ଅକ୍ଟୋବରରେ ତୃତୀୟ ଲହର

ବେଙ୍ଗାଲୁରୁ, ୧୯।୬: ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ ବର୍ତ୍ତମାନର ସଂକ୍ରମଣଠାରୁ ତୃତୀୟ ଲହରକୁ ଅଧିକ ଭଲ ଭାବରେ ନିୟନ୍ତ୍ରଣ କରାଯାଇପାରିବ, ତେବେ ମହାମାରୀ ଅନୂ୍ୟନ ଆଉ ବର୍ଷେ ପାଇଁ ଜନସ୍ବାସ୍ଥ୍ୟ ପ୍ରତି ବିପଦ ହୋଇ ରହିବ ବୋଲି ସେମାନେ କହିଛନ୍ତି। ରଏଟର୍ସ ପକ୍ଷରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ବିଶ୍ୱର ୪୦ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ଭୂତାଣୁ ବିଜ୍ଞାନୀ, ମହାମାରୀ ବିଜ୍ଞାନୀ ଓ ପ୍ରଫେସରମାନଙ୍କ ମତାମତ ନିଆଯାଇଥିଲା। ଟିକାକରଣକୁ ଯଥେଷ୍ଟ ବଢ଼ାଗଲେ ନୂଆ ସଂକ୍ରମଣରୁ ସୁରକ୍ଷା ମିଳିପାରିବ ବୋଲି ଜୁନ୍‌ ୩ରୁ ୧୭ ମଧ୍ୟରେ ହୋଇଥିବା ସ୍ନାପ୍‌ ସର୍ଭେରେ କୁହାଯାଇଛି।
ଅକ୍ଟୋବର ସୁଦ୍ଧା ତୃତୀୟ ଲହର ବୋଲି ୨୪ ବିଶେଷଜ୍ଞଙ୍କ ମଧ୍ୟରୁ ୨୧ ଜଣ (୮୫%) କହିଥିବାବେଳେ ଅନ୍ୟ ୩ ଜଣ ଅଗଷ୍ଟରେ ଆସିବ ବୋଲି ମତ ଦେଇଛନ୍ତି। ସେପ୍ଟେମ୍ବରରେ ତୃତୀୟ ଲହର ଆସିପାରେ ବୋଲି ୧୨ ଜଣ ମତ ଦେଇଥିବାବେଳେ ଅନ୍ୟ ୩ ବିଶେଷଜ୍ଞ କହିଛନ୍ତି, ଏହା ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ଆସିବା ସମ୍ଭାବନା ରହିଛି। ତେବେ ନୂତନ ଲହର ବର୍ତ୍ତମାନ ଅପେକ୍ଷା ଭଲ ଭାବରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ୩୪ ବିଶେଷଜ୍ଞଙ୍କ ମଧ୍ୟରୁ ୨୪ ଜଣ (୭୦%) ମତ ଦେଇଛନ୍ତି। ଗତବର୍ଷ କରୋନା ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ମାରାତ୍ମକ ହୋଇଥିଲା। ଟିକା, ଔଷଧ, ଅକ୍ସିଜେନ ଏବଂ ହସ୍ପିଟାଲ ବେଡ୍‌ ଅଭାବ ଅଧିକ ସମସ୍ୟା ସୃଷ୍ଟି କରିଥିଲା। ତେବେ ତୃତୀୟ ଲହର ଆସିବା ବେଳକୁ ଅଧିକାଂଶ ଲୋକ କୋଭିଡ୍‌ ଟିକା ନେଇସାରିଥିବେ। ଏଥିସହିତ ଦ୍ୱିତୀୟ ଲହରରୁ ଲୋକମାନଙ୍କଠାରେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥିବ। ସେଥିପାଇଁ ତୃତୀୟ ଲହର ଅଧିକ ନିୟନ୍ତ୍ରଣାଧୀନ ହେବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି।
ଭାରତରେ ୯୫ କୋଟି ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରିବା ଯୋଜନା ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୫ ପ୍ରତିଶତ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଏବେ ବି କୋଟି କୋଟି ଲୋକଙ୍କ ପ୍ରତି ସଂକ୍ରମଣ ଭୟ ରହିଛି। ଆଗାମୀ ଦିନରେ ଟିକାକରଣ ଅଭିଯାନ ଯଥେଷ୍ଟ ବଢ଼ିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ସଂକ୍ରମଣ କମିବାରୁ କେତେକ ରାଜ୍ୟ ତରବରିଆ ଭାବେ କଟକଣା ହଟାଇ ଦେଇଛନ୍ତି। ଏପରି ନ କରିବା ପାଇଁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଶିଶୁ ଏବଂ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ତୃତୀୟ ଲହର ଅଧିକ ବିପଦ ବୋଲି ଦୁଇ-ତୃତୀୟାଂଶ ବିଶେଷଜ୍ଞ (୪୦ ଜଣରୁ ୨୬) କହିଛନ୍ତି। ଏହାର କାରଣ ହେଲା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୟସ ବର୍ଗର ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ହୋଇନାହିଁ। ଯଦି ଅଧିକ ସଂଖ୍ୟାରେ ଶିଶୁ ସଂକ୍ରମିତ ହୁଅନ୍ତି ଏବଂ ଆମେ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ନ ହେବା, ତେବେ ଶେଷ ମୁହୂର୍ତ୍ତରେ କିଛି କରିହେବ ନାହିଁ ବୋଲି ନାରାୟଣ ହେଲ୍‌ଥର ଡ. ଦେବୀ ସେଟ୍ଟୀ କହିଛନ୍ତି। ଏପରି ହେଲେ ଦେଶରେ ସମ୍ପୂର୍ଣ୍ଣ ଭିନ୍ନ ଧରଣର ସମସ୍ୟା ସୃଷ୍ଟି ହେବ। ଖୁବ୍‌ କମ୍‌ ଶିଶୁରୋଗ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ ବେଡ୍‌ ରହିଥିବାରୁ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ସେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ତୃତୀୟ ଲହର ପିଲାଙ୍କ ପାଇଁ ବିପଦ ନୁହେଁ ବୋଲି ୧୪ ଜଣ ବିଶେଷଜ୍ଞ କହିଛନ୍ତି।
ଭୂତାଣୁର ନୂଆ ରୂପ ବର୍ତ୍ତମାନର ଟିକାକୁ ଅକାମୀ କରିବ ନାହିଁ ବୋଲି ୩୮ ଜଣଙ୍କ ମଧ୍ୟରୁ ୨୫ ଜଣ ମତ ଦେଇଛନ୍ତି। ସେହିପରି ଭାରତରେ ସ୍ବାସ୍ଥ୍ୟଜନିତ ବିପଦ ଅନୂ୍ୟନ ଆଉ ବର୍ଷେ ରହିବ ବୋଲି ୩୦ ଜଣ ବିଶେଷଜ୍ଞ କହିଛନ୍ତି। ବିପଦ ବର୍ଷେରୁ କମ୍‌ ସମୟ ରହିବ ବୋଲି ୧୧ ଜଣ କହିଥିବାବେଳେ ୨ ବର୍ଷରୁ କମ୍‌ ରହିବା ନେଇ ୧୫ ଜଣ ମତ ଦେଇଛନ୍ତି। ୨ ବର୍ଷରୁ ଅଧିକ ଦିନ ବିପଦ ରହିପାରେ ବୋଲି ୧୩ ଜଣ ମତ ରଖିଥିବାବେଳେ କରୋନା ଜନିତ ବିପଦ ସବୁଦିନ ପାଇଁ ରହିବ ବୋଲି ୨ ଜଣ ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri