Categories: ଫୁରସତ

ଏମିତି ଜିନିଷ ଚୋରି କଲେ ଚୋର, ଶେଷରେ ଚିଠିରେ ଲେଖିଲେ…

କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଏହି ଭୟାବହ ପରିସ୍ଥିତିରେ ପରସ୍ପର ପରସ୍ପରକୁ ସାହାଯ୍ୟ କରୁଛନ୍ତି। ଏପରି ସମୟରେ ଜଣେ ଚୋର ଅଜବ ଜିନିଷ ଚୋରି କରିଛନ୍ତି। ଆଉ ଶେଷରେ ଚିଠି ଲେଖି କ୍ଷମା ବି ମାଗିଛନ୍ତି। ଏପରି ଘଟଣା ଘଟିଛି ହରିୟାଣାର ଜିନ୍ଦ୍‌ ସିଭିଲ ହସ୍ପିଟାଲରେ।

ବୁଧବାର ରାତିରେ ଜଣେ ଚୋର କରୋନା ଭ୍ୟାକ୍ସିନ ୧୦୦ ଡୋଜ୍‌ ଚୋରି କରି ନେଇଥିଲେ। କିନ୍ତୁ ଗୁରୁବାର ସିଭିଲ ଲାଇନ ଥାନା ବାହାରେ ଏକ ଚା’ବ୍ୟବସାୟୀଙ୍କୁ ସମସ୍ତ ମେଡିସିନ ଫେରାଇ ଦେଇଥିଲେ। ଏହା ସହ ଏକ କାଗଜରେ ଲେଖିଥିଲେ ‘ସରି…ମୁଁ ଜାଣି ନ ଥିଲି ଏହା କରୋନା ଭ୍ୟାକ୍ସିନ’।

ଏନେଇ ଜିନ୍ଦ୍‌ ପୋଲିସର ଡିଏସ୍‌ପି ଜିତେନ୍ଦ୍ର ଖଟକଡ ଏହା ସତ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି, ଚୋର ଜଣେ ବୃଦ୍ଧ ଚା’ ଦୋକାନୀଙ୍କୁ ଭ୍ୟାକ୍ସିନ ଫେରାଇ ଦେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ। ପରେ ବୃଦ୍ଧ ଜଣକ ଥାନାରେ ପହଞ୍ଚି ଉକ୍ତ ବ୍ୟାଗ୍‌ ଫେରାଇଥିଲେ। ବ୍ୟାଗ ଭିତରୁ କୋଭିସିଲ୍ଡର ୧୮୨ଟି ଓ କୋଭାକ୍ସିନ୍‌ର ୪୪୦ଟି ଡୋଜ୍‌ ମିଳିଥିଲା। ଏଥିସହ ଏକ ହାତ ଲେଖା ଚିଠି ବି ଜବତ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଚୋର ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ଡିଏସ୍‌ପି କହିଛନ୍ତି। ତଦନ୍ତ ଚାଲିଛି।

Share