ଥିଲେ ଶିଶୁଶ୍ରମିକ, ମାଟ୍ରିକ୍‌ ପାସ୍‌ ପରେ ବଢ଼ିଲା ସ୍ବପ୍ନ

ବାରିପଦା ଅଫିସ, ୩୦ା୭- ଦିନେ ସେମାନେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ତାଙ୍କ ମନରେ ଅନେକ ସ୍ବପ୍ନ ଉଙ୍କି ମାରିଛି। କିଏ ପାଠ ପଢ଼ି ଚାକିରି କରିବ ତ ଆଉ କିଏ ନିଜକୁ ବିଭିିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିବା ଭଳି ଲକ୍ଷ୍ୟ ରଖି ନିଜକୁ ପ୍ରସ୍ତୁତ କରିବା ପାଇଁ ଆଗଭର ହେଲେଣି। ଏହି କୃତି ୯ ଜଣ ଛାତ୍ରହେଲେ ଅଜୟ କୁମାର ପାତ୍ର, ଜିତେନ୍ଦ୍ର କୁମାର ନାୟକ, ହେମନ୍ତ କୁମାର ମୁର୍ମୁ, ପାଣ୍ଡୁ ସିଂ, ଗୁଜା ମୁର୍ମୁ, ଦୀପୁ ମହାକୁଡ଼, କାର୍ତ୍ତିକ ମହାକୁଡ଼, ଦୁର୍ଗା ମାରାଣ୍ଡି ଓ ରାଜେଶ ପାତ୍ର। ପରିବାରର ଅଭାବ ଅନଟନ ଯୋଗୁ ଦିନେ ସେମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଥିଲା। ହେଲେ ମାଟ୍ରିକ୍‌ ପାସ୍‌ କରିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅଜୟ ଓ ଜିତେନ୍ଦ୍ର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ବେଳେ ଅନ୍ୟମାନେ ମଧ୍ୟ ଭଲ ମାର୍କ ରଖି ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଅନାଥ ତ ଆଉ କାହାର ବାପା ଥିବା ବେଳେ ମା’ ଆରପାରିକୁ ଚାଲି ଯାଇଛନ୍ତି। ଆଉ କାହାର ମା’ ଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଛି। ଫଳରେ ବାଧ୍ୟ ହୋଇ ସେମାନ ନିଜ ପେଟ ଚାଖଣ୍ଡ ସହିତ ପରିବାରକୁ କିଛି ଅର୍ଥ ଦେବା ଆଶାରେ ଶିଶୁ ଶ୍ରମିକ ଭାବେ ଖଟି ଆସୁଥିଲେ। ଜଳଖିଆ ଦୋକାନ, ଗ୍ୟାରେଜ, ଢାବା ଆଦି ବିଭିନ୍ନ ଦୋକାନରେ ଏମାନେ କାମ କରୁଥିଲେ। ୨୦୧୪ରେ ଜିଲା ପ୍ରଶାସନ ପକ୍ଷରୁ ତତ୍କାଳୀନ ଜିଲାପାଳ ରାଜେଶ ପ୍ରଭାକର ପାଟିଲ ସେମାନଙ୍କୁ ଉଦ୍ଧାର କରି ‘ମୁଁ ବି ପଢ଼ିବି’ ଯୋଜନାରେ ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ। ମୟୂରଭଞ୍ଜ ଜିଲାର ବିଶୋଇଠାରେ ଥିବା ଛାତ୍ରାବାସରେ ରହି ସେମାନେ ପାଠ ପଢ଼ିଥିଲେ। ବିଶୋଇ ନୋଡାଲ ଉଚ୍ଚ ବିଦ୍ୟାଳୟର ଏହି ୯ ଛାତ୍ର ଯେ କେବଳ ପାଠ ପଢ଼ାରେ ସଫଳ ହୋଇଛନ୍ତି ତାହା ନୁହେଁ ସ୍ବରୋଜଗାରକ୍ଷମ ହେବା ପାଇଁ ସେମାନଙ୍କୁ ଦିଆଯାଇଥିବା ସବାଇ ଘାସ, ମାଟି ଓ ଅନାବଶ୍ୟକ ପଦାର୍ଥରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତି କରିବା ତାଲିମ ପାଇ ସେଥିରେ ପାରଙ୍ଗମ ହୋଇ ପାରିଛନ୍ତି। ଜିଲାର ଅଧିକାରୀମାନେ ସେମାନଙ୍କୁ ବୁଝାଇଥିଲେ ଯେ, ତୁମେ ତୁମ ଭବିଷ୍ୟତ ବଦଳାଇ ପାରିବ ନାହିଁ, କିନ୍ତୁ ନିଜ ଅଭ୍ୟାସକୁ ବଦଳାଇ ପାରିବ। ପ୍ରତିଦିନ ଅଭ୍ୟାସ ଜାରି ରଖିଲେ ତାହା ନିଶ୍ଚୟ ତୁମ ଭବିଷ୍ୟତ ବଦଳାଇ ଦେବ। ଫଳରେ ୬ ବର୍ଷ ପରେ ଆଜି ସେହି ପିଲାମାନେ ସେମାନଙ୍କ ଭାଗ୍ୟ କିଛିମାତ୍ରାରେ ବଦଳାଇବାରେ ସକ୍ଷମ ହୋଇପାରିଛନ୍ତି। ଆଗାମୀ ଦିନରେ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଜିଲା ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ଜିଲାବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri