ଗରିବ ଘରୁ ଆସି ଏମାନେ ଶେୟାର ମାର୍କେଟରୁ ହୋଇଛନ୍ତି କୋଟିପତି, ଆପଣ ବି ହୋଇପାରିବେ ଧନୀ

ନୂଆଦିଲ୍ଲୀ,୧୦।୩: ଅଧିକାଂଶ ଲୋକ ଶେୟାର ବଜାରରେ ଟଙ୍କା ନିବେଶ କରି ବହୁ ପରିମାଣରେ ଟଙ୍କା କମାଉଥିବା ବିଷୟରେ ଆପଣ ନିଶ୍ଚେ ଶୁଣିଥିବେ। ଏହି କିଛିମାସ ମଧ୍ୟ ଶେୟାର ବଜାରରରେ ନିବେଶକଙ୍କ ସଂଖ୍ୟା ଢେର ବଢିଛି। ତେବେ କେତେକ କ୍ଷେତ୍ରରେ ବଜାରର ଗତିବିଧିକୁ ନ ଜାଣି ପାରିବାରୁ ଷ୍ଟକ ମାର୍କେଟରେ ଅନେକଙ୍କୁ କ୍ଷତି ସହିବାକୁ ପଡିଥାଏ। କିନ୍ତୁ ଆଜି ଆମେ ଏମିତି କିଛି ନିବେଶକଙ୍କ ବିଷୟରେ କହିବାକୁ ଯାଉଛି ଯେଉଁମାନେ ଷ୍ଟକ ମାର୍କେରେ ଟଙ୍କା ଲଗାଇ ମାଲାମାଲ ହୋଇଛନ୍ତି। ଏବେ ସେମାନଙ୍କୁ ଷ୍ଟକ ମାର୍କେଟର ଧନ କୁବେର କୁହାଯିବା ସହ ଦେଶର ବଡ ବଡ ଧନୀ ତାଲିକାରେ ମଧ୍ୟ ଅଛନ୍ତି।

ସାଧାରଣ ଲୋକରୁ ଷ୍ଟକ୍‌ ମାର୍କେଟରେ ଟଙ୍କା ନିବେଶ କରି ମାଲାମାଲା ହୋଇଛନ୍ତି ରାକେଶ ଝୁନଝୁନଓ୍ବାଲା। ତାଙ୍କର ଶେୟାର ବଜାରରେ ୪୦ବର୍ଷରୁ ଉର୍ଦ୍ଧର ଅନୁଭବ ରହିଛି। କୁହାଯାଏ କି, ସେ ଯେଉଁ ଶେୟାରରେ ହାତ ଦିଅନ୍ତି ସେଥିରେ ସଫଳତା ପାଆନ୍ତି। ମାତ୍ର ୧୮ବର୍ଷ ବୟସରେ ସେ ଶେୟାର ବଜାରରେ ପାଦ ଥାପିଥିଲେ। ଯେଉଁଥିରେ ସେ ତାଙ୍କର ଏତେ ବଡ ସାମ୍ରାଜ୍ୟ ଗଢି ପାରିଥିଲେ। ଝୁନଝୁନଓ୍ବାଲାଙ୍କୁ ଭାରତୀୟ ଶେୟାର ବଜାରର ‘ଓ୍ବାରେନ ବଫେଟ’ କୁହାଯାଏ।
ଝୁନଝୁନଓ୍ବାଲା ତାଙ୍କ କ୍ୟାରିୟରର ଆରମ୍ଭ ୫ହଜାର ଟଙ୍କାରୁ କରିଥିଲେ। ଏହି ଦିଗ୍‌ଗଜ ନିବେଶକ ଜଣକ ଦଲାଲ ଷ୍ଟ୍ରିଟରୁ ନିଜ ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ BSE ସେନସେକ୍ସ ୧୫୦ ଅଙ୍କର ଥିଲା। ଝୁନଝୁନଓ୍ବାଲାଙ୍କ ଅନୁସାରେ ୧୯୮୮ରେ ତାଙ୍କର ନିଟ୍‌ ଓ୍ବର୍ଥ ଏକ କୋଟି ଟଙ୍କା ଥିଲା, କିନ୍ତୁ ୧୯୯୩ରେ ୨୦୦ କୋଟିରେ ପହଞ୍ଚିଥିଲା। ଫୋର୍ବସ ମୁତାବକ, Rakesh Jhunjhunwala ଙ୍କ ପାଖରେ ଏବେ ୩୬ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି।

ଝୁନଝୁନଓ୍ବାଲାଙ୍କ ପରେ ଦ୍ୱିତୀୟ ଷ୍ଟକ ମାର୍କେଟର ଧନୀ ହେଲେ Radhakishan Damani। ସେ ସବୁବେଳେ ଲାଇମଲାଇଟ୍‌ରୁ ଦୂରେଇ ରହିଥା’ନ୍ତି। ସେ ଜଣେ ସଫଳ ନିବେଶକ ସହ ଜଣେ ବଡ଼ ବିଜନେସ ମ୍ୟାନ ମଧ୍ୟ ଅଟନ୍ତି। ଡି-ମାର୍ଟ ନାମକୁ ଏକ ରିଟେଲ ଚେନର ମାଲିକ ରାଧାକିଷନ ଅଟନ୍ତି। ଭାରତର ରିଟେଲ କିଙ୍ଗ କୁହାଯାଉଥିବା ରାଧାକିଷନ ଦିଗଗ୍‌ଜ ନିବେଶକ ଝୁନଝୁନଓ୍ବାଲାଙ୍କର ଗୁରୁ ଅଟନ୍ତି। ଶେୟାର ବଜାରରେ ତାଙ୍କର ଟିପ୍ସକୁ ସମସ୍ତେ ଫଲୋ କରନ୍ତି। ରାଧାକିଷନ ଦେଶର ଟପ୍‌ ୧୦ ଧନୀ ତାଲିକାରେ ସାମିଲ୍‌ ଅଛନ୍ତି। ନିକଟରେ ସେ ଦକ୍ଷିଣ ମୁମ୍ବାଇର ମଲାବର ହିଲ୍ସ ଇଲାକାରେ ୧୦୦୧ କୋଟି ଟଙ୍କାର ଘର କିଣିଛନ୍ତି। ରାଧାକିଷନ, ୫ ହଜାର ଟଙ୍କାରୁ ନିବେଶ ଆରମ୍ଭ କରିଥିଲେ। ବ୍ଲୁମବର୍ଗ ବିଲେୟାନୟାର ଇଣ୍ଡେକ୍ସ ମୁତାବକ, ତାଙ୍କ ପାଖରେ ୧.୪୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ସମ୍ପତ୍ତି ହିସାବରେ ରାଧାକିଷନ ଦୁନିଆର ଧନୀ ତାଲିକାରେ ୯୭ତମ ସ୍ଥାନରେ ଅଛନ୍ତି। ସେ ଇଣ୍ଡିଆ ସିମେଣ୍ଟ, ବ୍ଲୁ ଡାର୍ଟ, ସିନେପ୍ଲୋକସ କମ୍ପାନୀ ଓ ଅନ୍ୟ କିଛି ତମ୍ବାକୁ କମ୍ପାନୀରେ ନିବେଶ କରିଛନ୍ତି।

କେବଳ ପୁରୁଷ ନୁହନ୍ତି ଜଣେ ମହିଳା ମଧ୍ୟ ଅଛନ୍ତି ଯିଏ ଶେୟାର ମାର୍କେଟରୁ କୋଟିପତି ହୋଇଛନ୍ତି। ଚେନ୍ନାଇର ଦିଗଗ୍‌ଜ ନିବେଶକ Dolly Khanna, ଷ୍ଟକ ମାର୍କେଟରୁ ମୋଟା ଅଙ୍କର ଟଙ୍କା କମାଉଛନ୍ତି। ସେ ବହୁ ବଡ଼ ବଡ଼ କମ୍ପାନୀର ଅଂଶୀଦାର ଅଛନ୍ତି। ତାଙ୍କର ନିଟଓ୍ବର୍ଥ ୩୫୭.୪ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ସରଗରମ ହେବ ପଞ୍ଚାୟତ ନିର୍ବାଚନ: ଚିତ୍ତରଞ୍ଜନ,ବିକାଶଙ୍କୁ ଗୁରୁ ଦାୟିତ୍ୱ

ହାଟଡିହୀ,୨୭।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ଚିତ୍ତରଞ୍ଜନ ପାତ୍ରଙ୍କୁ ଜିଲା କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟିତ୍ୱ ମିଳିଛ। ସେହିପରି ସୋସୋ ଅଞ୍ଚଳର…

ବାବୁ ସିଂଙ୍କ କଡ଼ା ଚେତାବନୀ: ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କଲେ ବର୍ଷିବ ଠେଙ୍ଗା

ଭୁବନେଶ୍ୱର,୨୭।୧: ଆଜିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ। ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଅମାନିଆ ହୋଇ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କଲେ ସରକାରୀ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଦିବାସୀ ବହୁଳ ଜିଲାରେ ନିର୍ମାଣ ହେବ…

ଭୁବନେଶ୍ୱର,୨୭।୧: ଆଦିବାସୀ ବହୁଳ ଜିଲାରେ ନିର୍ମାଣ ହେବ ଶହିଦ ଲକ୍ଷ୍ମଣ ନାଏକ ବିଦ୍ୟାଳୟ। ଆଦିବାସୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଏହା ନିର୍ମାଣ ହେବ। ଏନେଇ…

PUCC ନ ଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ: ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର,୨୭।୧: ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC ସାର୍ଟିଫିକେଟ ମିଳିବ । ଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ। ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ…

ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ,୨୭।୧: ବୁଧବାର ପବିତ୍ର ମାଘ ଶୁକ୍ଲ ଦଶମୀ ତିଥି। ମାଘ ଶୁକ୍ଲ ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ…

ଯମଜ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଯୁବତୀ, ଗର୍ଭବତୀ ହେଲେ…

ସୋସିଆଲ ମିଡିଆରେ ବେତେବେଳେ ଏପରି ଘଟଣା ସାମ୍ନାକୁ ଆସେ ଯାହା ଲୋକଙ୍କୁ କେବଳ ଚକିତ କରେ ନାହିଁ ବରଂ ଭାବିବାକୁ ବାଧ୍ୟ କରେ। ଥାଇଲାଣ୍ଡରେ ଏପରି ଏକ…

ଜଳିପୋଡି ପାଉଁଶ ହୋଇଗଲା ୫ ଦୋକାନ: ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ

ବାଲିଆପାଳ,୨୭।୧(ଅମୁଲ୍ୟ କୁମାର ଦାସ): ବିଦ୍ୟୁତ୍‌ ସର୍ଟସର୍କିଟରୁ ଜଳି ପୋଡି ପାଉଁଶ ହୋଇଗଲା ୫ଟି ଦୋକାନ। ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ସମେତ ନଗଦ ଟଙ୍କା ପୋଡିଯାଇଛି। ବିଳମ୍ବିତ…

କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇତିହାସ ରଚିଲା ଏହି ଦେଶ

ନୂଆଦିଲ୍ଲୀ,୨୭।୧: ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଇଟାଲୀ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଇଟାଲୀ ଇତିହାସ ରଚିଛି। ଦୁବାଇର…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri