Posted inଜାତୀୟ

ମୁମ୍ବାଇ ସମୁଦ୍ରରେ ବୋଟ୍‌ ଓଲଟି ୧୩ ମୃତ

ମୁମ୍ବାଇ, ୧୯।୧୨:ମୁମ୍ବାଇର ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପ ଯାଉଥିବା ନୀଲକମଲ ନାମକ ଏକ ଯାତ୍ରୀବାହୀ ମୋଟର ବୋଟ୍‌ ସହ ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଭାରତୀୟ ନୌସେନାର ଏକ ସ୍ପିଡ୍‌ ବୋଟ୍‌ର ଧକ୍କା ହୋଇଛି। ଫଳରେ ଯାତ୍ରୀବାହୀ ବୋଟ୍‌ଟି ଓଲଟି ପଡ଼ିବାରୁ ସେଥିରେ ଥିବା ୧୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ କେତେଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଖୋଜାଚାଲିଛି। ଘଟଣାସ୍ଥଳରେ ତୁରନ୍ତ ନୌସେନାର ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ ପହଞ୍ଚି ରେସ୍କ୍ୟୁ ଅପରେଶନ ଚଳାଇଛନ୍ତି। ନୌସେନାର ୧୧ ବୋଟ୍‌ ଓ ୪ ହେଲିକପ୍ଟର, ସାମୁଦ୍ରିକ ପୋଲିସର ୩ ବୋଟ୍‌ ଏବଂ ତଟରକ୍ଷୀ ବାହିନୀର ଗୋଟିଏ ବୋଟ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ସାଧାରଣ ନାଗରିକ ରହିଥିବାବେଳେ ୩ ଜଣ ନୌସେନା କର୍ମଚାରୀ ଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ନୌସେନା ସ୍ପିଡ୍‌ ବୋଟ୍‌ ଡ୍ରାଇଭରଙ୍କ ବିରୋଧରେ ପୋଲିସ ଏଫ୍‌ଆଇଆର୍‌ ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

ପ୍ରଥମେ ୫୦% ଟାରିଫ୍‌ ଧମକ, ଆଉ ଏବେ… ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ନୂଆ ରଣନୀତି

ଓ୍ବାଶିଂଟନ୍‌,୧୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବର୍ତ୍ତମାନ ବୃଦ୍ଧି ପାଉଥିବାବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ କ୍ଷେତ୍ରରେ ଚାଇନା ସହିତ ଏକ ନୂତନ…

ଡାବୁଗାଁ ବନ ବିଭାଗର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

ନବରଙ୍ଗପୁର,୧୩।୪( ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗକୁ ସୋମବାର ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩  ଜଣଙ୍କୁ

ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ…

ବୃଦ୍ଧି ପାଉଛି ତାପମାତ୍ରା : ପଥଚାରୀଙ୍କୁ ପଣା ବଣ୍ଟନ କଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସୋମବାର ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri