ଚୋର ହେବ ତ ଏମିତି, ୪୫ ହଜାର ଟଙ୍କିଆ ଫୋନ୍‌ ବ୍ୟବହାର କରିପାରିଲେନି ବୋଲି…

କୋଲକାତା,୮।୯: ପଶ୍ଚିମବଙ୍ଗରୁ ଏକ ରୋଚକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ୪୫ ହଜାର ଟଙ୍କା ମୂଲ୍ୟର ମୋବାଇଲ ଚୋରି କରିଥିଲେ। ଏହି ଫୋନକୁ ସେ ଚଲାଇ ନ ପାରିବାରୁ ଶେଷରେ ମାଲିକଙ୍କୁ ଫେରାଇ ଦେଇଛନ୍ତି। ପଶ୍ଚିମବଙ୍ଗର ବଦ୍ଧମାନ ଜିଲାରେ ଏହି ଘଟଣା ଘଟିଛି। ବର୍ଦ୍ଧମାନର ଜମାଲପୁରରେ ଥିବା ଏକ ଦୋକାନକୁ ମିଠା ପାଇଁ ଆସିଥିଲେ ଜଣେ ୨୨ ବର୍ଷୀୟ ଯୁବକ। ସେଠାରେ ଏକ ମୋବାବଇଲ୍‌ ଦେଖି ସେ ଚୋରି କରିନେଇଥିଲେ। ମୋବାଇଲ ଚୋରି ସମ୍ପର୍କରେ ଫୋନର ମାଲିକ ପୋଲିସ ଷ୍ଟେଶନରେ ମଧ୍ୟ ଅଭିଯୋଗ କରିଥିଲେ। ସମସ୍ତେ ଭାବିଥିଲେ ଏବେ ମୋବାଇଲ ମିଳିବା ବହୁତ କଷ୍ଟକର। କିନ୍ତୁ ଏହି ସମୟ ମଧ୍ୟରେ ମୋବାଇଲର ମାଲିକ ପୁଣି ଥରେ ତାଙ୍କ ନମ୍ବରରେ ଫୋନ କରିବାରୁ ଚୋର ଫୋନ ଉଠାଇ ମାଲିକଙ୍କୁ ବହୁତ ଗାଳି କରିଥିଲେ। ତୁମ ଫୋନ ଚଲାଇବାରେ ଅସମର୍ଥ ତେଣୁ ଆସ ତୁମ ଫୋନ ନେଇଯାଅ। ଫୋନର ମାଲିକ ପୋଲିସ ସହିତ ଚୋରଙ୍କ ଘରେ ପହଞ୍ଚି ମୋବାଇଲ ଆଣିଥିଲେ। ପୋଲିସ ଚୋରକୁ ଗିରଫ କରିବାକୁ ଚାହୁଁଥିଲା କିନ୍ତୁ ଫୋନ ମାଲିକଙ୍କ ଅନୁରୋଧ କ୍ରମେ ଚୋର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri