ନୂତନ ବ୍ୟବସାୟ ଆରମ୍ଭ କରିବା ବିଷୟରେ ଚିନ୍ତା କରୁଛନ୍ତି କି? ଚାଣକ୍ୟଙ୍କ ଏହି ୪ କଥା ମାନିଲେ ହେବେ ସଫଳ

ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ବ୍ୟବସାୟରେ ସଫଳ ହେବାକୁ ହେଲେ ସର୍ବଦା ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ। ବ୍ୟବସାୟୀମାନେ ଦୁନିଆର କୌଣସି ସ୍ଥାନରେ ବ୍ୟବସାୟ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ।

ଚାଣକ୍ୟ ନିଜର ନୀତିଶାସ୍ତ୍ରର ଏକ ଶ୍ଳୋକରେ ବ୍ୟବସାୟରେ ସେହି ଲୋକ ସଫଳ ହୁଅନ୍ତି, ଯେଉଁମାନେ ଭଲ ବ୍ୟବହାର ସହ ଭଲ କଥା କହିପାରନ୍ତି। କାରଣ ବ୍ୟବହାର ଏବଂ ବାକ୍‌ଚାତୁରୀ ହିଁ ସଫଳତାର ମାଧ୍ୟମ ବୋଲି କହିଛନ୍ତି।

କିଭଳି ସଫଳ ହେବେ ବ୍ୟବସାୟୀ:
-ଜଣେ ବ୍ୟବସାୟୀଙ୍କୁ କେବେ ହେଲେ ମନରେ ନକରାତ୍ମକ ଭାବନା ଆଣିବା ଉଚିତ ନୁହେଁ। ସକରାତ୍ମକ ଭାବନା ସହ କାମ ଆରମ୍ଭ କରନ୍ତୁ। ସଫଳତା ନିଶ୍ଚୟ ମିଳିବ।

– ଜଣେ ବ୍ୟବସାୟୀଙ୍କୁ ସର୍ବଦା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ସାହସ ରହିବା ଆବଶ୍ୟକ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତା ବିଷୟରେ ସବୁ ଜାଣିବା ଆବଶ୍ୟକ। ଉକ୍ତ କାମ ପାଇଁ ସଠିକ୍‌ ରଣନୀତି ପ୍ରସ୍ତୁତ କରିବା ଉଚିତ। ଏଥିସହ ବ୍ୟବସାୟୀଙ୍କୁ ସର୍ବଦା ବର୍ତ୍ତମାନର ଟ୍ରେଣ୍ଡ ଅଥବା ନୂଆ ଚଳଣୀ ବିଷୟରେ ଜାଣିବାର ଆବଶ୍ୟକତା ରହିଛି।

– କୌଣସି ବ୍ୟାପାର ଆରମ୍ଭ କରିବା ସମୟରେ ଏକୁଟିଆ ନୁହେଁ ବରଂ ସହଯୋଗୀଙ୍କୁ ସାମିଲ କରନ୍ତୁ। ଫଳରେ ଶୀଘ୍ର ସଫଳ ହୋଇପାରିବେ।

– ବ୍ୟବସାୟ କେବଳ ପରିଶ୍ରମର କାମ ନୁହେଁ। ଏଥିପାଇଁ ବ୍ୟବହାରରେ କୁଶଳ ହେବା ଉଚିତ। କାରଣ ଗୁଣ ବିନା ସଫଳ ହେବା ଅସମ୍ଭବ। ଏଣୁ କୁଶଳ ବେପାରୀ ହେବା ଲାଗି ସର୍ବଦା ନିଜର ସମ୍ବନ୍ଧଙ୍କୁ ନେଇ ସତର୍କ ରୁହନ୍ତୁ। କାରଣ ସମ୍ବନ୍ଧ ଖରାପ ହେବା ଫଳରେ ବାଧା ସୃଷ୍ଟି ହୋଇଥାଏ। ଏଣୁ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri