ଦ୍ୱିତୀୟ ଭଳି ଗମ୍ଭୀର ହୋଇପାରେ ତୃତୀୟ ଲହର

ନୂଆଦିଲ୍ଲୀ, ୩।୬: କରୋନାରେ ଦ୍ୱିତୀୟ ଲହର ଭଳି ଭାରତରେ ତୃତୀୟ ଲହର ମଧ୍ୟ ଅନୁରୂପ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ଏହା ୯୮ ଦିନ ପର୍ଯ୍ୟନ୍ତ ରହିବ ବୋଲି ଏସ୍‌ବିଆଇ ଇକୋର଼୍ୟାପ୍‌ ରିପୋର୍ଟରେ କୁହାଯାଇଛି। ତୃତୀୟ ଲହର ଦ୍ୱିତୀୟଠାରୁ ଭିନ୍ନ ହେବ ନାହିଁ। ତେବେ ଭଲ ପ୍ରସ୍ତୁତି ଯୋଗୁ ଉକ୍ତ ଲହରରେ ମୃତ୍ୟୁସଂଖ୍ୟା କମ୍‌ ହୋଇପାରେ ବୋଲି କୁହାଯାଇଛି। ଦ୍ୱିତୀୟ ଲହର ୧୦୮ ଦିନ ରହିବାକୁ ଥିବାବେଳେ ତୃତୀୟ ଲହର ୯୮ ଦିନ ରହିବ। ଏହାର ପିକ୍‌ ଦ୍ୱିତୀୟ ଲହରର ୧.୮ଗୁଣ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଦ୍ୱିତୀୟ ଲହରର ପିକ୍‌ ମେ’ ମାସ ଥିଲା। ଏହି ମାସରେ ପ୍ରାୟ ୯୦.୩ ଲକ୍ଷ ସଂକ୍ରମିତ ହୋଇଛନ୍ତି ଓ ୧.୨ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି।

Share