ପର୍ଯ୍ୟଟନକ୍ଷେତ୍ରକୁ ସଫା ରଖିବାକୁ ଏମିତି କଲେ….

ବ୍ରାହ୍ମଣୀଗାଁ ୨୭।୯: (ମନୋରଞ୍ଜନ ରଣା) ଜଙ୍ଗଲ ଓ ପରିବେଶ ବିଭାଗର ବାଲିଗୁଡ଼ା ବନଖଣ୍ଡର ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯିବା ସହ ପର୍ଯ୍ୟଟନକ୍ଷେତ୍ରକୁ ସଫେଇ କରିବାକୁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ତତ୍ୱାବଧାନରେ ଏହି ସଫେଇ କାର୍ଯ୍ୟ କରାଯାଇଛି। ବନାଞ୍ଚଳ ଅଧିକାରୀ ବେହେରା କାର୍ଯ୍ୟାଳୟକୁ ସ୍ବଚ୍ଛ ରଖିବା ସହ ନିଜ ପରିବେଶ ତଥା ବଜାର ଓ ଚତୁଃପାର୍ଶକୁ ସଫେଇ କରିବାକୁ ଲୋକଙ୍କୁ ପରାମର୍ଶ ଦେବା ସହ ନିଜ କର୍ମଚାରୀ ଓ ଗ୍ରାମବାସୀଙ୍କୁ ନେଇ ସଫେଇ କରିଥିଲେ।
ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧୀନରେ ଆସୁଥିବା ଗଦାପୁର, କାଟିଙ୍ଗିଆ ସେକ୍ସନ ଅଫିସ ଏବଂ ମେରାମାହା, ଧୁସାରୀ ବିଟ୍‌ ହାଉସ ପରିସରରେ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି କୁହାଯାଇଛି । ବ୍ରାହ୍ମଣୀଗାଁ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ , ଗଦାପୁର ବନପାଳ ସଞ୍ଜୀବ କୁମାର ବେହେରା ଓ କାଟିଙ୍ଗିଆ ବନପାଳ ସୋରଜ ମଙ୍ଗରାଜ ପରିଚାଳନା କରିଥିଲେ ଏବଂ ସମସ୍ତ ବନ କର୍ମଚାରୀ ମାନେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ପରେ ଘରୁ ବାହାରି ପାରୁନାହାନ୍ତି ଲୋକେ

ରାଇକିଆ,୧୫ା୩(ପ୍ରଦୀପ ବେହେରା/ଚିନ୍ମୟ ସେଠୀ): କନ୍ଧମାଳ ଜିଲା ରାଇକିଆ, ଜି.ଉଦୟଗିରି ଓ ପାବୁରିଆ ଅଞ୍ଚଳରେ ଦନ୍ତାହାତୀକୁ ନେଇ ଭୟର ବାତାବରଣ ଦେଖାଦେଇଛି। ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ…

କାଳ ବୈଶାଖୀର ପ୍ରଭାବରେ ଆଜବେଷ୍ଟସ ଉଡିବା ଘଟଣା: ରାଜସୱ ନିରୀକ୍ଷକ କଲେ କ୍ଷୟକ୍ଷତି ଆକଳନ

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡି ଗ୍ରାମରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଗୋଷ୍ଠୀ ଗୃହ ସମେତ…

ଅସହ୍ୟ କଲାଣି ଚୋରା ମଦ କାରବାର: ଦଣ୍ଡିମା, ସିମନବାଡିରେ ଅବାଧରେ ଚାଲିଛି ବ୍ୟବସାୟ 

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦକାରବାର ବଢିବାରେ ଲାଗିଛି ।ବିଶେଷ କରି ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଅଞ୍ଚଳରେ…

ଦାରିଙ୍ଗବାଡ଼ିରେ କାଳବୈଶାଖୀର ତାଣ୍ଡବ: ଉଡ଼ିଗଲା ଏକାଧିକ ଘରର ଆଜବେଷ୍ଟସ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ଦାରିଙ୍ଗବାଡ଼ି, ୧୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡ଼ି ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri