Categories: ଜାତୀୟ

ବୁଲ୍‌ଡୋଜରରେ ଟେକିନେଲେ ଏଟିଏମ୍‌

ମୁମ୍ବାଇ,୨୬।୪: ସୁବୁଆଡେ ଚର୍ଚ୍ଚାରେ ଏବେ ବୁଲ୍‌ଡୋଜର। ଇତିମଧ୍ୟରେ କିଛି ଦୁର୍ବୃତ୍ତ ବୁଲ୍‌ଡୋଜରରେ ଏଟିଏମ୍‌ କାଉଣ୍ଟର ଟେକିନେଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମହାରାଷ୍ଟ୍ରର ପୁଣେରେ ଏଭଳି ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି।

ଦୁର୍ବୃତ୍ତମାନେ ବୁଲ୍‌ଡୋଜର ଲଗାଇ ଏଟିଏମ୍‌ କାଉଣ୍ଟାରକୁ ଟେକି ନେଇଥିଲେ। ପରେ ମେଶିନ ଭାଙ୍ଗି ୨୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଅନ୍ୟପକ୍ଷେ ଦୁର୍ବୃତ୍ତମାନେ ବ୍ୟବହୃତ ବୁଲ୍‌ଡୋଜରକୁ ମଧ୍ୟ ଚୋରି କରିଆଣିଥିବା ପୋଲିସ ଜାଣିବାକୁ ପାଇଛି। ଚୋରି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚୋରି ବେଳେ ଏଟିଏମ୍‌ରେ କୌଣସି ସୁରକ୍ଷା କର୍ମଚାରୀ ନ ଥିବାବେଳେ କୌଣସି ସିସିଟିଭି ମଧ୍ୟ ଲାଗି ନ ଥିବା ସୂଚନା ମିଳଛି। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବା ନେଇ ଛାନ୍‌ବିନ୍‌ ଚଳାଇଛି।

Share