Posted inଫୁରସତ

ଷଣ୍ଢ ଶିଙ୍ଗରେ ଲଗାଇଲେ ନିଆଁ, ଏମିତି ନେଲା ପ୍ରତିଶୋଧ, ଭିଡିଓ ଦେଖିଲେ…

ଷଣ୍ଢମାନେ ଉତ୍ତେଜିତ ହେଲେ କ’ଣ ଯେ, କ୍ଷତି ଘଟାନ୍ତି ତାହା ନିଶ୍ଚିତ ଦେଖିଥିବେ। ଆଜିକାଲି ସୋସିଆଲ ମିଡିଆରେ ଷଣ୍ଢଙ୍କର ଅନେକ ହିଂସ୍ର ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି ଭିଡିଓ ବହୁତ ଭୟଙ୍କର ହୋଇଥାଏ। ଏବେ ସେମିତି ଏକ ଭିଡିଓ @cctvidiotsରେ ଶେୟାର କରାଯାଇଛି। ଏହି ଭିଡିଓରେ ଗୋଟିଏ ଷଣ୍ଢ ରାସ୍ତାରେ ଠିଆ ହୋଇଛି। ତା’ ଶିଙ୍ଗରେ କିଛି ଲୋକ ନିଆଁ ଲଗାଇ ଦେଉଛନ୍ତି। ଏହା ପରେ ଷଣ୍ଢଟି ପୂରା ହିଂସ୍ର ହୋଇଉଠୁଛି।

 

ଲୋକମାନେ ଷଣ୍ଢ ଶିଙ୍ଗରେ ନିଆଁ ଲଗାଇ ପଛକୁ ଫେରିବା ମାତ୍ରେ ଷଣ୍ଢଟି ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଶିଙ୍ଗରେ ନିଆଁରେ ଜଳିବା ମାତ୍ରେ ଜଣେ ବ୍ୟକ୍ତିଙ୍କୁ ଷଣ୍ଢ ଆକ୍ରମଣ କରୁଛି। ସେ ତାଙ୍କୁ ତଳେ ପକାଇ ଅନେକ ଥର ଆଘାତ କରୁଛି। ଶେଷରେ ଲୋକ ଜଣକ ବେହୋସ ହୋଇଯାଉଛନ୍ତି। ଦୂରରୁ ଏହା ବୁଝିହେବ ନାହିଁ, ସେ ବଞ୍ଚିଛନ୍ତି କି ନାହିଁ, କିନ୍ତୁ ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଲୋକଙ୍କୁ ନିଜ ଜୀବନକୁ ବିପଦରେ ପକାଇବାକୁ ପଡ଼ିଲା।

ଏହି ଭିଡିଓଟି ୪୨ ଲକ୍ଷରୁ ଅଧିକ ଭ୍ୟୁ ପାଇଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି। ଅନେକ ପଚାରିଛନ୍ତି ଉକ୍ତ ବ୍ୟକ୍ତି ଜଣକ ଠିକ୍‌ ଅଛନ୍ତି ନା ନାହିଁ। ଜଣେ ୟୁଜର କହିଛନ୍ତି, ଆହତ ବ୍ୟକ୍ତିଙ୍କୁ ସେଠାରୁ ଯେମିତି ନିଆଗଲା, ତାହା ଠିକ୍‌ ନୁହେଁ। ଜଣେ କହିଛନ୍ତି, ଏହା ହେଉଛି କର୍ମ। ଅନ୍ୟ ଜଣେ କହିଛନ୍ତି, ଏହା ଷଣ୍ଢର ଦୋଷ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri