ବର୍ଷକରେ ଅଢ଼େଇ କୋଟି ଲିଟର ଦେଶୀମଦ ପିଇଛନ୍ତି

ଭବାନୀପାଟଣା,୩୦ା୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଜିଲାର ସହର ସମେତ ଅଧିକାଂଶ ଗାଁରେ ଏବେ ମଦକୋଠି ଛତୁ ଫୁଟିଲା ଭଳି ଖୋଲିଛି। ଅନେକ ନିରୀହ ଗରିବ ଲୋକ ମଦ ନିଶାରେ ପଡ଼ି ଦିଗହରା ହେବା ସହ ସର୍ବସ୍ବାନ୍ତ ହେଉଛନ୍ତି। ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରିବା ପରେ ମଧ୍ୟ ବେଆଇନ ମଦ କାରବାର କମିବା ବଦଳରେ ବଢ଼ିବାରେ ଲାଗିଛି। ଏଥିଯୋଗୁ ଅପରାଧ ବଢ଼ିବା ସହ ପରିବେଶ ଖରାପ ହେବାରେ ଲାଗିଛି, ଯାହା ଚିନ୍ତାର ବିଷୟ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲାରେ ଏବେ ୬୭ଟି ଦେଶୀ ମଦଭାଟି ରହିଥିବାବେଳେ ୧୦ଟି ଶାଖା ରହିଛି। ଏହିସବୁ ମଦଭାଟି ଓ ଶାଖାଗୁଡିକରେ ୨୦୨୩-୨୪ ଆର୍ଥିକ ବର୍ଷରେ ୨କୋଟି ୪୯ ଲକ୍ଷ ୪୦୪୦ଲିଟର ଦେଶୀ ମଦ ବିକ୍ରି ହୋଇଛି। ସେହିପରି ୨୦୨୪-୨୫ ବର୍ଷରେ ଅଢ଼େଇ କୋଟି ୪୧ହଜାର ଶହେ ଲିଟର ମଦ ବିକ୍ରି ହୋଇଥିବା ସୂଚନା ମିଳିଛି। ଏହି ପରିସଂଖ୍ୟାନ ଦେଖିଲେ ଗତବର୍ଷ ଅପେକ୍ଷା ୧ଲକ୍ଷ ୩୭ହଜାର ୬୦ ଲିଟର ମଦ ଅଧିକ ବିକ୍ରି ହୋଇଛି। ସରକାରୀ ହିସାବରେ ଏହା ଅଢ଼େଇ କୋଟି ଲିଟର ହୋଇଥିବାବେଳେ ବେସରକାରୀ ହିସାବରେ ଏହା ୪ଗୁଣରୁ ଅଧିକ ହେବ ବୋଲି କୁହାଯାଉଛି। ାରେ ଚଳିତ ବର୍ଷ ରାଜସ୍ବ ଟାର୍ଗେଟ ୭୪କୋଟି ୭୮ଲକ୍ଷ ଥିବାବେଳେ ୮୯ କୋଟି ୯୦ଲକ୍ଷ ଟଙ୍କା ସଂଗ୍ରହ ହୋଇଛି, ଯାହା ୧୫କୋଟିରୁ ଅଧିକ। ସେହିପରି ଜିଲାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଦେଶୀ ମଦ ୧୩ଲକ୍ଷ ୭୭ହଜାର ୫୦୩ ଏଲ୍‌ପିଏଲ୍‌ ବିକ୍ରି ହୋଇଥିବାବେଳେ ବିଅର ୬୬ଲକ୍ଷ ୪ହଜାର ୮୬୩ ବିଏଲ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି। ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦେଶୀ ମଦ ୧୨ଲକ୍ଷ ୬୬ହଜାର ୫୮୯ ଏଲ୍‌ପିଏଲ୍‌ ରହିଥିବାବେଳେ ବିଅର ୫୮ଲକ୍ଷ ୨୮ହଜାର ୪୧୮ ବିଏଲ୍‌ ରହିଥିଲା। ଏହିସବୁ ତଥ୍ୟକୁ ଦେଖିଲେ କଳାହାଣ୍ଡି ଜିଲାରେ ଉଭୟ ଦେଶୀ ଓ ବିଦେଶୀ ମଦ କାରବାର ଗତବର୍ଷ ଅପେକ୍ଷା ବୃଦ୍ଧି ପାଇଛି। ଏ ନେଇ ଜିଲା ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାୟକଙ୍କୁ ପଚାରିବାରୁ ବେଆଇନ ମଦ କାରବାର ରୋକିବାକୁ ପ୍ରାୟ ସମୟରେ ଚଢ଼ାଉ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri