ପୋଲିସ ବାବୁଙ୍କ ଘରେ ଚୋରି ପରେ ଚିଠି ଛାଡ଼ିଗଲା ଚୋର…

ଭୋପାଳ,୭।୭: ଜଣେ ପୋଲିସ ବାବୁଙ୍କ ଘରେ ଚୋରି କରିବା ପରେ ବିଚରା ଚୋର ଏକ ଚିଠି ଛାଡ଼ି ପଳାଇଛି। ଅସୁବିଧା ଥିବାରୁ ସେ ଚୋରି କରିଥିବା ଚିଠିରେ ଲଲ୍ଲେଖ କରିଛନ୍ତି। ଏପରି ନ କଲେ ତାଙ୍କ ସାଙ୍ଗଙ୍କର ଜୀବନ ରକ୍ଷା ସମ୍ଭବ ହେବ ନାହିଁ ବୋଲି ଚୋର ଚିଠିରେ ଲେଖିଛନ୍ତି। ଆର୍ଥିକ ଅବସ୍ଥା ସୁଧୁରିଲେ ସେ ଚୋରି କରିଥିବା ଟଙ୍କା ଫେରାଇ ଦେବାକୁ ଚିଠିରେ ପ୍ରତିଶ୍ରୁତି ଦେଇଛନ୍ତି। ବନ୍ଧୁ ଏନେଇ ମନ ଦୁଃଖ କରିବେନି ବୋଲି ବି କହିଛନ୍ତି। ମଧ୍ୟପ୍ରଦେଶର ଭିଣ୍ଡ୍‌ରେ ଏଭଳି ରୋଚକ ଘଟଣା ଘଟିଛି। ପୋଲିସ ବାବୁ ଜଣକ ଛତିଶଗଡ଼ରେ କାମ କରୁଥିବା ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଚୋର କିଛି ସୁନା ରୁପା ଅଳଙ୍କାର ଏବଂ ଟଙ୍କା ଚୋରି କରିଥିବା ସମ୍ପୃକ୍ତ ପୋଲିସ ବାବୁଙ୍କ ପରିବାର ପକ୍ଷରୁ କୁହାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share