ଘରଭଡ଼ା ମିଳୁନି, ଥଇଥାନ ହୋଇପାରୁନାହାନ୍ତି କିନ୍ନର

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମରେ ରହୁଥିବା କିନ୍ନରମାନେ ଆଉ ଭିକ୍ଷା ମାଗିବେ ନାହିଁ। ଅନ୍ୟମାନଙ୍କ ଭଳି ସେମାନେ ମଧ୍ୟ ସ୍ବାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବା ଅଭିଯାନର ଏକ ଅଂଶ ସ୍ବରୁପ ଖୁବ୍‌ଶୀଘ୍ର ସହରରେ ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ରହଣୀର ବ୍ୟବସ୍ଥା କରାଯିବ। ଏଭଳି କିଛି ପ୍ରତିଶ୍ରୁତି ଦେଇଥିଲା ବିଏମ୍‌ସି। ମାତ୍ର ପ୍ରତିଶ୍ରୁତିକୁ ବର୍ଷେ ପୂରିବାକୁ ବସିଥିବାବେଳେ ଏଯାଏ କିନ୍ନରଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ପାରିନାହିଁ। ଫଳରେ ଏବେ ବି ପେଟ ପୋଷିବା ପାଇଁ ଅନେକ କିନ୍ନର ରାସ୍ତାକଡ଼ରେ, ମାର୍କେଟ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଛନ୍ତି। ବିଏମ୍‌ସି କେବଳ ଯୋଜନା କରି ଚୁପ୍‌ ବସୁଥିବାବେଳେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ କୌଣସି ପଦକ୍ଷେପ ନେଉନାହିଁ। ଯୋଜନା ଅନୁଯାୟୀ, ଆଶ୍ରୟସ୍ଥଳ ପାଇଁ ମହାନଗର ନିଗମାଞ୍ଚଳରେ ୨ଟି ସ୍ଥାନ ଚିହ୍ନଟ କରାଯିବ। ପ୍ରତ୍ୟେକ ସ୍ଥାନରେ ୨୫ଜଣ ଲେଖାଏ ମୋଟ ୫୦ଜଣ କିନ୍ନର ରହିବା ପାଇଁ ବ୍ୟବସ୍ଥା ରହିବ। ଏହି ବ୍ୟବସ୍ଥା ମେ’ ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଯିବ ବୋଲି ୨୦୨୨ ଏପ୍ରିଲରେ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ରହଣି ସମୟରେ ସେମାନଙ୍କ ଦକ୍ଷତା ବିକାଶ କରିବା ସହ ଧୂପକାଠି, ଫିନାଇଲ୍‌ ଆଦି ତିଆରି ମାଧ୍ୟମରେ ରୋଜଗାର ଦେବାକୁ ବିଭିନ୍ନ ତାଲିମ୍‌ ପ୍ରଦାନ କରାଯିବ। ସେହିପରି ଏଥିସହ ପ୍ରତ୍ୟେକଙ୍କୁ ୩,୪୦୩ ଟଙ୍କା ଲେଖାଏ ପ୍ରେତ୍ସାହନ ରାଶି ପ୍ରଦାନ କରାଯିବ, ଯାହା ସେମାନଙ୍କର ଅର୍ଥ ଉପାର୍ଜନ କରିବାରେ କିଛିଟା ସହାୟକ ହୋଇ ପାରିବ ବୋଲି ଯୋଜନା ହୋଇଥିଲା। ମାତ୍ର ଟ୍ରେନିଂ ଦୂରର କଥା କିନ୍ନରଙ୍କୁ ଆଶ୍ରୟ ଦେବାପାଇଁ ଏଯାବତ୍‌ ଘର ଯୋଗାଡ ହୋଇ ପାରୁ ନ ଥିବାରୁ ସେମାନଙ୍କ ଥଇଥାନ ଯୋଜନା ବାଟବଣା ହୋଇଛି।
ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସହର ମଧ୍ୟରେ ଏକା ସାଙ୍ଗରେ ୨୫ଜଣ କିନ୍ନର ରହିବା ଭଳି ଘରଭଡ଼ା ନେଇ ସେଠାରେ ଟ୍ରେନିଂ ଦେବା ପାଇଁ ବିଏମ୍‌ସି ଟେଣ୍ଡର କରିଛି। ଦୁଇଟି କିନ୍ନର ସଂସ୍ଥା ‘ସଖା’ ଏବଂ ‘ଥାର୍ଡ ଜେଣ୍ଡର ଓ୍ବେଲ୍‌ଫେୟାର ଟ୍ରଷ୍ଟ’କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଘର ନେଇ କିନ୍ନରଙ୍କ ରହଣୀ ବ୍ୟବସ୍ଥା ସହ ଟ୍ରେନିଂ କରିବେ। ହେଲେ ଘରଭଡ଼ା ମିଳୁ ନ ଥିବାରୁ ସେମାନେ ଏହାକୁ କାର୍ଯ୍ୟକାରୀ କରି ପାରୁନାହାନ୍ତି। ଥାର୍ଡ ଜେଣ୍ଡର ଓ୍ବେଲ୍‌ଫେୟାର ଟ୍ରଷ୍ଟର ସଭାପତି ମେଘନା ମିଶ୍ର କହିଛନ୍ତି, ବିଏମ୍‌ସି ଆମକୁ ଦାୟିତ୍ୱ ଦେଇଛି। କିନ୍ନରମାନେ ବିଭିନ୍ନ ବସ୍ତିରେ ରହୁଛନ୍ତି। ତେଣୁ ସେମାନଙ୍କୁ ରଖି ଟ୍ରେନିଂ ଦେବା ପାଇଁ ଭଲ ଜାଗା ଦରକାର। ମାତ୍ର ୨୫ଜଣ କିନ୍ନର ରହି ପାରିବା ଭଳି ଘର ଭଡ଼ା ସୂତ୍ରରେ ମିଳୁନାହିଁ। ଲୋକମାନେ କିନ୍ନରମାନଙ୍କୁ ଭରସା କରୁନାହାନ୍ତି। ସରକାରଙ୍କ ଖାଲି ପଡିଥିବା କୌଣସି ଘର ଆମକୁ ଦେଲେ ତାହାକୁ ଆମେ ଟ୍ରେନିଂ ସେଣ୍ଟର କରିବୁ। ଏନେଇ ବିଏମ୍‌ସିକୁ ଚିଠି ଲେଖିଛୁ, ମାତ୍ର ସେପଟୁ କିଛି ଉତ୍ତର ଆସିନାହିଁ ବୋଲି ମେଘନା କହିଛନ୍ତି। ରାଜଧାନୀରେ ପ୍ରାୟ ୫ଶହ କିନ୍ନର ବିଭିନ୍ନ ବସ୍ତିରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭିକ୍ଷାବୃତ୍ତି ଉପରେ ନିର୍ଭର କରୁଛନ୍ତି। ସେମାନଙ୍କୁ ଥଇଥାନ କରିବାକୁ ହେଲେ ସେମାନଙ୍କ ଦକ୍ଷତା ବିକାଶ ଉପରେ କାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

MGNREGA ପାଇଁ ନୂଆ ଆଇନ ଆଣିବେ ସରକାର: ଏତିକି ଦିନର ମିଳିବ ନିଯୁକ୍ତି ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ...

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

କୁହୁଡ଼ି ତାଣ୍ଡବ: ପଛକୁ ପଛ ପିଟିହେଲା ୨୫ କାର୍, ୨ ପୋଲିସ କର୍ମଚାରୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: ଆଜି ସକାଳେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା । ଯାହା ଫଳରେ ସମସ୍ତ ପ୍ରକାରର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri