ବାଲେଶର, ୨୭।୧୧( ବାଞ୍ଛାନିଧି ଦେ): ଜାଲ୍ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ। ଅଭିଯୋଗ ପାଇ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ପିଇଓ ଜଣଙ୍କ ହିତାଧିକାରୀଙ୍କୁ ଗଣି ଗଣି ସୁଧ ମୂଳ ସହ ଟଙ୍କା ଫେରାଇଥିବା ଜଣାପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ କୁଣ୍ଡଳି ପଞ୍ଚାୟତରେ। ଏହି ପଞ୍ଚାୟତର ପିଇଓ ଗୌତମ ସେଠୀ ଦୀର୍ଘ ଦିନ ଧରି ଲୋକଙ୍କ ଭତ୍ତା ଟଙ୍କା ହଡ଼ପ କରୁଥିଲେ। ଏମପି ଷଡ଼ଙ୍ଗୀ ଘଟଣା ସମ୍ପର୍କରେ ଖୋଳତାଡ଼ କରି ଧରିବା ପରେ ଦୋଷ ସ୍ବୀକାର କରିଛନ୍ତି ପିଇଓ। ବାଲେଶ୍ୱର ସର୍କିଟ ହାଉସରେ ଏମପି, ବାଲିଆପାଳ ବିଡ଼ିଓଙ୍କ ଉପସ୍ଥିତିରେ ଦୁଇ ଜଣ ହିତାଧିକାରୀଙ୍କ ଅଧା ଟଙ୍କା ଫେରସ୍ତ କରିବା ସହ ବାକି ଟଙ୍କା ଆସନ୍ତା ସାତ ଦିନ ମଧ୍ୟରେ ଦେବେ ସେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।


