ନୂତନ ବ୍ୟବସାୟ ଆରମ୍ଭ କରିବା ବିଷୟରେ ଚିନ୍ତା କରୁଛନ୍ତି କି? ଚାଣକ୍ୟଙ୍କ ଏହି ୪ କଥା ମାନିଲେ ହେବେ ସଫଳ

ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ବ୍ୟବସାୟରେ ସଫଳ ହେବାକୁ ହେଲେ ସର୍ବଦା ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ। ବ୍ୟବସାୟୀମାନେ ଦୁନିଆର କୌଣସି ସ୍ଥାନରେ ବ୍ୟବସାୟ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ।

ଚାଣକ୍ୟ ନିଜର ନୀତିଶାସ୍ତ୍ରର ଏକ ଶ୍ଳୋକରେ ବ୍ୟବସାୟରେ ସେହି ଲୋକ ସଫଳ ହୁଅନ୍ତି, ଯେଉଁମାନେ ଭଲ ବ୍ୟବହାର ସହ ଭଲ କଥା କହିପାରନ୍ତି। କାରଣ ବ୍ୟବହାର ଏବଂ ବାକ୍‌ଚାତୁରୀ ହିଁ ସଫଳତାର ମାଧ୍ୟମ ବୋଲି କହିଛନ୍ତି।

କିଭଳି ସଫଳ ହେବେ ବ୍ୟବସାୟୀ:
-ଜଣେ ବ୍ୟବସାୟୀଙ୍କୁ କେବେ ହେଲେ ମନରେ ନକରାତ୍ମକ ଭାବନା ଆଣିବା ଉଚିତ ନୁହେଁ। ସକରାତ୍ମକ ଭାବନା ସହ କାମ ଆରମ୍ଭ କରନ୍ତୁ। ସଫଳତା ନିଶ୍ଚୟ ମିଳିବ।

– ଜଣେ ବ୍ୟବସାୟୀଙ୍କୁ ସର୍ବଦା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ସାହସ ରହିବା ଆବଶ୍ୟକ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତା ବିଷୟରେ ସବୁ ଜାଣିବା ଆବଶ୍ୟକ। ଉକ୍ତ କାମ ପାଇଁ ସଠିକ୍‌ ରଣନୀତି ପ୍ରସ୍ତୁତ କରିବା ଉଚିତ। ଏଥିସହ ବ୍ୟବସାୟୀଙ୍କୁ ସର୍ବଦା ବର୍ତ୍ତମାନର ଟ୍ରେଣ୍ଡ ଅଥବା ନୂଆ ଚଳଣୀ ବିଷୟରେ ଜାଣିବାର ଆବଶ୍ୟକତା ରହିଛି।

– କୌଣସି ବ୍ୟାପାର ଆରମ୍ଭ କରିବା ସମୟରେ ଏକୁଟିଆ ନୁହେଁ ବରଂ ସହଯୋଗୀଙ୍କୁ ସାମିଲ କରନ୍ତୁ। ଫଳରେ ଶୀଘ୍ର ସଫଳ ହୋଇପାରିବେ।

– ବ୍ୟବସାୟ କେବଳ ପରିଶ୍ରମର କାମ ନୁହେଁ। ଏଥିପାଇଁ ବ୍ୟବହାରରେ କୁଶଳ ହେବା ଉଚିତ। କାରଣ ଗୁଣ ବିନା ସଫଳ ହେବା ଅସମ୍ଭବ। ଏଣୁ କୁଶଳ ବେପାରୀ ହେବା ଲାଗି ସର୍ବଦା ନିଜର ସମ୍ବନ୍ଧଙ୍କୁ ନେଇ ସତର୍କ ରୁହନ୍ତୁ। କାରଣ ସମ୍ବନ୍ଧ ଖରାପ ହେବା ଫଳରେ ବାଧା ସୃଷ୍ଟି ହୋଇଥାଏ। ଏଣୁ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri