ଶାରଦୀୟ ଷୋଳପୂଜାର ତୃତୀୟ ଦିନ: ଚନ୍ଦ୍ରଘଣ୍ଟା ବେଶରେ ଦେଲେ ମା’ ବନଦୁର୍ଗା

ନିରାକାରପୁର,୫।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଶାରଦୀୟ ପାର୍ବଣର ଷୋଳପୂଜା ଆରମ୍ଭ ହୋଇଯାଇଛି। ସୋମବାର ପୂଜାର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ବେଶରେ ମା’ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି।

ସକାଳୁ ମା’ଙ୍କ ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା, ପଞ୍ଚ ଦେବତା ପୂଜା ହୋଇଥିଲା। ପରେ ମା’ଙ୍କ ରୀତିନୀତି ଅନୁଯାୟୀ ଷୋଡ଼ଶ ଉପଚାର ପୂଜା ହୋଇଥିଲା। ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସାରେ ବାଳଭୋଗ, ଆଳତି, ଅଧରପଣା ସହ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା।

Share