର ମେଡିକାଲ ଛାତ୍ରୀ ଭାବେ ୟୁକ୍ରେନ ଭିଏନ କାରିଭ ଜାତୀୟ ବିଶ୍ୱବିଦ୍ୟାଳୟରେ ପାଠ ପଢୁଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର ଆମ ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିବା ପାଇଁ କୈଳାସ ନିବେଦନ କରିଛନ୍ତି। ଫର୍ଟିଲାଇଜରର ସୋହନ ପାଣି ୟୁକ୍ରେନ୍‌ରେ ଦି୍ବତୀୟ ବର୍ଷ ଛାତ୍ର ଭାବେ ଡାକ୍ତରୀ ପାଠ ପଢୁଛନ୍ତି। ସୋହନଙ୍କ କହିବା ଅନୁଯାୟୀ, ଯୁଦ୍ଧ ଆଶଙ୍କା ଥିବାରୁ ଏକ ସପ୍ତାହ ତଳେ ସମସ୍ତ ଆବଶ୍ୟକ ସାମଗ୍ରୀ କିଣି ନେବା ପାଇଁ ସେଠାକାର ସରକାରଙ୍କ ପକ୍ଷରୁ ପ୍ରଚାର କରାଯାଇଥିଲା। ପ୍ରତି ମୁହୂର୍ତ୍ତରେ ଆମ ଘର ଲୋକେ ଫୋନ କରୁଥିବାରୁ ଆମେ ଚିନ୍ତିତ ଅଛୁ। ସେହିପରି ରାଉରକେଲା ଛେଣ୍ଡ୍‌ କଲୋନୀ, କୋଏଲନଗର, ବାସନ୍ତୀ କଲୋନୀ, ଫଟଲାଇଜର ଟାଉନଶିପ୍‌, ସେକ୍ଟର-୨୦ ଅଞ୍ଚଳରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ମେଡିକାଲ ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ଫସି ରହିଥିବା ସେମାନଙ୍କ ଅଭିଭାବକମାନେ ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ଜିଲାବନ୍ଧବାହାଲ ଅଞ୍ଚଳର ୮ଛାତ୍ରୀଛାତ୍ର ୟୁକ୍ରେନ୍‌ର ଭିଏନ୍‌ କାରଜିନ୍‌ ଖାର୍କିଭ୍‌ ୟୁନିଭର୍ସିଟିରେ ମେଡିକାଲ ପାଠ ପଢୁଛନ୍ତି। ଏମାନେ ହେଲେ ସୋନାଲି ତ୍ରିପାଠୀ, ଦେବୀ ପ୍ରସାଦ ସାହୁ, ଅକ୍ଷୟ ସିଂହଦେଓ, ସ୍ମୃତିଶିକ୍ତା ବେହେରା, ନେଲଶନ ସାହୁ, ହରପ୍ରଭା ସାହୁ, ରଞ୍ଜିତା ପ୍ରଧାନ ଓ ସୁଶ୍ରୀ ସ୍ବାଗତିକା ନାୟକ। ୨ଦିନ ତଳେ ସେଠାରେ ବୋମା ବିସ୍ଫୋରଣ ହେବା ଫଳରେ ଛାତ୍ରୀଛାତ୍ର ଭୟଭୀତ ହୋଇ ଘରେ ରହିଛନ୍ତି। ବାହାରକୁ ଆସିଲେ ମାର୍କେଟ୍‌ରେ ଠିକ୍‌ ଭାବେ ସାମଗ୍ରୀ ମିଳୁନାହିଁ। ଖାଦ୍ୟାଭାବ ସ୍ଥିତି ଦେଖାଦେଇଛି ବୋଲି ଫସି ରହିଥିବା ଛାତ୍ରୀଛାତ୍ର ନିଜ ଅଭିଭାବକଙ୍କ ସହ କଥାବାର୍ତ୍ତାରୁ ଜଣାପଡିଛି। ବଲାଙ୍ଗୀର ଜିଲା ଟିଟିଲାଗଡ ସହର ହାଟପଦାପଡାର ପାଣ୍ଡବ କୁମାର ତ୍ରିପାଠୀଙ୍କ ପୁଅ ସାଇସ୍ବରୂପ ତ୍ରିପାଠୀ। ସେ ସେଠାକାର ଖାର୍କିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ଏମ୍‌ବିବିଏସ୍‌ ଶେଷ ବର୍ଷର ଛାତ୍ର। ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଏବେ ସାଇସ୍ବରୂପଙ୍କ ପରିବାରର ଚିନ୍ତା ବଢିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri