Posted inଜାତୀୟ

୨୦୨୧ରେ ୧୩ ହଜାର ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ ,୧୯।୧୨(ଆଇଏଏନ୍‌ଏସ୍‌): ରାଜସ୍ଥାନର କୋଟାସ୍ଥିତ କୋଚିଂ ସେଣ୍ଟରର ୩ ଜଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ୟାରିୟର ଆଶାୟୀଙ୍କ ଆତ୍ମହତ୍ୟା ଘଟଣା ବିତର୍କର ବିଷୟ ହୋଇଛି। ଜଟିଳ ପ୍ରତିଯୋଗିତା ଏବଂ ଅତ୍ୟଧିକ ଚାପକୁ ଏଥିପାଇଁ ଦାୟୀ କରାଯାଉଥିବା ବେଳେ ଦେଶରେ ପ୍ରତିବର୍ଷ ଏଭଳି ଅନେକ ଆତ୍ମହତ୍ୟା ଘଟୁଛି। ଶିକ୍ଷା କ୍ୟାରିୟରରେ ବିଫଳ ହେବା ଭୟରେ ଗତବର୍ଷ ୧୩,୦୮୯ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାପଡ଼ିଛି। ଏଥିରେ ମହାରାଷ୍ଟ୍ର ଶୀର୍ଷରେ ରହିଛି।
ଗତ କିଛିବର୍ଷ ହେବ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୨୦ ତୁଳନାରେ ୨୦୨୧ରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ପାଖାପାଖି ୪.୫ ପ୍ରତିଶତ ବଢ଼ିଛି। ମୋଟ ଆତ୍ମହତ୍ୟାର ପ୍ରାୟ ୫୦ ପ୍ରତିଶତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ନାଟକ ଏବଂ ଓଡ଼ିଶାରେ ଘଟିଥିଲା।

ତଥ୍ୟ ଅନୁଯାୟୀ ମୋଟ ଛାତ୍ରୀଛାତ୍ର ଆତ୍ମହତ୍ୟା ମଧ୍ୟରୁ ୧,୮୩୪ (୧୪%) ମହାରାଷ୍ଟ୍ରରେ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧,୩୦୮(୧୦%), ତାମିଲନାଡୁରେ ୧,୨୪୫ (୯.୫%) ଏବଂ କର୍ନାଟକରେ ୮୫୫ (୬.୫%) ଘଟିଛି। ଆତ୍ମହତ୍ୟାର କାରଣ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ନ ଥିଲେ ହେଁ ପରୀକ୍ଷାରେ ବିଫଳତା ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଇଛି। ଏନ୍‌ଇଇଟି-ୟୁଜି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପାରିବାରୁ ଗତ ସେପ୍ଟେମ୍ବର ୮ରେ ଗ୍ରେଟର ନୋଏଡା ଜେପି ଅମନ ସୋସାଇଟିର ଜଣେ ୨୨ ବର୍ଷୀୟ ଛାତ୍ରୀ ୯ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

ଏନ୍‌ଇଇଟିରେ ଫେଲ୍‌ ହୋଇଥିବା ଚେନ୍ନାଇର ଜଣେ ଛାତ୍ରୀ ଜୁନ୍‌ ୩୦ରେ ଆତ୍ମହତ୍ୟା କରିଥିଲେ। ମଧ୍ୟପ୍ରଦେଶର ୨ ଜଣ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଏପ୍ରିଲ ୩୦ରେ ଅନୁରୂପ କାରଣରୁ ଜୀବନ ଦେଇଥିଲେ।
ଛାତ୍ରୀଛାତ୍ରଙ୍କ ଦୁଶ୍ଚିନ୍ତା ଓ ଭେଦଭାବ ଦୂର ଲାଗି ସରକାର ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ବିଭିନ୍ନ ପଦକ୍ଷେପ ନେଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି। ସେମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ୟୁଜିସି (ଅଭିଯୋଗ ସମାଧାନ)ନିୟମାବଳୀ, ୨୦୧୯ ପ୍ରଣୟନ ହୋଇଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ ଲାଗି ୨୦୦୯ରେ ୟୁଜିସି ନିୟମାବଳୀ ଆଣିଥିଲା। ଏହା ବ୍ୟତୀତ ଶିକ୍ଷା ଚାପ କମାଇବା ପାଇଁ ସହକର୍ମୀଙ୍କ ସହାୟତାରେ ଶିକ୍ଷା, ପିଲାଙ୍କ ପାଇଁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାଦାନ ଆଦି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri