‘କାହାକୁ ଦୁଃଖ ଦେବା ପୂର୍ବରୁ ଦୁଇଥର ଭାବ’

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ଆଜିକାଲି ଅନେକ ଚର୍ଚ୍ଚାରେ ରହୁଛନ୍ତି। ପୂର୍ବରୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ମୁମ୍ବାଇ ପୋଲିସ ପଚରାଉଚରା କରିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଶେର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ରାଖୀଙ୍କୁ ଗୁରୁବାର ପୋଲିସ ଗିରଫ କରି ପଚରାଉଚରା ପରେ ଛାଡ଼ି ଦେଇଥିଲା। ବର୍ତ୍ତମାନ ରାଖୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ନିଜର ଦୁଃଖ ପ୍ରକାଶ କରିଛନ୍ତି।

ଶେର୍ଲିନ ଚୋପ୍ରା ମାମଲାରେ ଗିରଫ ହୋଇଥିବା ରାଖୀ ଆମ୍ବୋଲି ପୋଲିସ ଦ୍ୱାରା ଅନେକ ଘଣ୍ଟା ଧରି ଜେରା ହୋଇଥିଲେ। ପଚରାଉଚରା ପରେ ରାଖୀ ତାଙ୍କ ସ୍ବାମୀଙ୍କ ସହ ଥାନାରୁ ବାହାରି ମା’ଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ରାଖୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ନିଜର ଭାବନା ପ୍ରକାଶ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଲୁହ ଦୁନିଆର ସବୁଠାରୁ ମୂଲ୍ୟବାନ ଅଟେ। ଏହା ଏକ ପ୍ରତିଶତ ଜଳ ଏବଂ ୯୯ ପ୍ରତିଶତ ଭାବନାରେ ତିଆରି। କାହାକୁ ଆଘାତ କରିବା ପୂର୍ବରୁ ଦୁଇଥର ଚିନ୍ତା କର। ଏହା ସହିତ ରାଖୀ କ୍ୟାପଶନରେ ଲେଖିଛନ୍ତି, ସତ। ତାଙ୍କର ଏହି ପୋଷ୍ଟ ଏବେ ଭାଇରାଲ ହେଉଛି।

Share