ଗରିବ ଘରୁ ଆସି ଏମାନେ ଶେୟାର ମାର୍କେଟରୁ ହୋଇଛନ୍ତି କୋଟିପତି, ଆପଣ ବି ହୋଇପାରିବେ ଧନୀ

ନୂଆଦିଲ୍ଲୀ,୧୦।୩: ଅଧିକାଂଶ ଲୋକ ଶେୟାର ବଜାରରେ ଟଙ୍କା ନିବେଶ କରି ବହୁ ପରିମାଣରେ ଟଙ୍କା କମାଉଥିବା ବିଷୟରେ ଆପଣ ନିଶ୍ଚେ ଶୁଣିଥିବେ। ଏହି କିଛିମାସ ମଧ୍ୟ ଶେୟାର ବଜାରରରେ ନିବେଶକଙ୍କ ସଂଖ୍ୟା ଢେର ବଢିଛି। ତେବେ କେତେକ କ୍ଷେତ୍ରରେ ବଜାରର ଗତିବିଧିକୁ ନ ଜାଣି ପାରିବାରୁ ଷ୍ଟକ ମାର୍କେଟରେ ଅନେକଙ୍କୁ କ୍ଷତି ସହିବାକୁ ପଡିଥାଏ। କିନ୍ତୁ ଆଜି ଆମେ ଏମିତି କିଛି ନିବେଶକଙ୍କ ବିଷୟରେ କହିବାକୁ ଯାଉଛି ଯେଉଁମାନେ ଷ୍ଟକ ମାର୍କେରେ ଟଙ୍କା ଲଗାଇ ମାଲାମାଲ ହୋଇଛନ୍ତି। ଏବେ ସେମାନଙ୍କୁ ଷ୍ଟକ ମାର୍କେଟର ଧନ କୁବେର କୁହାଯିବା ସହ ଦେଶର ବଡ ବଡ ଧନୀ ତାଲିକାରେ ମଧ୍ୟ ଅଛନ୍ତି।

ସାଧାରଣ ଲୋକରୁ ଷ୍ଟକ୍‌ ମାର୍କେଟରେ ଟଙ୍କା ନିବେଶ କରି ମାଲାମାଲା ହୋଇଛନ୍ତି ରାକେଶ ଝୁନଝୁନଓ୍ବାଲା। ତାଙ୍କର ଶେୟାର ବଜାରରେ ୪୦ବର୍ଷରୁ ଉର୍ଦ୍ଧର ଅନୁଭବ ରହିଛି। କୁହାଯାଏ କି, ସେ ଯେଉଁ ଶେୟାରରେ ହାତ ଦିଅନ୍ତି ସେଥିରେ ସଫଳତା ପାଆନ୍ତି। ମାତ୍ର ୧୮ବର୍ଷ ବୟସରେ ସେ ଶେୟାର ବଜାରରେ ପାଦ ଥାପିଥିଲେ। ଯେଉଁଥିରେ ସେ ତାଙ୍କର ଏତେ ବଡ ସାମ୍ରାଜ୍ୟ ଗଢି ପାରିଥିଲେ। ଝୁନଝୁନଓ୍ବାଲାଙ୍କୁ ଭାରତୀୟ ଶେୟାର ବଜାରର ‘ଓ୍ବାରେନ ବଫେଟ’ କୁହାଯାଏ।
ଝୁନଝୁନଓ୍ବାଲା ତାଙ୍କ କ୍ୟାରିୟରର ଆରମ୍ଭ ୫ହଜାର ଟଙ୍କାରୁ କରିଥିଲେ। ଏହି ଦିଗ୍‌ଗଜ ନିବେଶକ ଜଣକ ଦଲାଲ ଷ୍ଟ୍ରିଟରୁ ନିଜ ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ BSE ସେନସେକ୍ସ ୧୫୦ ଅଙ୍କର ଥିଲା। ଝୁନଝୁନଓ୍ବାଲାଙ୍କ ଅନୁସାରେ ୧୯୮୮ରେ ତାଙ୍କର ନିଟ୍‌ ଓ୍ବର୍ଥ ଏକ କୋଟି ଟଙ୍କା ଥିଲା, କିନ୍ତୁ ୧୯୯୩ରେ ୨୦୦ କୋଟିରେ ପହଞ୍ଚିଥିଲା। ଫୋର୍ବସ ମୁତାବକ, Rakesh Jhunjhunwala ଙ୍କ ପାଖରେ ଏବେ ୩୬ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି।

ଝୁନଝୁନଓ୍ବାଲାଙ୍କ ପରେ ଦ୍ୱିତୀୟ ଷ୍ଟକ ମାର୍କେଟର ଧନୀ ହେଲେ Radhakishan Damani। ସେ ସବୁବେଳେ ଲାଇମଲାଇଟ୍‌ରୁ ଦୂରେଇ ରହିଥା’ନ୍ତି। ସେ ଜଣେ ସଫଳ ନିବେଶକ ସହ ଜଣେ ବଡ଼ ବିଜନେସ ମ୍ୟାନ ମଧ୍ୟ ଅଟନ୍ତି। ଡି-ମାର୍ଟ ନାମକୁ ଏକ ରିଟେଲ ଚେନର ମାଲିକ ରାଧାକିଷନ ଅଟନ୍ତି। ଭାରତର ରିଟେଲ କିଙ୍ଗ କୁହାଯାଉଥିବା ରାଧାକିଷନ ଦିଗଗ୍‌ଜ ନିବେଶକ ଝୁନଝୁନଓ୍ବାଲାଙ୍କର ଗୁରୁ ଅଟନ୍ତି। ଶେୟାର ବଜାରରେ ତାଙ୍କର ଟିପ୍ସକୁ ସମସ୍ତେ ଫଲୋ କରନ୍ତି। ରାଧାକିଷନ ଦେଶର ଟପ୍‌ ୧୦ ଧନୀ ତାଲିକାରେ ସାମିଲ୍‌ ଅଛନ୍ତି। ନିକଟରେ ସେ ଦକ୍ଷିଣ ମୁମ୍ବାଇର ମଲାବର ହିଲ୍ସ ଇଲାକାରେ ୧୦୦୧ କୋଟି ଟଙ୍କାର ଘର କିଣିଛନ୍ତି। ରାଧାକିଷନ, ୫ ହଜାର ଟଙ୍କାରୁ ନିବେଶ ଆରମ୍ଭ କରିଥିଲେ। ବ୍ଲୁମବର୍ଗ ବିଲେୟାନୟାର ଇଣ୍ଡେକ୍ସ ମୁତାବକ, ତାଙ୍କ ପାଖରେ ୧.୪୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ସମ୍ପତ୍ତି ହିସାବରେ ରାଧାକିଷନ ଦୁନିଆର ଧନୀ ତାଲିକାରେ ୯୭ତମ ସ୍ଥାନରେ ଅଛନ୍ତି। ସେ ଇଣ୍ଡିଆ ସିମେଣ୍ଟ, ବ୍ଲୁ ଡାର୍ଟ, ସିନେପ୍ଲୋକସ କମ୍ପାନୀ ଓ ଅନ୍ୟ କିଛି ତମ୍ବାକୁ କମ୍ପାନୀରେ ନିବେଶ କରିଛନ୍ତି।

କେବଳ ପୁରୁଷ ନୁହନ୍ତି ଜଣେ ମହିଳା ମଧ୍ୟ ଅଛନ୍ତି ଯିଏ ଶେୟାର ମାର୍କେଟରୁ କୋଟିପତି ହୋଇଛନ୍ତି। ଚେନ୍ନାଇର ଦିଗଗ୍‌ଜ ନିବେଶକ Dolly Khanna, ଷ୍ଟକ ମାର୍କେଟରୁ ମୋଟା ଅଙ୍କର ଟଙ୍କା କମାଉଛନ୍ତି। ସେ ବହୁ ବଡ଼ ବଡ଼ କମ୍ପାନୀର ଅଂଶୀଦାର ଅଛନ୍ତି। ତାଙ୍କର ନିଟଓ୍ବର୍ଥ ୩୫୭.୪ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri