Categories: ଫୁରସତ

ଥିଲେ ଭଉଣୀ, ଏବେ ଭାଇ-ଭଉଣୀ

ୱାଶିଂଟନ: ସୁଚିତା ଏବଂ ସବିତା ନାଇଡୁ ଦୁହେଁ ଜନ୍ମରୁ ଯାଅଁାଳା ଭଉଣୀ ଥିଲେ, ହେଲେ ବଡ଼ ହେବା ସହ ସେମାନଙ୍କ ମଧ୍ୟରେ ସମ୍ପର୍କ ବଦଳିଗଲା। ଏବେ ସେମାନେ ଭାଇ-ଭଉଣୀ। ଦୁହିଁଙ୍କ ମଧ୍ୟରୁ ସବିତା ହେଉଛନ୍ତି ଟ୍ରାନ୍ସଜେଣ୍ଡର। ସେ ନିଜକୁ ପୁରୁଷ ବୋଲି କୁହନ୍ତି। ସୁଚିତା ମିସ୍‌ ଇଂଲଣ୍ଡ ପ୍ରତିଯୋଗିତାରେ ପ୍ରତିଯୋଗୀ ଅଛନ୍ତି। ରିପୋର୍ଟ ମୁତାବକ, ସବିତା ଏବେ ସାବ୍‌ ନାମରେ ପରିଚିତ। ସାବ୍‌ କହିଛନ୍ତି, ଭଉଣୀ ସୁଚିତାଙ୍କୁ ଛୋଟବେଳୁ ବାର୍ବି, ମେକ୍‌ଅପରେ ପସନ୍ଦ ଥିବାବେଳେ ତାଙ୍କୁ କାର୍‌, ଫୁଟବଲ୍‌, ଆକ୍ସନ ହିରୋ ପସନ୍ଦ ଥିଲା। ଛୋଟବେଳେ ମା’-ବାପା ସାବ୍‌ଙ୍କୁ ଟମ୍‌-ବୟ ଡାକୁଥିଲେ। ହେଲେ ଏବେ ସେ ପୁରୁଷଙ୍କ ଭଳି ରହୁଛନ୍ତି। ସେ ନିଜ ଚୁଟି ଛୋଟ କରିଦେଇଛନ୍ତି ଏବଂ ପୁଅଙ୍କ ଭଳି ପୋଷାକ ପିନ୍ଧୁଛନ୍ତି। ସୁଚିତା ଗତ ମାସ ପ୍ରାରମ୍ଭରେ ମିସ୍‌ ଇଂଲଣ୍ଡର ‘ମେକଅପ ଫ୍ରି’ରେ ଫାଇନାଲିଷ୍ଟ ଥିଲେ। ସେ ଜଣେ ବ୍ୟୁଟି କୁଇନ ହେବା ସହ ଏପରି ଏକ ମଞ୍ଚ ଚାହୁଁଛନ୍ତି, ଯେଉଁଠାରେ ଭେଦଭାବ କରାଯାଉଥିବା ଲୋକଙ୍କ ବାବଦରେ ସେ କହିପାରିବେ। ସୁଚିତା ଏବଂ ସବିତାଙ୍କ ମା’ବାପା ୨୩ ବର୍ଷ ପୂର୍ବେ ମାଲେସିଆରୁ ବ୍ରିଟେନ ଆସିଥିଲେ। ୨୦୦୨ରେ ଉତ୍ତର ଲଣ୍ଡନର ହମଷ୍ଟେଡ୍‌ରେ ସୁଚିତା ଏବଂ ସବିତାଙ୍କ ମା’ ଗଣିତ ଶିକ୍ଷୟିତ୍ରୀ, ବାପା ଜଣେ ବାରିଷ୍ଟର ଥିଲେ। ସବିତା ଏବଂ ସୁଚିତାଙ୍କ ୨ ବଡ଼ ଭଉଣୀ ମଧ୍ୟ ଅଛନ୍ତି। ସାବ୍‌ଙ୍କୁ ଯେତେବେଳେ ୮ ବର୍ଷ ହୋଇଥିଲା ସେତେବେଳେ ଦୁଇ ଭଉଣୀ ବାହାଘର ଖେଳ ଖେଳୁଥିଲେ। ସେଥିରେ ସେ ନିଜକୁ ପୁଅ ବୋଲି ମାନୁଥିଲେ। ତାଙ୍କ ମନରେ ପୁଅ ପାଇଁ ନୁହେଁ ଝିଅ ଲାଗି ଭାବନା ଜାଗ୍ରତ ହେଉଥିବା ଜାଣିବାକୁ ପାଇଲେ। ୨୦୧୭ରେ ଦୁହେଁ ଏ ବାବଦରେ ଘର ଲୋକଙ୍କ ସହିତ କଥା ହେଲେ। ଘର ଲୋକ ତାଙ୍କୁ ସର୍ଜରି କରିବା କଥା ପଚାରିଥିଲେ। ହେଲେ ସେ ଏପର୍ଯ୍ୟନ୍ତ ସର୍ଜରି କରାଇ ନାହାନ୍ତି।

Share