Categories: ଜାତୀୟ

ଖୋଳିଥିବା ସିନ୍ଧିରେ ଫସିଲେ ଚୋର

ଶ୍ରୀକାକୁଲମ,୭।୪: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ଥିବା ଜାମି ୟେଲାମ୍ମା ମନ୍ଦିରରୁ ଅଳଙ୍କାର ଚୋରି କରିବା ଲାଗି ଚୋର କାନ୍ଥରେ କରିଥିବା ସିନ୍ଧିରେ ନିଜେ ଫସିଯାଇଥିଲେ। ତାଙ୍କୁ ଗ୍ରାମବାସୀ ଉଦ୍ଧାର କରିବା ପରେ ପୋଲିସ ଜିମା ଦେଇଛନ୍ତି। ଏହା କର୍ମର ତତ୍କାଳ ଫଳର ସବୁଠୁ ଭଲ ଉଦାହରଣ ବୋଲି କୁହାଯାଇପାରେ। ପାପା ରାଓ (୩୦) ନାମକ ଚୋର ଖୋଳିଥିବା ଗର୍ତ୍ତ ଦେଇ ମନ୍ଦିର ଭିତରେ ପ୍ରବେଶ କରିବା ପରେ ଅଳଙ୍କାର ଚୋରି କରିଥିଲେ। କିନ୍ତୁ ସେହି ସିନ୍ଧି ଦେଇ ମନ୍ଦିରରୁ ବାହାରିବା ସମ୍ଭବ ହେଲା ନାହିଁ। ଗାତରୁ ବାହାରି ନ ପାରି ଚୋର ଜଣକ ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରିବାରୁ ଲୋକେ  ତାଙ୍କୁ ଧରିଥିଲେ। ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।

Share