ତୃତୀୟ ଲହର: ଜଣାନାହିଁ କେବେ, ନିଶ୍ଚିତ ଆସିବ

ନୂଆଦିଲ୍ଲୀ, ୬।୫: ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. କେ. ବିଜୟରାଘବନ ବୁଧବାର ସତର୍କ କରାଇ ଦେଇଛନ୍ତି। ତେବେ କେବେଠାରୁ ତୃତୀୟ ଲହର ଆରମ୍ଭ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ସେ ଦେଇନାହାନ୍ତି। ଭୂତାଣୁର ନୂଆ ଷ୍ଟ୍ରେନ୍‌ରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ହଜାର ହଜାର ପ୍ରାଣ ହରାଉଛନ୍ତି। ତେଣୁ ନୂଆ ଷ୍ଟ୍ରେନ୍‌ ବିରୋଧରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ଟିକାର ନବୀକରଣ ଆବଶ୍ୟକ। ତୃତୀୟ ଲହରରେ ସଂକ୍ରମଣ ଆହୁରି ବଢ଼ିବ। ଆମକୁ ଏଥିପାଇଁ ପ୍ରସ୍ତୁତି ଜାରି ରଖିବାକୁ ହେବ ବୋଲି ବିଜୟରାଘବନ କହିଛନ୍ତି।
ତାଙ୍କ କହିବା ଅନୁଯାୟୀ, କୋଭିଡ୍‌ ଟିକା ବର୍ତ୍ତମାନର କରୋନା ଭାରିଆଣ୍ଟ ପାଇଁ ଫଳପ୍ରଦ। ତେବେ ନୂଆ ଭାରିଆଣ୍ଟ ଭାରତ ସମେତ ସାରା ବିଶ୍ୱରେ ଦେଖାଦେଲାଣି। ଏଗୁଡ଼ିକ ଦ୍ରୁତ ବେଗରେ ବ୍ୟାପୁଛି। ରୋଗ ପ୍ରତିରୋଧ ଶକ୍ତିକୁ ଅତିକ୍ରମ କରିପାରୁଥିବା ନୂଆ ଷ୍ଟ୍ରେନ୍‌ ରୋଗର ଗମ୍ଭୀରତାକୁ ବଢ଼ାଇ ଦେଉଛି। ସେହି ଅନୁଯାୟୀ ଟିକାର ପ୍ରତିରୋଧ ଶକ୍ତି ବଢ଼ାଇବା ଆବଶ୍ୟକ ବୋଲି ବିଜୟରାଘବନ ପରାମର୍ଶ ଦେଇଛନ୍ତି।
ସଂକ୍ରମଣକୁ ରୋକିବାକୁ ହେଲେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଏକମାତ୍ର ସମାଧାନ କି ବୋଲି ପ୍ରଶ୍ନର ଉତ୍ତରରେ ନୀତି ଆୟୋଗ ସଦସ୍ୟ ତଥା ଟିକା ଉପରେ ଜାତୀୟ ବିଶେଷଜ୍ଞ ଟିମ୍‌ର ମୁଖ୍ୟ ଭି.କେ. ପଲ୍‌ କହିଥିଲେ, ଏ ସମ୍ପର୍କରେ ସବୁବେଳେ ଆଲୋଚନା ହେଉଛି। ସଂକ୍ରମଣ ଶୃଙ୍ଖଳକୁ ଚାପିଦେବା ପାଇଁ ଅଧିକ କଠୋର କଟକଣା ଲଗାଇବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନାର ତୃତୀୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଥିବା ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ମଙ୍ଗଳବାର କହିଥିଲେ। ସଂକ୍ରମଣ ରୋକିବାକୁ ହେଲେ ନାଇଟ୍‌ କର୍ଫ୍ୟୁ କି ସପ୍ତାହାନ୍ତ ଶଟ୍‌ଡାଉନ ନୁହେଁ, ଏକ ଦୀର୍ଘମିଆଦୀ ଲକ୍‌ଡାଉନର ଆବଶ୍ୟକତା ଥିବା ସେ କହିଛନ୍ତି। କୋଭିଡ୍‌ ମୁକାବିଲା ପାଇଁ ହସ୍ପିଟାଲ ଭିତ୍ତିଭୂମିର ବିକାଶ, ସଂକ୍ରମଣ କମାଇବା ଦିଗରେ ବଳିଷ୍ଠ ପଦକ୍ଷେପ ଏବଂ ସମସ୍ତଙ୍କୁ ଟିକାକରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। କୋଭିଡ୍‌ର ପ୍ରଥମ ଲହରରେ ବରିଷ୍ଠ ନାଗରିକ ଅଧିକ ଆକ୍ରାନ୍ତ ହେଉଥିବାବେଳେ ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି। ଆଗାମୀ ସେପ୍ଟେମ୍ବର ମାସ ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ଥିବାବେଳେ ଏହା ଶିଶୁଙ୍କ ପାଇଁ ବିପଦ ଆଣିବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ। ସେଥିପାଇଁ କମ୍‌ ବୟସ୍କମାନଙ୍କ ନିମନ୍ତେ ସ୍ବତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଶିଶୁରୋଗ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଥିଲେ।
ଗତ ୨୪ ଘଣ୍ଟାରେ ଦେଶରେ ୩,୮୨,୩୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦୈନିକ ମୃତ୍ୟୁସଂଖ୍ୟା ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଦିନକରେ ସର୍ବାଧିକ ୩,୭୮୦ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୦୬,୬୫,୧୪୮କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ମାମଲା ୩୪,୮୭,୨୨୯ରେ ପହଞ୍ଚିଛି। ସେହିପରି ସମୁଦାୟ ମୃତ୍ୟୁସଂଖ୍ୟା ୨,୨୬,୧୮୮କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ୮୯୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତରପ୍ରଦେଶରେ ୩୫୧ ଜଣଙ୍କ ଜୀବନ ଯାଇଛି। ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୫୧,୮୮୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ କର୍ନାଟକରେ ୪୪,୬୩୧, କେରଳରେ ୩୭,୧୯୦, ଉତ୍ତରପ୍ରଦେଶରେ ୨୫,୭୭୦ ଏବଂ ତାମିଲନାଡ଼ୁରେ ୨୧,୨୨୮ ଜଣ ଗୋଟିଏ ଦିନରେ ସଂକ୍ରମିତ ହୋଇଛନ୍ତି। ମୋଟ ସଂକ୍ରମଣର ୪୭.୨୬ ପ୍ରତିଶତ କେବଳ ଏହି ୫ ରାଜ୍ୟରୁ ରିପୋର୍ଟ ହୋଇଛି। ଏହି ରାଜ୍ୟଗୁଡ଼ିକ ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ, ବିହାରକୁ ମିଶାଇ ୧୨ଟି ପ୍ରଦେଶରେ ଲକ୍ଷେରୁ ଊର୍ଦ୍ଧ୍ୱ ସକ୍ରିୟ ମାମଲା ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଶିଶୁ, କିଶୋରଙ୍କୁ ଅଧିକ ବିପଦ

କରୋନାର ଦ୍ୱିତୀୟ ଲହର ଶିଶୁ ଓ ଯୁବପିଢ଼ିଙ୍କୁ ଅଧିକ ସଂକ୍ରମିତ କରୁଛି। ଏମାନଙ୍କ କ୍ଷେତ୍ରରେ କରୋନାର କ’ଣ ପ୍ରଭାବ ରହୁଛି ସେ ସମ୍ପର୍କରେ କଟକ ଶିଶୁ ଭବନର ଶିଶୁ ବିଶେଷଜ୍ଞ ପ୍ରଫେସର ଡା. ପ୍ରଭାକର ମିଶ୍ର ଯୋଗଦେଇ କହିଛନ୍ତି, ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦% ହେଉଛନ୍ତି ଶିଶୁ, କିଶୋର ଓ କିଶୋରୀ। ସାଧାରଣତଃ ବୟସ୍କଙ୍କ ଅପେକ୍ଷା ଏହି ବର୍ଗର ଆକ୍ରାନ୍ତଙ୍କଠାରେ କରୋନାର ପ୍ରବଣତା କମ୍‌ ଦେଖାଯାଏ। କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ବି ଶିଶୁ ଓ ଯୁବପିଢ଼ିଙ୍କଠାରେ ୨ରୁ ୫ସପ୍ତାହ ମଧ୍ୟରେ ଶାରୀରିକ ଜଟିଳତା ଦେଖାଯାଉଛି। ସେମାନଙ୍କ ପାଖରେ ଏମ୍‌ଆଇଏସ୍‌ସି ବା ମଲ୍ଟିସିଷ୍ଟମ ଇନ୍‌ଫ୍ଲାମେଟୋରି ସିଣ୍ଡ୍ରମ ଅଫ୍‌ ଚାଇଲ୍ଡହୁଡ୍‌ ରୋଗ ଦେଖାଯାଉଛି। ହୃଦ୍‌ଯନ୍ତ୍ର, ଶ୍ୱାସକ୍ରିୟା, ଯକୃତ, ଫୁସ୍‌ଫୁସ୍‌ ଗୁରୁତର ଭାବେ ପ୍ରଭାବିତ ହେଉଛି। ଫଳରେ ସେମାନେ ଗୁରୁତର ହୋଇ ଆସି ଆଇସିୟୁରେ ଭର୍ତ୍ତି ହେଉଛନ୍ତି ବୋଲି ଡା. ମିଶ୍ର କହିଛନ୍ତି।
ଗର୍ଭାବସ୍ଥା ଏକ ସମ୍ବେଦନଶୀଳ ଅବସ୍ଥା। କୋଭିଡ୍‌ ସମୟରେ ଗର୍ଭଧାରଣ ନେଇ କିଛି ନିର୍ଦ୍ଦେଶାବଳୀ ନାହିଁ। ଯଦି ଗର୍ଭ ରହିଗଲା ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଏହି ପରିସ୍ଥିତିରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ହାର୍ଟ ଓ ଫୁସ୍‌ଫୁସ୍‌ଜନିତ ରୋଗ ବେଶି ହୋଇଥାଏ। କରୋନା ହେଲେ ତାହା ଅଧିକ କ୍ଷତି କରିପାରେ। ମା’ ଓ ଶିଶୁ ଉଭୟଙ୍କଠାରେ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ। ତେଣୁ ଗର୍ଭାବସ୍ଥାରେ କରୋନାରେ ସଂକ୍ରମିତ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ବୋଲି କଟକ ଏସ୍‌ସିବି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡା. ତୁଷାରଜ୍ୟୋତି କୁମାର କର କହିଛନ୍ତି। ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ ଯୋଗଦେଇ ଡା. କର କହିଲେ, ଗର୍ଭବତୀ ମହିଳା ସ୍ବାସ୍ଥ୍ୟ ପରୀକ୍ଷାରେ ବ୍ୟବଧାନ ଆଣନ୍ତୁ। ଯଦି ଜଟିଳତା ନାହିଁ, ପ୍ରତି ମାସରେ
ସ୍ବାସ୍ଥ୍ୟ ପରୀକ୍ଷା ନ କରି ୨ ମାସରେ ଥରେ କରନ୍ତୁ। ଗର୍ଭାବସ୍ଥାରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରି ଅଲ୍‌ଟ୍ରାସାଉଣ୍ଡ୍‌ କରନ୍ତୁ। ଗର୍ଭବତୀ ମହିଳା କରୋନା ଟିକା ନେବା ଉଚିତ ନୁହେଁ। ଯଦି କେହି ଟିକାର ପ୍ରଥମ ଡୋଜ୍‌ ନେବା ପରେ ଗର୍ଭଧାରଣ କରନ୍ତି, ତେବେ ଦ୍ୱିତୀୟ ଡୋଜ୍‌ ଟିକା ନିଅନ୍ତୁ ନାହିଁ। ସେହିପରି ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା’ ମଧ୍ୟ କରୋନା ଟିକା ନେଇପାରିବେ ନାହିଁ ବୋଲି ଡା. କର କହିଛନ୍ତି।
ସେହିପରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରି କହିଛନ୍ତି ଯେ, କରୋନାରେ ଆକ୍ରାନ୍ତ ହେଲେ ଭୟଭୀତ ହୁଅନ୍ତୁ ନାହିଁ। ଲକ୍ଷଣ ନ ଥିଲେ ଘରେ ରହି ଡାକ୍ତରଙ୍କ ପରାମର୍ଶ ନେଇ ସୁସ୍ଥ ହୁଅନ୍ତୁ। ୯୦ ପ୍ରତିଶତ ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ରହି ଭଲ ହେଉଛନ୍ତି। ଔଷଧ ଖାଇବା ପରେ ଯଦି ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କୁ ଜଣାଇବା ସହ ତାଙ୍କ ପରାମର୍ଶକ୍ରମେ ହସ୍ପିଟାଲ ଯିବା ଆବଶ୍ୟକ। କିନ୍ତୁ ତରବରିଆ ହୋଇ ହସ୍ପିଟାଲ ଯିବା ଅନୁଚିତ। ଶରୀରରେ ଅକ୍ସିଜେନ ମାତ୍ରା କମିଗଲେ କିଛି ସମୟ ପର୍ଯ୍ୟନ୍ତ ମୁହଁ ମାଡ଼ି ହୋଇ ଶୋଇପଡ଼ିବେ। ଏହାପରେ ପ୍ରଥମେ ବାମ କଡ଼ ପରେ ଡାହାଣ କଡ଼ ମାଡ଼ି ଶୋଇବେ। ତା’ପରେ କିଛି ସମୟ ଆଉଜି ହୋଇ ବସିଲେ ଶରୀରରେ ଅକ୍ସିଜେନ ମାତ୍ରା ସ୍ବାଭାବିକ ସ୍ତରକୁ ଆସିଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ଜୀବନ୍ତ ଦଗ୍ଧ

ଜୟପୁର,୧୬ା୨:  ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସୂଚନା ପାଇ ଅଧ ଡଜନ ଦମକଳ ଗାଡ଼ି…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

ରହମାନଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମୋଦି: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୬ା୨:ବାଂଲାଦେଶ ନିର୍ବାଚନରେ ବିଏନ୍‌ପି ବିପୁଳ ବିଜୟ ହାସଲ କରିବା ପରେ ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତା ୧୭ ତାରିଖରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri