‘ସେମାନେ ରୁଷୀୟଙ୍କୁ ଘୃଣା କରନ୍ତି’

ମସ୍କୋ, ୧ା୬: ରୁଷିଆରୁ ତୈଳ ଆମଦାନୀ ବ୍ୟାନ୍‌ କରିବା ନେଇ ଇୟୁର ସଦ୍ୟ ନିଷ୍ପତ୍ତି ପରେ ମସ୍କୋ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରୁଷୀୟ ନାଗରିକଙ୍କ ପାଇଁ ଘୃଣା ମନୋଭାବ ରଖି ଏପରି କରାଯାଉଛି। ସାଧାରଣ ଲୋକେ ଏହା ଦ୍ୱାରା ପ୍ରଭାବିତ ହେବେ ବୋଲି ରୁଷିଆ ସୁରକ୍ଷା ପରିଷଦର ଡେପୁଟି ମୁଖ୍ୟ ଡିମିଟ୍ରି ମେଡ୍‌ଭେଦେଭ୍‌ କହିଛନ୍ତି। ରୁଷିଆର ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମେଡ୍‌ଭେଦେଭ୍‌ ମଙ୍ଗଳବାର ଟେଲିଗ୍ରାମ୍‌ରେ ଏକ ପୋଷ୍ଟ୍‌ରେ ଲେଖିଛନ୍ତି, କଟକଣା ରୁଷୀୟ ରାଜନେତା କିମ୍ବା ବଡ଼ ବ୍ୟବସାୟୀଙ୍କୁ ପ୍ରଭାବିତ କରିବ ନାହିଁ। କିନ୍ତୁ ସାଧାରଣ ନାଗରିକ ଏହା ଦ୍ୱାରା ପ୍ରଭାବିତ ହେବେ। ତୈଳ ଉପରେ କଟକଣା ଯୋଗୁ ରୁଷିଆ ସରକାର ବାଧ୍ୟ ହୋଇ ଖର୍ଚ୍ଚ ବଜେଟ କମ୍‌ କରିବେ। ସେମାନେ ସବୁ ରୁଷୀୟ ନାଗରିକଙ୍କୁ ଘୃଣା କରନ୍ତି। ଏହି ଆଧାରରେ କଟକଣା ଲଗାଯାଉଛି ବୋଲି ସେ କହିଛନ୍ତି।

Share